ବୃଦ୍ଧ ବୟସରେ ଦାଉ ସାଧିଲା ଦଇବ। ସ୍ୱାମୀ ଓ ଦୁଇ ଝିଅଙ୍କୁ ମହାମାରୀ କରୋନା ଛଡାଇ ନେଲା। ଆଉ ଏବେ ଦିବ୍ୟାଙ୍ଗ ଝିଅର ବୋଝ ସେ ସହି ପାରୁନାହାନ୍ତି।
‘GRS ମ୍ୟାଡାମ୍ କରିଛନ୍ତି ହେରାଫେରି.. ନିଜ ଲୋକଙ୍କ ଆକାଉଣ୍ଟରେ ଟଙ୍କା ଛାଡ଼ିଛନ୍ତି.. ଦଲାଲ୍ ମାଧ୍ୟମରେ ଚାଲିଛି କେଳେଙ୍କାରୀ..’
ବିଦ୍ୟାଳୟ କାନ୍ଥରେ ଲାଗିଛି ଛାତ୍ରଛାତ୍ରୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା.. ହେଲେ ବାସ୍ତବ ଚିତ୍ର ଏଇଠି କହୁଛି ଭଙ୍ଗାରୁଜା ଘରେ ‘ନବୀନ ଓଡ଼ିଶାର ଭବିଷ୍ୟତ’..
ନିମ୍ବ କାଠରେ ତୁଷାର ଗଢିଛନ୍ତି 5ମିଲିମିଟରର ଜଗନ୍ନାଥଙ୍କ ବିଗ୍ରହ.. ଖାଲି ଆଖିକୁ ବି ସ୍ପଷ୍ଟ ଦିଶିବନି.. କିନ୍ତୁ ନିଜ କଳାରେ ଭାବ ଓ ଭକ୍ତି ମିଶାଇ ତୁଷାର ଏହାକୁ ସମ୍ଭବ କରିଦେଖାଇଛନ୍ତି.. ଏଥିପାଇଁ ତାଙ୍କୁ ଇଣ୍ଟର ନ୍ୟାସନାଲ ବୁକ ଅଫ ରେକର୍ଡସରେ ସମ୍ମାନିତ କରାଯାଇଛି..
୨୩ ବର୍ଷର ସଂଘର୍ଷ ପରେ, ବଲାଙ୍ଗିର ଜିଲ୍ଳାର ଜୀବନରେଖା ଲୋୟର ସୁକତେଲ ଡ୍ୟାମ ଉଦଘାଟିତ ହେଲେ.. ସତ, କିନ୍ତୁ ପ୍ରକଳ୍ପ କାମ ଏବେ ବି ସରିନି..ସେପଟେ ବିସ୍ଥାପିତଙ୍କ ଥଇଥାନ ବ୍ୟବସ୍ଥାକୁ ନେଇ ଭୋଟ ପୂର୍ବରୁ ନେତାଙ୍କ ମହୁ ଲଗା ପ୍ରତିଜ୍ଞା ଆଉ ପ୍ରତିଶ୍ରୁତି ଦେଖିବାକୁ ମିଳିଛି..
ଏପଟେ ପକୋଡା ଛଣା ଚାଲିଛି.. ସେପଟେ ଅଦା, ରସୁଣ ଛେଚା ହେଉଛି.. ମସଲା ପ୍ରସ୍ତୁତ ହେଲେ ମଟନ କସାରେ ହେବ.. କାରଣ ଆଜି ଏମାନଙ୍କ ପିକନିକ୍.. ପରିବାର, ସମ୍ପର୍କୀୟଙ୍କୁ ନେଇ କପ୍ତିପଦା କାଳ ଡ୍ୟାମରେ ଡେରା ପକାଇଛନ୍ତି ଏମାନେ..
ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।
ମୃତଦେହ ଚିହ୍ନଟ ଦ୍ବନ୍ଦ୍ବ ଭିତରେ ଅକାଳରେ ଝଡିପଡିଛି ଗୋଟିଏ ନିରୀହ ଜୀବନ । ସ୍ବାମୀ ଛାଡି ଚାଲିଯିବା କୋହରେ ଜୀବନ ହାରିଛନ୍ତି ପତ୍ନୀ । ପ୍ରଶ୍ନ ଉଠୁଛି, କେଉଁ ପରିସ୍ଥିତିରେ ଉପୁଜିଲା ଏଭଳି ସାଂଘାତିକ ଦ୍ୱନ୍ଦ୍ୱ ?
ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଅନ୍ତହୀନ ଟ୍ରାଜେଡି। ସେଦିନର ବିସ୍ଫୋରଣ ଆଜି ଆହୁରି ବିସ୍ଫୋରକ ରୂପ ନେଇଛି। ମେଡ଼ିକାଲ୍ କିମ୍ବା ପୋଲିସର ଦାୟିତ୍ୱହୀନତା ପାଇଁ ହେଉ କିମ୍ବା ପରିବାରର ଅଜ୍ଞତାରୁ ହେଉ, ମୃତକଙ୍କ ପରିଚୟକୁ ନେଇ ସୃଷ୍ଟି ହୋଇଛି ବିରାଟ ଦ୍ୱନ୍ଦ୍ୱ ।
ପାଖେଇ ଆସୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସମୟ। ଏଥିପାଇଁ ତତ୍ପର ପ୍ରଶାସନ, ତତ୍ପର ସରକାର। ଜାନୁଆରୀ ୧୧ ସନ୍ଧ୍ୟା ସୁଦ୍ଧା ପ୍ରକଳ୍ପ କାମ ସାରି ହସ୍ତାନ୍ତର କରିବାକୁ ଆଜି ଓବିସିସିକୁ ଡେଡ୍ ଲାଇନ୍ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।
ପଥର ଖାଦାନ ପ୍ରଭାବିତ କରୁଛି ଲୋକଙ୍କ ଜୀବନ ଜୀବିକା । ପଥର ବ୍ଲାଷ୍ଟିଂ ଯୋଗୁଁ ଘରଦ୍ୱାର ଭାଙ୍ଗି ଯାଉଥିବା ବେଳେ, ଏବେ ଚାଷକାର୍ଯ୍ୟକୁ ବି କଲାଣି ପ୍ରଭାବିତ ।
ପର୍ଯ୍ୟଟନ ଋତୁରେ ଖାଁ ଖାଁ ପଡ଼ିଛି ବାଲେଶ୍ୱର ଜିଲ୍ଲାର ଅନେକ ସମୁଦ୍ର ବେଳାଭୂମି । ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଲୋକେ ମୁହଁ ଫେରାଉଛନ୍ତି ।
ଛାତ ନାଁରେ ଭଣ୍ଡେଇ ଦେଲେ ସରକାର.. ଭାବୁଛନ୍ତି ଆମେ ବୋଧେ ଲୋକ ନୁହେଁ ପୋକ ଗୁଡ଼ା..
ଏମାନେ ଗରିବ ସତ..ହେଲେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଗଲେନି.. ନିଜ ମାଟିରେ ରହି ରୋଜଗାର କରିବାକୁ ନିଷ୍ପତ୍ତି ନେଲେ.. ଆଉ ସ୍ୱାମୀ ସ୍ତ୍ରୀ ମିଶି ଚାଷୀ ପାଲଟିଗଲେ..
ପରିସ୍ଥିତି ଏମିତି ହୋଇଗଲା ଯେ, ହୃଦୟରେ ପଥର ରଖି ଗେହ୍ଲା ପୁଅକୁ ବାନ୍ଧିବାକୁ ପଡ଼ିଲା.. ଜଣାନଥିଲା କେତେଦିନ.. କିନ୍ତୁ ଦେଖୁ ଦେଖୁ ୧୩ ବର୍ଷ ବିତିଗଲା.. ପୁଅର ଅବସ୍ଥା ସୁଧୁରିଲାନି କି ମାଆର ମମତା ବଦଳିଲାନି.. ଥକିପଡ଼ିନି ଏଇ ମାଆ.. ଏଇ ମାଆ ପୁଅଙ୍କ କାହାଣୀ ଜାଣିଲେ ଆଖିରୁ ଲୁହ ଝରିଯିବ..
ଛି.. ଦେଖିଲେ ହାତ ଧୋଇବାକୁ ବି ଇଚ୍ଛା ହେଉନି.. ଆଉ ଏଇ ପାଣିକୁ ଏଠି ମଣିଷ ପିଉଛନ୍ତି.. ଟିକେ ଏ କୂଅ ବି ଦେଖନ୍ତୁ.. ପାଣି କେମିତି ଆମ୍ବରସ ଭଳି ଦେଖାଯାଉଛି.. ଏବେ ଏଇ କୂଅଟିକୁ ମଧ୍ୟ ଦେଖନ୍ତୁ.. କେତେ ଅସନା ଆଉ ଅପରିଷ୍କାର..ଏଇ ସବୁ ପାଣିକୁ କେମିତି ବା ମଣିଷ ବ୍ୟବହାର କରିପାରିବ ? ଆପଣଙ୍କୁ ଯଦି ଏଇ ପାଣି ପିଇବାକୁ ଦିଆଯାଏ ଆପଣ ପିଇବେ ତ ?
ଏସିଆ ମହାଦେଶର ସବୁଠାରୁ ବଡ଼ ଔଷଧୀୟ ଅରଣ୍ୟ..ତାସହ ଓ୍ୱାଟର୍ ପାର୍କ, ସୁଇମିଂ ପୁଲ୍, ବଣଭୋଜି କରିବା ଲାଗି ସବୁ ବ୍ୟବସ୍ଥା, ରାତ୍ରିଯାପନ ଲାଗି କଟେଜ ଆଉ ଏକ ବିରାଟ ଗୋଶାଳା ବି ଅଛି.. ପୂରା ଇକୋଟୁରିଜିମର ମଜା ନେଇପାରିବେ..ଚାଲନ୍ତୁ ଯିବା.. ପିକନିକ୍ କରିବା..
କାଲି ସଂଧ୍ୟାରେ ଏକ ସ୍କୁଟିଯୋଗେ ମୁଦିପଡ଼ାରୁ କୁଞ୍ଜେଲପଡ଼ା ଯାଉଥିଲା ବେଳେ ୧୩ ବର୍ଷିୟ ଏଇ ନବମ ଶ୍ରେଣୀ ଛାତ୍ର ଦିଶାନ୍ତ ନାୟକଙ୍କୁ ମୁଦିପଡ଼ା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ୍ ଆଗରେ ଏକ ଟୁରିଷ୍ଟ ବସ୍ ଧକ୍କା ଦେଇଥିଲା ।
ଅନୁଗୁଳ ସହରର ପ୍ରଦୂଷଣ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ମାତ୍ରାକୁ ଟପିଯାଇଛି । ଗତକାଲି ଦିଲ୍ଲୀରେ AIR QUALITY INDEX- AQI ୩୪୧ ଥିବାବେଳେ ଅନୁଗୁଳର AQI ଥିଲା ୩୫୪ ।
ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ଆଜି ଶ୍ରୀନହରରେ ଗଜପତି ମହାରାଜାଙ୍କ ଅଧକ୍ଷତାରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।
ଦିନକୁ ଦିନ ଜୋର ଧରୁଛି ବ୍ରହ୍ମପୁର ମହାନଗର ନିଗମକୁ ପୂର୍ଣ୍ଣାଙ୍ଗ କରିବା ଦାବି । ଆଖପାଖ ପଞ୍ଚାୟତକୁ ମିଶ୍ରଣ କରି ବ୍ରହ୍ମପୁର ମହାନଗର ନିଗମରେ ମିଶାଇବା ନେଇ ୧୫ ବର୍ଷ ପୂର୍ବେ ନୋଟିଫିକେସନ ହୋଇଥିଲା । ହେଲେ ଆଜି ଯାଏଁ କୌଣସି ମିଶ୍ରଣ ହୋଇନି ।
କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନକୁ ନେଇ ହୋଇଥିବା ନୂଆ ଆଇନ୍ ଓ ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।
ଅଧ ଏକର ଜମିରେ ପରୀକ୍ଷାମୂଳକ ଭାବେ ୧୬୦ଟି ବରକୋଳି ଗଛ ଲଗାଇଥିଲେ । ଯାହା ଏବେ ଦେଇଛି ସଫଳତା ।
ମାଆ ଓ ସାନ ଭାଇ ସହ ମିଶି କ୍ଷେତରେ ହଳଦୀ ଖୋଳୁଛନ୍ତି । କେବଳ ଯେ ହଳଦୀ ଖୋଳୁଛନ୍ତି ତା ନୁହେଁ ମାଆଙ୍କ ସହିତ ବସି ହଳଦୀ ବଛାବଛି କରୁଛନ୍ତି ।
ପ୍ରତ୍ୟେକ ଟିମ୍ରେ ୫ରୁ ୬ ଜଣ ପକ୍ଷୀ ବିଶେଷଜ୍ଞ ରହିଛନ୍ତି । ସକାଳ ସାଢେ ପାଞ୍ଚଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ।