Advertisment

ପାଖେଇ ଆସୁଛି ନୂଆବର୍ଷ, ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ବଢୁଛି ଭକ୍ତଙ୍କ ଭିଡ଼

ପୁରୀରେ ପ୍ରବଳ କୁହୁଡି ଯୋଗୁ ଦୂରରୁ ଦୃଶ୍ୟମାନ ହେଉନି ଶ୍ରୀମନ୍ଦିର। ଦୂରରୁ ନାଟମଣ୍ଡପ, ଜଗମୋହନ, ନୀଳଚକ୍ର ଆଦି ଦେଖାଯାଉନଥିବାରୁ ଭକ୍ତମାନେ ନିରାଶ ହୋଇଛନ୍ତି।

author-image
Santosh Kumar Sahoo
Srimandira

Srimandira

ନୂଆବର୍ଷ ପାଖେଇ ଆସୁଥିବା ବେଳେ ଶ୍ରୀମନ୍ଦିରରେ ଜମୁଛି ଭକ୍ତଙ୍କ ଭିଡ଼ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍‌ ବ୍ୟବସ୍ଥା ସହ ମନ୍ଦିର ବାହାରେ ସିସିଟିଭି ଲଗାଯାଇଛି । ବିଶେଷକରି ସମୁଦ୍ରକୂଳ ଅଂଚଳରେ ପର୍ଯ୍ୟଟକମାନଙ୍କ ପାଇଁ ସ୍ୱତନ୍ତ୍ର ପୋଲିସ ଓ ହୋମଗାର୍ଡ ତଥା ଲାଇଫ୍‌ଗାର୍ଡ ମୁତୟନ କରାଯାଇଛି । ସେହିପରି ସହରର ପ୍ରମୁଖ ସ୍ଥାନ ମାନଙ୍କରେ ସିସିଟିଭି ଲଗାଯାଇ ନଜର ରଖାଯାଉଛି ।

Advertisment

ଏପଟେ ପୁରୀରେ ପ୍ରବଳ କୁହୁଡି ଯୋଗୁ ଦୂରରୁ ଦୃଶ୍ୟମାନ ହେଉନି ଶ୍ରୀମନ୍ଦିର। ଦୂରରୁ ନାଟମଣ୍ଡପ, ଜଗମୋହନ, ନୀଳଚକ୍ର ଆଦି ଦେଖାଯାଉନଥିବାରୁ ଭକ୍ତମାନେ ନିରାଶ ହୋଇଛନ୍ତି।

Odisha Puri Srimandir Christmas
Advertisment
Advertisment