ବର୍ଷ ୨୦୨୪ରେ ଓଡ଼ିଶାର ସବୁଠୁ ବଡ଼ ଘଟଣା ଥିଲା ସରକାର ପରିବର୍ତ୍ତନ । ବିଜେଡି ସରକାରରୁ ହଟିଲା ଓ ବିଜେପି କ୍ଷମତାକୁ ଆସିଲା । ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ହେଲେ ବିରୋଧୀ ଦଳ ନେତା । ନୂଆ ମୁଖ୍ୟମନ୍ତ୍ରୀ ହେଲେ ମୋହନ ଚରଣ ମାଝୀ । କିନ୍ତୁ ରାଜନୀତି ବ୍ୟତୀତ କାହିଁକି ମନେରହିବ ୨୦୨୪ ? ପଢନ୍ତୁ ଏଇ ରିପୋର୍ଟ ।
ଓଡ଼ିଶା ରାଜନୀତିରେ ୨୦୨୪ ଥିଲା ପରିବର୍ତ୍ତନର ବର୍ଷ । ଗେରୁଆ ସୁନାମୀରେ ନିଶ୍ଚିହ୍ନ ହୋଇଗଲା ବିଜେଡି ଗଡ଼। ମୁହଁମାଡ଼ି ପଡ଼ିଲେ ୪ ଡଜନରୁ ଅଧିକ ମନ୍ତ୍ରୀ ଓ ବିଧାୟକ। ସ୍ଥିତି ଏତେ ଦୟନୀୟ ଥିଲା ଯେ, ଖୋଦ୍ ନବୀନଙ୍କୁ ବି ପ୍ରଥମ ଥର ପରାଜୟ ବରଣ କରିବାକୁ ପଡ଼ିଲା।
ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ଚାରିଦ୍ୱାର, ପାଞ୍ଚ ଦଶନ୍ଧି ପରେ ଖୋଲିଲା ରତ୍ନଭଣ୍ଡାର। କେବେ ଘଟିନଥିବା ବଡ ବଡ ଘଟଣା ଘଟିଛି, ଅଘଟଣ ଓ ଦୁର୍ଘଟଣା ବି ଦେଖିଛି ବର୍ଷ ୨୦୨୪। I ଘଟଣାବହୁଳ ଥିଲା ଶ୍ରୀକ୍ଷେତ୍ର ପୁରୀ ।
ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିଥିଲା । ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ଏହି ନିର୍ବାଚନରେ ଇଣ୍ଡି ମେଣ୍ଟକୁ ମଧ୍ୟ ବିଶେଷ ସଫଳତା ମିଳିନଥିଲା । ତେବେ କଂଗ୍ରେସର ଆସନ ସଂଖ୍ୟା ୫୨ରୁ ୯୯କୁ ବୃଦ୍ଧି ପାଇଥିଲା ।
ସାରା ବିଶ୍ୱରେ ଇନଷ୍ଟାଗ୍ରାମ ଏମିତି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରିଣତ ହୋଇଛି ଯେଉଁଠାରେ ଲୋକମାନେ ଅଧିକ ସକ୍ରିୟ ଅଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ସୋସିଆଲ ମିଡିଆ ଇନ୍ଫ୍ଲ୍ୟୁଏନ୍ସର ଏବଂ ସେଲିବ୍ରିଟିଙ୍କ ନାଁ କହିବୁ ଯେଉଁମାନଙ୍କର ୨୦୨୪ ମସିହାରେ ଇନ୍ଷ୍ଟାଗ୍ରାମ୍ରେ ସର୍ବାଧିକ ଫଲୋର୍ସ ହୋଇଛନ୍ତି।
ଆଜି ଆମେ ଆପଣଙ୍କୁ ଏମିତି କିଛି ନୂଆ ରୋଗର ନାଁ କହିବୁ ଯାହା ଚଳିତ ବର୍ଷ ଆସିଛି। ଏହା ମଧ୍ୟ ସାରା ଦେଶରେ ତାଣ୍ଡବ ରଚିଛି। ଏହାରି ଭିତରେ ଏମିତି ୫ଟି ରୋଗ ଅଛି ଯାହା ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ଆସନ୍ତୁ ସେସବୁ ଜାଣିବା ଆଉ ଆଗକୁ ସତର୍କ ରହିବା।
୨୦୨୪ ମସିହାରେ, ଟିଭି ଦୁନିଆରେ କିଛି ବିବାଦ ଅନେକ ଚର୍ଚ୍ଚା ସୃଷ୍ଟି କରିଛି। ଏହି ବିବାଦ କାରଣରୁ ଅନେକ କଳାକାରଙ୍କୁ ଶୋ’ ମଧ୍ୟ ଛାଡିବାକୁ ପଡିଛି ଏବଂ କିଛି ଶୋ’ରେ ଆଇନର ଚାବୁକ ଲାଗିଛି। ତେବେ ଆସନ୍ତୁ ଜାଣିବା କେଉଁସବୁ ବିବାଦ ଟିଭି ଦୁନିଆକୁ ଥରାଇ ଦେଇଛି।
ଅନେକ ସେଲିବ୍ରେଟିଙ୍କ ପାଇଁ ଚଳିତ ବର୍ଷ ଅଭିଶାପ ପାଲଟିଛି। ସେମାନଙ୍କ ଛାଡପତ୍ର ହୋଇଛି। ଛାଡପତ୍ର ନେଇଥିବା ସେଲିବ୍ରେଟିଙ୍କ ତାଲିକାରେ ଏଆର୍ ରହମାନ-ସାଇରା ବାନୁ, ଧନୁଷ-ଐଶ୍ୱର୍ଯ୍ୟା ଏବଂ ଆହୁରି ଅନେକ ନା ସାମିଲ ଅଛି। ଆସନ୍ତୁ ଜାଣିବା…
ଚଳିତ ବର୍ଷ ଅନେକ ସେଲିବ୍ରିଟିଙ୍କ ଘରେ ସୁଖ ଆଣିଥିବାବେଳେ କେତେକଙ୍କ ପରିବାରକୁ ଦୁଃଖ ସାଗରରେ ଛାଡିଦେଇଛି। ଇଣ୍ଡଷ୍ଟ୍ରିରେ କିଛି ତାରକା ଅଛନ୍ତି ଯେଉଁମାନେ ଚଳିତ ବର୍ଷ ଏ ଦୁନିଆକୁ ବିଦାୟ ଦେଇଛନ୍ତି। ଏମାନେ ଇଣ୍ଡଷ୍ଟ୍ରିର ଏପରି ତାରକା ଥିଲେ ଯାହାଙ୍କ ଅନୁପସ୍ଥିତି ଆଉ କାହା ଦ୍ୱାରା ପୂରଣ ହୋଇପାରିବ ନାହିଁ।
ଶେଷ ହେବାକୁ ଯାଉଛି ୨୦୨୪ ଏବଂ ନୂତନ ବର୍ଷ ୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଭଳି ପରିସ୍ଥିତିରେ ଭାରତୀୟମାନେ ବର୍ତ୍ତମାନ ସେମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ସଚେତନ ହେବାକୁ ଯାଉଛନ୍ତି। କାରଣ, କରୋନା ମହାମାରୀର, ୱାର୍କ ଫ୍ରମ୍ ହୋମ୍ ଏବଂ ଡିଜିଟାଲ ଯୁଗର ବଢୁଥିବା ପ୍ରଭାବ ଆମ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିଛି।
ନୂତନ ବର୍ଷକୁ ସ୍ୱାଗତ କରିବାକୁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି । ତେବେ ବିଦାୟୀ ବର୍ଷ କେତେ ଯେ ଦୁଃଖ ଦେଇ ଯାଇଛି, ତାହା କଳନା କରିବା କାଠିକର ପାଠ । ବର୍ଷ ତମାମର ଅନେକ ଘଟଣା, ଦୁର୍ଘଟଣା ଓ ଅପରାଧ ପାଇଁ ବିଦାୟୀ ବର୍ଷ ନିହାତି ଭାବେ ମନେ ରହିବ । ସେ ସବୁକୁ ନେଇ ଆମର ସ୍ୱତନ୍ତ୍ର ରିପୋର୍ଟ .. 'ଲୁହଦେଇ ଗଲା ୨୦୨୩'
ଚଳିତ ବର୍ଷ ଏମିତି କିଛି ପ୍ରତିଭାବାନ ନୂଆ ପିଢି ଆସିଛନ୍ତି ଯେଉଁମାନଙ୍କୁ କେହି ଭୁଲିପାରିବେ ନାହିଁ। ଏହି ପ୍ରତିଭାମାନେ ଦେଶ ତଥା ବିଦେଶରୁ ଭାରତ ପାଇଁ ଗୌରବ ଆଣି ଅନେକ ଚର୍ଚ୍ଚା ସାଉଁଟିଛନ୍ତି। ଏହି ପିଲାମାନଙ୍କର ପ୍ରତିଭା ସାମ୍ନାରେ ସେମାନଙ୍କର ବୟସ ଛୋଟ ପଡିଯାଇଛି ଏବଂ ଆଜି ସେମାନେ ଆମ ହୃଦୟ ଜିତିଛନ୍ତି। ଆସନ୍ତୁ ସେମାନଙ୍କୁ ଜାଣିବା।
୨୦୨୩ ବର୍ଷ ବର୍ତ୍ତମାନ ଶେଷ ହେବାକୁ ଯାଉଛି। ଯଦି ଦେଖାଯାଏ ତେବେ ନିବେଶକମାନଙ୍କ ପାଇଁ ଏହି ବର୍ଷ ବହୁତ ଭଲ ଥିଲା। ଏହି ବର୍ଷ ଅନେକ ଲାଭଜନକ IPO ଆସିଛି। ମୁଦ୍ରାସ୍ଫୀତି ପ୍ରସଙ୍ଗ ସ୍ଥିର ଥିଲା ଏବଂ ଜିଡିପି ଆକଳନ ମଧ୍ୟ ବହୁତ ଭଲ ଥିଲା। ଏହି ବର୍ଷ ୨୦୨୪ ପାଇଁ ଏକ ଭଲ ସଙ୍କେତ ଛାଡିଛି।
୨୦୨୨ରେ ଏମିତି ଅନେକ କିଛି ଘଟି ଯାଇଛି ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେଇଥାଏ। କେହି କେହି ସେମାନଙ୍କ ପରିଶ୍ରମ ବଳରେ ସଫଳତା ପାଇଛନ୍ତି ତ ଆଉ କେହି ଏମିତି କିଛି କାମ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇଯାଇଛନ୍ତି। ତେବେ ଆସନ୍ତୁ ଏସବୁକୁ ନେଇ ୮ ବ୍ୟକ୍ତିଙ୍କୁ ଜାଣିନେବା।
ବର୍ଷ ୨୦୨୧ ବିତିବାକୁ ବସିଲାଣି, ଆଉ ରହିଲା କିଛିଟା ଦିନ । ତେବେ ଅନେକ ସ୍ମୃତି ସାଉଁଟିଛନ୍ତି ଦେଶବାସୀ । କ୍ରୀଡାଜଗତର କଥା ପଡିଲେ ମନେ ପଡେ ୨୦୨୧ରେ ଭାରତୀୟଙ୍କ ଟୋକିଓ ଅଲମ୍ପିକ୍ସରେ ବିଜୟର ଗାଥା । ଏବର୍ଷଟି ଭାରତୀୟ କ୍ରୀଡାଜଗତ ପାଇଁ ଅଲମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତା ନିରଜ ଚୋପ୍ରାଙ୍କ ନାମରେ ରହିବ ।