/odishatv-khabar/media/post_attachments/uploadimage/library/16_9/16_9_0/Srimandira_1703656628.jpg)
Srimandira
ପୁରୀ ଶ୍ରୀମନ୍ଦିର ଆଗରେ ବ୍ୟାରିକେଡ୍ ଯନ୍ତ୍ରଣା । ଦର୍ଶନ ଲାଗି ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଅଚେତ ହୋଇଗଲେ ମହିଳା ଶ୍ରଦ୍ଧାଳୁ। ନୂଆବର୍ଷ ପାଖେଇ ଆସୁଥିବା ବେଳେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବାରେ ଲାଗିଛି। ତେବେ ବ୍ୟାରିକେଡ୍ ଯନ୍ତ୍ରଣା ଯୋଗୁଁ ଛଟପଟ ହେଉଛନ୍ତି ଭକ୍ତ ।
Advertisment
ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଶ୍ରଦ୍ଧାଳୁମାନେ ନାନା ଯନ୍ତ୍ରଣା ଭୋଗୁଛନ୍ତି । ମନ୍ଦିର ଆଖପାଖରେ ଶୌଚାଳୟ ନ ଥିବାରୁ ମଧ୍ୟ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ପରିକ୍ରମା ପ୍ରକଳ୍ପ ଆଳରେ ୪ ଦ୍ୱାର ଖୋଲା ଯାଉ ନ ଥିବାରୁ ଭକ୍ତ ଅକଥନୀୟ କଷ୍ଟ ଭୋଗୁଥିବା ଅଭିଯୋଗ ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)