• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶିଳାନ୍ୟାସ ଫଳକରେ ନାଁ ନଥିବାରୁ ପ୍ରତିବାଦରେ ଭାଙ୍ଗିଦେଲେ । ଏହି ଘଟଣାକୁ ନେଇ ନୀଳଗିରି ଗରଡିହି ପଞ୍ଚାୟତ କଳାକାଦ ଗାଁରେ ଦେଖାଦେଇଛି ପଲିଟିକାଲ ହାଇଡ୍ରାମା । କଳାକାଦରୁ ଆମ୍ବଝର ସଂଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ ଫଳକ ଏଥିପାଇଁ ବଳିପଡ଼ିଯାଇଛି । ଆଜି ଶିଳାନ୍ୟାସ ପାଇଁ କଳାକାଦରେ ପହଞ୍ଚିଥିଲେ ବିଧାୟକ ସୁକାନ୍ତ ନାୟକ ।

ବିଧାୟକ ପହଞ୍ଚିବା ବେଳକୁ ଫଳକ ଉପରେ ବସିଥିଲେ ସ୍ଥାନୀୟ ସରପଞ୍ଚ । ତାଙ୍କୁ କାହିଁକି ଡକାଯାଇନି ବୋଲି କହି ବିଧାୟକଙ୍କୁ ପ୍ରଶ୍ନ କରିଥିଲେ ।  ତେବେ ସରପଞ୍ଚ ସେମିତି ଫଳକ ଉପରେ ବସିଥିବା ବେଳେ ଶିଳାନ୍ୟାସ କରିଥିଲେ ବିଧାୟକ । ଏହା ହିଁ ଘଟଣାର ସୂତ୍ରପାତ କରିଥିଲା । ବିଧାୟକ ଶିଳାନ୍ୟାସ କରିବା ପରେ ପରେ ହିଁ ଫଳକ ଭାଙ୍ଗି ଦେଇଥିଲେ ସରପଞ୍ଚ ।

ଅନ୍ୟପଟେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ସେରଗଡ଼ରୁ ଉଦଳାକୁ ସଂଯୋଗ କରୁଥିବା ୧୯ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ଅନ୍ୟପଟେ ବଲାଙ୍ଗିରରେ ମଧ୍ୟ ସରପଞ୍ଚ ଓ ଯନ୍ତ୍ରୀଙ୍କ ମଧ୍ୟରେ ମାଡପିଟ ହୋଇଛି ।

ସୂଚନାଯୋଗ୍ୟ, ହରିଶଙ୍କର ପୀଠର ସୌନ୍ଦର୍ଯ୍ୟକରଣ କାମରେ ଅନିୟମିତତା ଦେଖିବାରୁ ଅଭିଯୋଗ କରିଥିଲେ ଚଙ୍ଗରିଆ ସରପଞ୍ଚ ସୁଶିଲ କୁମାର । ପୁରୁଣା ପଥରକୁ ନ କାଢି ଉପରଠାଉରିଆ କାମକୁ ନେଇ ଉଠାଇଥିଲେ ପ୍ରଶ୍ନ । ବାଲି ସହିତ ଅଳ୍ପ ସିମେଣ୍ଟରେ ନିମ୍ନମାନ କାମ ପାଇଁ ଅଭିଯୋଗ ଆଣିଥିଲେ । ତେବେ ଏଭଳି ଅଭିଯୋଗ ନୂଆ ନଥିଲା। ସଂପୃକ୍ତ ସରପଞ୍ଚ ନିମ୍ନମାନର କାମ ଓ ପୁରୁଣା ରଡ୍ ବ୍ୟବହାର ହେଉଥିବା କଥା ପୂର୍ବରୁ ଲିଖିତ ଭାବେ ଜଣାଇଥିଲେ ।