ସେପଟେ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି କଲେଜ ଅଧ୍ୟକ୍ଷ । ସେ କହିଛନ୍ତି, ଏହି ୪ ଅଧ୍ୟାପିକା କଲେଜର କୌଣସି କାର୍ଯ୍ୟ ଠିକରେ ତୁଲାଉ ନ ଥିଲେ ।
ଦାସିଆ ବାଉରି, ଭକ୍ତ ସାଲବେଗଙ୍କ ପରି ଯାଜପୁରର ବନ୍ଧୁ ମହାନ୍ତି ମଧ୍ୟ ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ଥିଲେ.. ଭକ୍ତ ଓ ଭଗବାନଙ୍କ ଏ ସମ୍ପର୍କର କଥା ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ ବର୍ଷର..ବନ୍ଧୁ ମହାନ୍ତି ଥିଲେ ପ୍ରଭୁ ଜଗନ୍ନାଥଙ୍କ ପରମ ବନ୍ଧୁ.. ଭକ୍ତିରେ ବନ୍ଧା ଜଗତର ନାଥ ଜଗନ୍ନାଥ ଭୋକିଲା ଭକ୍ତ ବନ୍ଧୁ ମହାନ୍ତିଙ୍କୁ ସ୍ୱର୍ଣ୍ଣ ଥାଳିରେ ଦେଇଥିଲେ ଅନ୍ନ ଆହାର..
ଦୁଇ ଶହ ପାହାଚ ବିଶିଷ୍ଟ ପର୍ବତ ଉପରେ ରହିଛି ହନୁମାନ ବାଟିକା.. ପର୍ବତ ମଝିରେ ପୂଜା ପାଉଛନ୍ତି ମାଆ ଗଡ଼ଚଣ୍ଡୀ ଆଉ ପାର୍ଶ୍ୱରେ କାଠୁଆଳି ଦେବୀ.. ଝରଣା ପାଣି ସତେ ଯେମିତି ଦେବା ଓ ଦେବୀଙ୍କ ପଦଧୌତ କରି ପାହାଡ଼ର ପାଦ ଦେଶରେ ବହିଯାଉଛି..
ଏମାନେ ହେଉଛି ସଚେତନ ଭୋଟର.. କିନ୍ତୁ ଏମାନଙ୍କ ନେତା ହୁଏତ ସେତିକି ସଚେତନ ହୋଇପାରିନାହାନ୍ତି.. ଭୁଲିଯାଇଛନ୍ତି ନିର୍ବାଚନ ବେଳର ପ୍ରତିଶ୍ରୁତି.. ଭୁଲିଯାଇଛନ୍ତି ଏମାନେ ବି ମଣିଷ.. ଏସି ଅଫିସରେ ବସୁଥିବା ନେତା ହେଉ କି ପ୍ରଶାସନ ଏହି ଗାଁ ଲୋକଙ୍କ ଦୁଃଖକଷ୍ଟ ବୁଝିବାକୁ ବୋଧହୁଏ ଅଯୋଗ୍ୟ..
ଆଃ କେତେ ସୁନ୍ଦର.. ମନ କହୁଛି ଏଇଠି ଏଇ ପରିବେଶରେ ଜୀବନକୁ ମନଭରି ଜୀଇଁ ଯିବାକୁ.. ଡାଏରିରେ କବିତା କରି ବା କ୍ୟାମେରାର ଗ୍ୟାଲେରିରେ ଏଇ ସ୍ମୃତି ସବୁକୁ କ୍ୟାପଚର କରିଦେବାକୁ ଇଚ୍ଛା ହେଉଛି.. ଶୀତ ଆଉ ପ୍ରକୃତି, ଦୁହିଁଙ୍କ ମିଳନ ସତେ ଯେମିତି କ୍ଲାନ୍ତ ମନକୁ ଘଡ଼ିଏ ବିଶ୍ରାମ ନେବାକୁ କହୁଛି..
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ତାରିଖ ଯେତିକି ପାଖେଇ ଆସୁଛି ଦେଶବାସୀଙ୍କ ଉତ୍କଣ୍ଠା ସେତିକି ବଢିଚାଲିଛି ।..
କିଛି ଗାଁର ନାଁ ମନରେ କୌତୁହଳ ସୃଷ୍ଟି କରେ । ମନରେ ପ୍ରଶ୍ନ ଆସେ ଗାଁର ଏଭଳି ନାମକରଣ କାହିଁକି ହେଲା । କ’ଣ ୟା ପଛର କାରଣ ।
ଥମୁନି କାମିୟା ଜାନି ଶ୍ରୀମନ୍ଦିର ପ୍ରବେଶ ବିବାଦ । ୟୁଟୁବର କାମିୟା ଜାନି ହିନ୍ଦୁ ନା ମୁସଲମାନ୍ ? କାମିୟା ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ପରେ ତାଙ୍କର ଧର୍ମକୁ ନେଇ ଏବେ ନାନା ଚର୍ଚ୍ଚା । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ବିଷୟରେ ପୋଷ୍ଟ କରିବା ପରେ ଚର୍ଚ୍ଚାରେ ୟୁଟୁବର କାମିୟା ଜାନି ।
ଓଡ଼ିଆଙ୍କର ପରମପୂଜ୍ୟ ଶ୍ରୀଜଗନ୍ନାଥ ଧାମ । ଓଡ଼ିଆଙ୍କ ଗର୍ବ ଓ ଗୌରବ ହେଉଛି ଶ୍ରୀମନ୍ଦିର । ତେବେ ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ କିଛି ନିୟମ ରହିଛି । ସମସ୍ତେ ମନ୍ଦିର ଭିତରକୁ ପ୍ରବେଶର ଅଧିକାର ପାଇ ନାହାନ୍ତି । ସେ ଯେତେ ବଡ଼ ନେତା ହେଉ କିମ୍ବା ପ୍ରଶାସନିକ ଅଧିକାରୀ ଅବା କେଉଁ ବ୍ୟବସାୟୀ । ଜାଣନ୍ତୁ ବଡ଼ ପଦବୀରେ ରହିବା ସତ୍ତ୍ୱେ କେଉଁମାନଙ୍କ ପାଇଁ ବନ୍ଦ ଥିଲା ଶ୍ରୀମନ୍ଦିର ।..
ପ୍ରଥମେ ଶ୍ରୀଜିଉଙ୍କ କରାଯାଇଥିଲା ନିମନ୍ତ୍ରଣ । ନୀଳାଦ୍ରୀ ଭକ୍ତ ନିବାସଠାରୁ ଶ୍ରୀମନ୍ଦିରର ସେବାୟତ ଓ ଅଧିକାରୀମାନଙ୍କର ଏକ ଟିମ୍ ବାହାରିବ । ଲିଙ୍ଗରାଜ ମନ୍ଦିର ଦର୍ଶନ କରି ଯାତ୍ରା କରିବେ ସେବାୟତ ଓ ଅଧିକାରୀ ।
କୋରାପୁଟ ଆସିଲେ କୋରାପୁଟିଆ ଦେଶୀ କୁକୁଡା ଖାଇବାକୁ ସମସ୍ତଙ୍କର ଆଗ୍ରହ । ହେଲେ ବଣଭୋଜି ମେନ୍ୟୁରୁ ଏବେ ଦେଶୀ କୁକୁଡ଼ା ଉଭାନ । କାରଣ ବଜାରରେ ମିଳୁନି ଦେଶୀ କୁକୁଡା । ଆଉ ବୟଲର ପାଇଁ ମୁହଁ ମୋଡୁଛନ୍ତି ପର୍ଯ୍ୟଟକ ।
ଚଳିତ ବର୍ଷ ଏମିତି କିଛି ପ୍ରତିଭାବାନ ନୂଆ ପିଢି ଆସିଛନ୍ତି ଯେଉଁମାନଙ୍କୁ କେହି ଭୁଲିପାରିବେ ନାହିଁ। ଏହି ପ୍ରତିଭାମାନେ ଦେଶ ତଥା ବିଦେଶରୁ ଭାରତ ପାଇଁ ଗୌରବ ଆଣି ଅନେକ ଚର୍ଚ୍ଚା ସାଉଁଟିଛନ୍ତି। ଏହି ପିଲାମାନଙ୍କର ପ୍ରତିଭା ସାମ୍ନାରେ ସେମାନଙ୍କର ବୟସ ଛୋଟ ପଡିଯାଇଛି ଏବଂ ଆଜି ସେମାନେ ଆମ ହୃଦୟ ଜିତିଛନ୍ତି। ଆସନ୍ତୁ ସେମାନଙ୍କୁ ଜାଣିବା।
ରାଜ୍ୟପାଳଙ୍କ ଦରବାରରେ ଏଥର ଚାଷୀ ସମସ୍ୟା । ଚଷା ପୁଅ ବଖାଣିଲା ଧାନ ସଂଗ୍ରହର ଅବ୍ୟବସ୍ଥା । କିଭଳି ଧାନର ଅଭାବୀ ବିକ୍ରି ହେଉଛି ସେନେଇ ରାଜ୍ୟପାଳଙ୍କୁ ଅବଗତ କଲା ଚାଷୀ ।
ଗୋଟିଏ ପଟେ ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବାଟାଲିୟନ ପାଇଁ ପ୍ରସ୍ତାବ ଆସିଥିବା ବେଳେ ଏଣେ ଦିନକୁ ଦିନ ବଢ଼ି ଚାଲିଛି ଅସମ୍ଭାଳ ଭିଡ଼ । ଖ୍ରୀଷ୍ଟମାସ ଛୁଟି ସାଙ୍ଗକୁ ଆସୁଛି ନୂଆବର୍ଷ । ଜଗା ଦର୍ଶନ ପାଇଁ ବ୍ୟାରିକେଡରେ ଭକ୍ତ ଚୁଣ୍ଟାଚୁଣ୍ଟି ।
ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଗଠନ ହେବ ସ୍ବତନ୍ତ୍ର ବାଟାଲିୟନ । ଏହି ବାଟାଲିୟନରେ ୧୧୯୦ ସୁରକ୍ଷାକର୍ମୀ ରହିବେ । ଏ ସଂପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।
ପାରଦ ରହିଛି ୩ ଡିଗ୍ରୀ, ଖଣ୍ଡ ଖଣ୍ଡ ହୋଇ ତୁଷାରପାତ ହେଉଛି । ଆଉ ସେହି ହିମ ଜାଡ଼ ଭିତରେ ଯୋଗବିଦ୍ୟାର ଯାଦୁ ଦେଖାଇ ଚର୍ଚ୍ଚାରେ ଭାରତୀୟ ମହନ୍ତ ।
କିଛି ଦିନ ହେଲା ହାତୀଟି ଅସୁସ୍ଥ ହୋଇ କାଞ୍ଚନପୁର ଓ ହରିହରପୁର ଜଙ୍ଗଲରେ ବୁଲୁଥିଲା । ହାତୀ ଅସୁସ୍ଥ ଥିବା ଜାଣିପାରି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ।
ପୁରୀରେ ପ୍ରବଳ କୁହୁଡି ଯୋଗୁ ଦୂରରୁ ଦୃଶ୍ୟମାନ ହେଉନି ଶ୍ରୀମନ୍ଦିର। ଦୂରରୁ ନାଟମଣ୍ଡପ, ଜଗମୋହନ, ନୀଳଚକ୍ର ଆଦି ଦେଖାଯାଉନଥିବାରୁ ଭକ୍ତମାନେ ନିରାଶ ହୋଇଛନ୍ତି।
ଜଣଙ୍କ କାନ୍ଧରେ ହାତ ରଖିଲେ ଚାଲୁଥିଲେ ବିନିକା ଅଞ୍ଚଳର ଭବାନିଶଙ୍କର ବେହେରା। ଓଟିଭି ରେ ଖବର ପ୍ରସାରଣ ଭତ୍ତା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ ସୁବିଧା ସୁଯୋଗ ପାଇଲେ ଭବାନିଶଙ୍କର।
ରାଇରଙ୍ଗପୁର ସହର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଫେଲ୍ ବସୁଧା ଯୋଜନା। ମିଳୁନି ପାନୀୟ ଜଳ।
ବଡ ବଡ଼ ପଥରକୁ ଖଣ୍ଡ ଖଣ୍ଡ କରି ଗୋଟିଏ ସ୍ଥାନରେ ଆଣି ରଖୁଛନ୍ତି । ହାତରେ ନିହଣ ଓ ହାତୁଡ଼ି ଧରି ପଥରକୁ ପିଟି ପିଟି ରୂପ ଦେଉଛନ୍ତି । ପଥର କାମରେ ବ୍ୟସ୍ତ ଥିବା ଏହି କାରିଗର ମାନେ ହେଉଛନ୍ତି ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ଚଢିଆପଲ୍ଲୀ ଗ୍ରାମର ।
୨ ଟନ୍ ପିଆଜରେ ତିଆରି ଏହି ୧୦୦ ଫୁଟର ସାଣ୍ଟାକ୍ଲଜ୍ ବାଲୁକା କଳାକୃତି ସ୍ଥାନ ପାଇଛି ୱାର୍ଲଡ୍ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆରେ । ଏହାର ଓସାର ୪୦ ଫୁଟ୍ ଏବଂ ଉଚ୍ଚତା ୨୦ ଫୁଟ୍।
ପାଠ ପଢ଼ିବେ ହାତୀ । ଦର୍ଶକବନ୍ଧୁ ଏକଥା ଶୁଣିଲେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବା । ଆଶ୍ଚର୍ଯ୍ୟ ହେଲେ ବି କଥାଟି ସତ। କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ରହୁଥିବା ହାତୀଙ୍କ ବଦଳିବ ଠିକଣା ।
ପାରା ଉଡ଼ାଇଲେ ସାଲୁଟ୍ ମାରି ପାଟି ପାକୁଳାଇଲେ ମନ୍ତ୍ରୀ ସାରଦା ନାୟକ। ବାଜା ବଜାଇ ନାଚିଲେ BJP ସାଂସଦ ଜୁଏଲ ଓରାମ୍।
ଆବାସ ଘର ହୋଇନି ହେଲେ ବିଲ୍ ଟଙ୍କା ଉଠାଇ ଚଳୁ। ଆବାସ ଦୁର୍ନୀତିର୍ ବଡ଼ ଚଞ୍ଚକତା । ନୀଳଗିରି ବ୍ଲକ କର୍ମଚାରୀ ତଥା ମହିଳା GRSଙ୍କ ବଡ଼ କେଲେଙ୍କାରୀ।