/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703483510.jpg)
Elephant Treatment
ନୟାଗଡ଼ ରଣପୁର ବନାଞ୍ଚଳ ରେଞ୍ଜ୍ ଅଞ୍ଚଳର ଅସୁସ୍ଥ ଦନ୍ତାର ଚିକିତ୍ସା ପାଇଁ ପହଞ୍ଚିଲା ନନ୍ଦନକାନନର ଟିମ୍ । ମୟୂରଝଲିଆ ଜଙ୍ଗଲରେ ବିଶେଷଜ୍ଞ ଟିମ୍ ପହଞ୍ଚିଛନ୍ତି । ନନ୍ଦନକାନନର ଏକ ବିଶେଷଜ୍ଞ ଟିମ୍ ସହ ଖୋର୍ଦ୍ଧା ଏସିଏଫ, ରଣପୁର ରେଞ୍ଜର ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଛି । ଏହାପରେ ଅସୁସ୍ଥ ଦନ୍ତାର ଚିକିତ୍ସା କରାଯିବ।
Advertisment
ସୂଚନା ଅନୁସାରେ କିଛି ଦିନ ହେଲା ହାତୀଟି ଅସୁସ୍ଥ ହୋଇ କାଞ୍ଚନପୁର ଓ ହରିହରପୁର ଜଙ୍ଗଲରେ ବୁଲୁଥିଲା । ହାତୀ ଅସୁସ୍ଥ ଥିବା ଜାଣିପାରି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ଅସୁସ୍ଥ ଦନ୍ତାହାତୀର ଆଗ ବାମଗୋଡ଼ର ସଂକ୍ରମଣ ପାଇଁ ସେ ଠିକ ଭାବେ ଚାଲି ପାରୁ ନ ଥିବା ସୂଚନା ମିଳିଛି । ଏହି ସମସ୍ୟା ପାଇଁ ସେ ନିଜେ ଖାଦ୍ୟ ସଂଗ୍ରହ କରିବାରେ ଅସମର୍ଥ ହୋଇପଡ଼ିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)