ଇଏ ବାବୁଲା... ଦିନେ ବସ୍ ରେ କାମ କରୁଥିଲେ। ହେଲେ ଦୁର୍ଘଟଣାରେ ତାଙ୍କର ଆଜି ଏ ଅବସ୍ଥା। ଘର ଭାଙ୍ଗିଯାଇଛି। ଏଣେ ଗୋଡ଼ର ଅବସ୍ଥା ଏମିତି... ଘର ଚଳିବ କେମିତି
ବଢିଲା ଝିଅର ଝାଢା ପରିଶ୍ରା କରାଉଛି ବାପା। ଅନ୍ଧାର କୋଠରୀରେ ବିତୁଛି ଜୀବନ...ଖିଆ ନାହିଁ ପିଆ ନାହିଁ...ବର୍ଷ ବର୍ଷ ହେଲାଣି ଏମିତି ଏଇ ଘରେ ଦିନ କାଟୁଛନ୍ତି ଲକ୍ଷ୍ମୀ। ଯେତେ ଯାହା ପଚାରିଲେ ବି କିଛି ଉତ୍ତର ଦେଉନାହାନ୍ତି ଲକ୍ଷ୍ମୀ...ସରକାରୀ ସହାୟତା ମିଳିଲେ ଲକ୍ଷ୍ମୀ ଭଲ ହୁଅନ୍ତେ...
ଆଉ ଦିନ କେଇଟା ଗଲେ ରାଖୀ ପୂର୍ଣ୍ଣମୀ। ଭାଇ ହାତରେ ରାଖୀ ବାନ୍ଧିବ ବୋଲି ଭଉଣୀ କେତେ ଆଶା କରିଛି। ହେଲେ ଦୁର୍ଭାଗ୍ୟ ଭାଇର ଦେହ ଜମା ଭଲ ନାହିଁ। ଦୁଇଟି ଜାକ କିଡନୀ ଏବେ ଖରାପ ହେବାକୁ ବସିଲାଣି... ସାରା ଦୁନିଆକୁ ନେହୁରା ହେଉଛି ଭଉଣୀ... ମୋ ଭାଇକୁ ଭଲ କରିଦିଅ
ସୁନା ପୁଅଟିଏ...ବାପା ମାଆ ଯାହା କୁହନ୍ତି ତାହାକୁ ଅକ୍ଷରେ ଅକ୍ଷରେ ସେ ମାନନ୍ତି। ବେଶ୍ ଭଲ ପାଠ ବି ପଢନ୍ତି। ହେଲେ ସେଇ ସୁନା ପୁଅ ଏବେ ରୋଗରେ ପଡ଼ିଛି। ପାର୍ଥଙ୍କୁ ଭଲ କରିବା ପାଇଁ ମାଆ କାନ୍ଦୁଛି ତ ଆଇ କାନ୍ଦୁଛି...ଆଉ ପୁଅର କଷ୍ଟ ଦେଖି ବାପା ପୂରା ଚୁପ୍। ବ୍ରେନ, ଆଖି ଓ କିଡନୀରେ ଟ୍ୟୁମର ହେବାରୁ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି ସୁନା ପୁଅ।
Apana Eka Nuhanti EP 600| ଭାଙ୍ଗି ଯାଇଛି ସ୍ଵପ୍ନେଶ୍ଵରଙ୍କ ସ୍ବପ୍ନ OdishaTV is Odisha\'s no 1
ଟିକିଏ ନବାନ୍ଧିଲେ କୁଆଡେ ପଳାଇବ ପୁଅ ଯେ ଖୋଜିବା କଷ୍ଟ। ବାପା-ମାଆ ଚାହୁଁନାହାନ୍ତି ଭେଣ୍ଡିଆ ପୁଅକୁ ବାନ୍ଧିବେ ବୋଲି। କିନ୍ତୁ ଉପାୟ ବି କିଛି ନାହିଁ। ଗୋଡରୁ ବେଡି ଖୋଲିଲେ ପୁଅ କୁଆଡେ ପଳାଇବ ଯେ ମିଳିବା କଷ୍ଟକର। ୮ ବର୍ଷ ହେଲାଣି ଏମିତି ବନ୍ଧା ହୋଇ ରହିଛନ୍ତି ବାସୁଦେବ...ସାହାଯ୍ୟ ମିଳିଲେ ଭଲ ହେବ ଭେଣ୍ଡିଆ ପୁଅ
ଦିନେ ରାଜମିସ୍ତ୍ରୀ ଥିଲେ, ସୁନ୍ଦର ସୁନ୍ଦର ମନ୍ଦିର ନିର୍ମାଣ କରୁଥିଲେ। ହେଲେ ଏବେ ସବୁ କିଛି ବଦଳିଯାଇଛି। କେତେବେଳେ କାଠ ହାଣିପକାଉଛନ୍ତି ତ କେତେବେଳେ ମାଟି ଖୋଳୁଛନ୍ତି। ପଚାରିଲେ ନିଜେ କଣ କହୁଛନ୍ତି ତାହା ବୁଝିବା ବି କଷ୍ଟ। ନିଜର ସ୍ୱପ୍ନକୁ ନେଇ ଏଣେତେଣେ ବୁଲୁଛନ୍ତି ସ୍ୱପ୍ନେଶ୍ୱର...
ଦିନେ ଅଟୋ ଚଳାଇ ପରିବାର ଚଳାଉଥିଲେ। ଯେତିକି ରୋଜଗାର ହେଉଥିଲା ସେତିକିରେ ବେଶ୍ ଭଲରେ ପରିବାର ଚଳୁଥିଲା। କିନ୍ତୁ ଦୁଇଟା ଯାକ କିଡନୀ ଖରାପ ହେବା ପରେ ଏବେ ଖାଇବାକୁ ପାଉନାହାନ୍ତି ମନୋଜ... ସ୍ୱାମୀଙ୍କ ଚିକିତ୍ସା ପାଇଁ ସିଲେଇ କରୁଛି ସ୍ତ୍ରୀ, ହେଲେ ସେଇ ପଇସା ସମୁଦ୍ରକୁ ଶଙ୍ଖେ...ସାହାଯ୍ୟ ମିଳିଲେ ଭଲ ହେବେ ମନୋଜ
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ସ୍ତ୍ରୀର କଷ୍ଟ ଦେଖି ସହି ପାରୁନାହାନ୍ତି ସ୍ୱାମୀ। ଗାମୁଛା ଧରି ସିନା ମୁହଁ ପୋଛି ଦେଉଛନ୍ତି ହେଲେ ଭଲ କରିବା ପାଇଁ ଆଉ ତାଙ୍କ ପାଖରେ ବଳ ନାହିଁ। ସ୍ତ୍ରୀ ପାଇଁ ସବୁକିଛି ବିକ୍ରି କରିସାରିଲେଣି..ହେଲେ ଅପରେସନ୍ ପାଇଁ ଟଙ୍କା ଯୋଗାଡ ହୋଇପାରୁନି। ସାହାଯ୍ୟ ମିଳିଲେ ହୋଇପାରନ୍ତା ଅପରେସନ୍
ସ୍କୁଲ କର୍ତ୍ତୃପକ୍ଷଙ୍କ ସାଙ୍ଘାତିକ ଭୁଲ। ବାପାଙ୍କ ନାଁ ମାଟ୍ରିକ୍ ସାର୍ଟିଫିକେଟ୍ରେ ଭୁଲ କଲେ, କଲେଜ୍ରେ ନାଁ ଲେଖାଇ ପାରିଲେନି ଛାତ୍ରୀ। ଏଠାରେ ପ୍ରଶ୍ନ ଉଠୁଛି ସ୍କୁଲ କର୍ତ୍ତୃପକ୍ଷ ଏମିତି ଭୁଲ୍ କଲେ କେମିତି?
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଦଇବ ଦଉଡି ମଣିଷ ଗାଈ, ଜୁଆଡେ ଟାଣଇ ସିଆଡେ ଯାଇ... ଯାହା ଘଟିଛି ଏହି ଯୁବକଙ୍କ କ୍ଷେତ୍ରରେ। ସେ କେବେ ହେଲେ ଜାଣିନଥିଲେ ରୋଜଗାର ଆଣି ଦେବ ଅସରନ୍ତି ଦୁଃଖ ବୋଲି... ବବୁଲ୍ ବଂଚିଗଲେ ସିନା, ହେଲେ...
ଜୀବନ କଣ ଜାଣିବା ଆଗରୁ, ଏ କୁନିକୁନି ପିଲାମାନଙ୍କ ପାଖରୁ ଈଶ୍ୱର ଛଡ଼େଇ ନେଲେ ଘରର ତିନି ମୁରବୀଙ୍କୁ। କୁନିଝିଅଟି ଗାଲୁରୁ ଗାଲୁରୁ ହୋଇ ନିଜ ଭାଷାରେ ବଖାଣୁଛି ନିଜର ଦୁଃଖ। ସତରେ ଈଶ୍ୱର ବେଳେବେଳେ ଏମିତି ନିର୍ଦ୍ଦୟ କାହିଁକି ହୁଅନ୍ତି?
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
କିଏ ଜାଣିଥିଲା ଏମିତି ହେବ ବୋଲି। ଆଶା ଥିଲା ପୁଅ ପାଠ ପଢିଲାଣି। ଚାକିର କରିବ। ଘର ବୋଝ ମୁଣ୍ଡ ଉପରକୁ ନେବ। ହେଲେ ସବୁ ଓଲଟିଗଲା। ଏବେ ପୁଅ ବୋଝ ଉଠାଉଛି ବାପା...
ବାହାଘର ୬ ବର୍ଷ ପରେ ସ୍ୱାମୀ ପଡ଼ିଲେ ଶେଯରେ। ୧୪ ବର୍ଷ ହେଲାଣି ସରୁନି ଦୁଃଖ...ଫଟୋରେ ଥିବା ଦେବତାଙ୍କୁ ପୂଜା କରି ନିଜ ଜୀବନର ଦେବତାଙ୍କୁ ଭଲ କରିଦେବାକୁ କରନ୍ତି ପ୍ରାର୍ଥନା। ଦିନେ ନୁହେଁ କି ଦୁଇ ଦିନ ନୁହେଁ ବରଂ ୧୪ ବର୍ଷ ହେଲାଣି ଏମିତି ସ୍ୱାମୀଙ୍କ ସେବାରେ ବ୍ୟସ୍ତ କାଞ୍ଚନ। ଯିଏ ଦିନେ ପରିବାରର ବୋଝ ଉଠାଉଥିଲେ ଆଜି ସିଏ ନିଜେ ହିଁ ପରିବାର ପାଇଁ ପାଲଟିଗଲେ ବୋଝ....
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଯିଏ ଦିନେ ପରିବାରର ବୋଝ ଉଠାଇଥାଆନ୍ତା ଆଜି ସିଏ ନିଜେ ପରିବାର ଉପରେ ବୋଝ। ଭେଣ୍ଡିଆ ପୁଅକୁ ଚଲାଇବା ପାଇଁ ହାତଯୋଡ଼ୁଛି ମାଆ....ବଂଚିବାକୁ ସଂଘର୍ଷ କରି କରି ଅଧା ଦିନ ପଳାଇଲାଣି। ଗରିବ କୁଡ଼ିଆକୁ ଏମିତି ରୋଗ ଆସିଛି ଯେ, ଫେରିବାକୁ ଆଉ ବାଟ ପାଉନି....
ଶିବ-ମହାଦେବଙ୍କ ଦୁଃଖ କହିଲେ ନସରେ....ଭଗବାନଙ୍କ ନାଁ ପାଇଛନ୍ତି ସତ ହେଲେ ଦୃଷ୍ଟିବାଧିତ ଦୁଇ ଭାଇ। ୩୫ ବର୍ଷ ହେଲାଣି ଦୁନିଆ ଦେଖିନାହାନ୍ତି ଦୁଇ ଭାଇ। ଅନ୍ଧାରରେ ବିତିଗଲାଣି ଗୋଟିଏ ଯୁଗ...ସବୁ ଦେଖି ଆଖି ବୁଜି ବସିଛି ପ୍ରଶାସନ
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଅମାବାସ୍ୟା ତ ମାସକରେ ଗୋଟିଏ ଦିନ ଆସେ କିନ୍ତୁ ବସନ୍ତଙ୍କ ଜୀବନରେ ନିଇତି ଆସୁଛି ଅମାବାସ୍ୟା। ଅଭାବ ପାଇଁ ୧୮ ବର୍ଷ ହେଲାଣି ରୋଗରୁ ଉଠୁନାହାନ୍ତି ସ୍ୱାମୀ। କଇଁ କଇଁ ହୋଇ କାନ୍ଦୁଛି ସ୍ତ୍ରୀ...ସାହାଯ୍ୟ ଅପେକ୍ଷାରେ ପରିବାର
ଇଏ କେମିତିକା ବ୍ୟବସ୍ଥା? ଆଖିକୁ ସଠିକ୍ରେ ଦେଖାଯାଉନି ବୋଲି ହୋଇପାରିଲାନି ଆଧାର କାର୍ଡ଼। ବାରମ୍ବାର ଗୁହାରି ପରେ ବି ମୀନତିଙ୍କ ଦୁଃଖ ଶୁଣୁନାହାନ୍ତି କେହି। ଥରଥର ହାତକୁ ଥରଥର ପାଦ...ହେଲେ ମିଳୁନି ସାହାଯ୍ୟ...
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଦିନେ ସାଇକେଲ ଧରି ସବୁଆଡ଼େ ଯାଉଥିଲେ, ଏବେ ନିଜେ ପାଦରେ ଚାଲିପାରୁନାହାନ୍ତି। ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ବରଂ ୫ ବର୍ଷ ହେଲାଣି ଏମିତି ବିଛଣାରେ ପଡ଼ିଛନ୍ତି। ଜମି ବନ୍ଧା ପକାଇ ଟଙ୍କା ଆଣିଥିଲେ...ସବୁ ସରିଗଲା ସତ କିନ୍ତୁ ଚିକିତ୍ସା ସରିଲାନି କି ହୁଆଲଦାର ବିଛଣାରୁ ଉଠିଲେନି। ସାହାଯ୍ୟ ଅପେକ୍ଷାରେ ପୂରା ପରିବାର