• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପାରଦ ରହିଛି ୩ ଡିଗ୍ରୀ, ଖଣ୍ଡ ଖଣ୍ଡ ହୋଇ ତୁଷାରପାତ ହେଉଛି । ଆଉ ସେହି ହିମ ଜାଡ଼ ଭିତରେ ଯୋଗବିଦ୍ୟାର ଯାଦୁ ଦେଖାଇ ଚର୍ଚ୍ଚାରେ ଭାରତୀୟ ମହନ୍ତ । ୟୁରୋପକୁ ଆଧ୍ୟାତ୍ମିକ ଯାତ୍ରାରେ ଯାଇ ସ୍ବଳ୍ପ ପୋଷାକ ପରିଧାନ କରିବା ସହ ଏଭଳି ଯୋଗ କରିଛନ୍ତି ରିଷିକେଶର ମହନ୍ତ ରବି ପ୍ରପନ୍ନାଚାର୍ଯ୍ୟ ।

ତାଙ୍କ ସହ କିଛି ବିଦେଶୀ ମଧ୍ୟ ସାମିଲ ହୋଇ ଯୋଗ କରିଥିଲେ ଏଭଳି ତୁଷାରପାତ ଭିତରେ । ବୁଦାପେଷ୍ଟ ହଙ୍ଗେରୀରେ ଥିବା ବୈଦିକ ଫାଉଣ୍ଡେସନ୍ ସାଧନାଳୟ ଆଶ୍ରମର ସଂସ୍ଥାପକ ଅଧ୍ୟକ୍ଷ ସ୍ବାମୀ ଶଙ୍କର ତିଲକ ମହାରାଜଙ୍କ ସାନ୍ନିଧ୍ୟରେ ରିଷିକେଶରୁ ଯାଇଛନ୍ତି ତୁଳସୀ ମନ୍ଦିରର ମହନ୍ତ ରବି ପ୍ରପନ୍ନାଚାର୍ଯ୍ୟ ।

ଏହି ଯୋଗ ସାଧନା ଶିବିରର ଅଧ୍ୟକ୍ଷତା କରିଛନ୍ତି ସ୍ବାମୀ ଶଙ୍କର ତିଲକ ମହାରାଜ । ତାଙ୍କ କହିବା କଥା, ବିଶ୍ବରେ ଭାରତ ବନିଛି ଯୋଗଗୁରୁ । ସୁସ୍ଥ ଓ ନୀରୋଗ ଜୀବନ ପାଇଁ ଯୋଗ କରିବା ନିହାତି ଆବଶ୍ୟକ । ପ୍ରାଚୀନ କାଳରେ ଯୋଗ କରିବା ଦ୍ୱାରା ମୁନିଋଷିମାନେ ଅପୂର୍ବ ଧୀଶକ୍ତି ସମ୍ପନ୍ନ ହୋଇଥିଲେ ।

ଯୋଗ ଦ୍ବାରା ଆମେ ନିଜ ଜୀବନରେ ଅନେକ ପରିବର୍ତ୍ତନ ଆଣିପାରିବା । ପୁରାତନ କାଳରେ ଭାରତ ବିଶ୍ୱଗୁରୁର ଗୌରବ ଲାଭ କରିଥିଲା । ବର୍ତ୍ତମାନ ମଧ୍ୟ ଭାରତ ବିଶ୍ୱଗୁରୁ ହୋଇ ସାରିଛି । ଜିମ୍ ଦ୍ବାରା କେବଳ ଶରୀର ସୁସ୍ଥ ରହୁ ଥାଇପାରେ, କିନ୍ତୁ ଯୋଗ ଦ୍ବାରା ଶାରିରୀକ ଏବଂ ମାନସିକ ଭାବେ ସୁସ୍ଥ ରହି ପାରିବା ବୋଲି ସେ କହିଛନ୍ତି ।