• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Similpal
କେମିତି ହେବ ଶିମିଳିପାଳର ସୁରକ୍ଷା ? ନାହାନ୍ତି ଫରେଷ୍ଟର, ନାହାନ୍ତି ଫରେଷ୍ଟ ଗାର୍ଡ

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ପାଇଁ ନାହାନ୍ତି ଆବଶ୍ୟକ କର୍ମଚାରୀ । ଫାଙ୍କା ପଡ଼ିଛି ୧୮୧ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦବୀ । ଉତ୍ତର ଶିମିଳିପାଳ ଡିଭିଜନରେ ୪୦ ଫରେଷ୍ଟର ପଦବି ଥିବା ବେଳେ ଅଛନ୍ତି ମାତ୍ର ୧୬ ଜଣ ।

Puri Srimandir
ନୂଆବର୍ଷରୁ ଜଗା ଦର୍ଶନରେ ନୂଆ ନିୟମ; ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିନଥିଲେ ପ୍ରବେଶ ମନା

ମନ୍ଦିର ପ୍ରବେଶ ବେଳେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ବି ସଚେତନ କରିଛି ଶ୍ରୀମନ୍ଦିର ପ୍ରଶାସନ । ଯେହେତୁ ନୂଆବର୍ଷରେ ଜଗା ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଲୋକଙ୍କ ଭିଡ଼ ହୋଇଛି ।

Amrit Bharat Express
ଓଡ଼ିଶା ଦେଇ ଗଡ଼ିଲା ‘ଅମୃତ ଭାରତ’; ପ୍ରତି ଷ୍ଟେସନରେ କରାଗଲା ସ୍ୱାଗତ

ଭଦ୍ରକ ଓ କଟକରେ ଓଡ଼ିଶୀ ନୃତ୍ୟ ପରିବେଷଣ ସହ ଢୋଲ ବାଦ୍ୟରେ କମ୍ପିଥିଲା କଟକର ପ୍ଲାଟଫର୍ମ । ଏହାପରେ ରାଜଧାନୀ ଭୁବନେଶ୍ୱରରେ ପୁଷ୍ପବୃଷ୍ଟି କରି ଏହି ନୂଆ ଟ୍ରେନକୁ ସ୍ୱାଗତ କରିଥିଲେ ଲୋକେ ।

Odisha DGP
ପୋଲିସ୍‌ ଡିଜି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡ଼ଙ୍ଗୀ

ବର୍ତ୍ତମାନର ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଆଜି ସରିଥିବାବେଳେ ୧୯୯୦ ବ୍ୟାଚ୍‌ର IPS ଅରୁଣ ଷଡ଼ଙ୍ଗୀଙ୍କୁ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Lingaraj Temple
ନୂଆବର୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୂଆ କଟକଣା; ପାନ, ଗୁଟଖା ଖାଇ ମନ୍ଦିରକୁ ଯାଇ ପାରିବେନି ଭକ୍ତ ଓ ସେବାୟତ

ନୂଆବର୍ଷରେ ମନ୍ଦିର ସବୁଦିନ ଭଳି ସକାଳ ୫ଟାରେ ଖୋଲିବା ସହ ନିୟମିତ ନୀତିକାନ୍ତି ଚାଲିବ। ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ପାଇଁ ପ୍ରସ୍ତୁତ ହେବ ପରିଚୟ ପତ୍ର।

Srimandira
ନୂଆବର୍ଷରେ ରାତି ଗୋଟାଏରୁ ଜଗା ଦର୍ଶନ

ଅନ୍ୟପକ୍ଷରେ ଆସନ୍ତାକାଲିଠୁ ନୂଆ ଏସି ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ । ଆଜି ପରୀକ୍ଷାମୂଳକ ଭାବେ ଏହି ନୂଆ ବ୍ୟାରିକେଡ୍ ଦେଇ ଶ୍ରଦ୍ଧାଳୁଙ୍କୁ ଛଡ଼ା ଯାଇଛି ।

MGNREGA
ମନରେଗାରେ ଖଟିଛନ୍ତି ମଲାଲୋକ!

ମନରେଗାରେ କାମ କରିଛନ୍ତି ମଲାଲୋକ । ଆଉ ଟଙ୍କା ବି ପାଇଛନ୍ତି । ମନରେଗା କାମରେ ମହାଘୋଟାଲା ।

Junior Einstein
ଶୁଭଙ୍କରଙ୍କ ସ୍ମାର୍ଟ ଇନୋଭେସନ

ମାମୁଁ ଘର ଗାଁକୁ ଯାଇଥିଲେ । ହିଡ଼ରେ ଚାଲୁଚାଲୁ କଷ୍ଟ ହେଲା । ତାପରେ ଲାଗିପଡ଼ିଲେ ସ୍ମାର୍ଟ ସଲ୍ୟୁସନ ପାଇଁ । ଏହି ସ୍ମାର୍ଟ ସଲ୍ୟୁସନ ପାଇଁ ସେ ପାଇଲେ ସମ୍ମାନ ଓ ପୁରସ୍କାର ।

Elephant
ମାଆ ପାଖରେ ପହଞ୍ଚାଇଲା ବନବିଭାଗ

ମାଆ ଲୋ....ଏ ମାଆ....ତୁ କୁଆଡେ ପଳେଇଲୁ । ମୁଁ କୁନିଟେ କଣ କରିବି ଜାଣିପାରୁନି । ଏମିତି ଜଙ୍ଗଲ ଭିତରେ ହଜି ଯାଇଥିଲା କୁନି ହାତୀ । ମାଆ ଯଦି ପାଖରେ ଥାନ୍ତା ସେ କଣ ଡରିଥାନ୍ତା ।

Suleipata
ହାତ ଠାରୁଛି ସୁନ୍ଦରୀ ସୁଲେଇପାଟ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସୁଲେଇପାଟ ଡ୍ୟାମ । ରାସ୍ତାର ଉଭୟ ପଟରେ ସବୁଜ ବନାନୀ । ଡ୍ୟାମର ନୀଳ ଜଳ ରାଶି ସହ ପାହାଡ଼ର ଶୋଭା ସମସ୍ତଙ୍କୁ ଆକର୍ଷିତ କରେ । ଆଉ ଏହି ଶୋଭାରାଜିକୁ ଉପଭୋଗ କରିବାକୁ ଏବେ ଲାଗିଛି ଭିଡ଼ ।

Dress Code For Devotees
ଅଶାଳୀନ ପୋଷାକ ପିନ୍ଧିଥିଲେ ମନ୍ଦିରକୁ ମିଳିବନି ଏଣ୍ଟ୍ରି

ନୂଆ ବର୍ଷରୁ ଜଗା ଦର୍ଶନରେ ଲାଗିବ ଅନେକ କଟକଣା । ଅଶାଳୀନ ପୋଷାକ ପିନ୍ଧି ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ମନା। ଶ୍ରୀମନ୍ଦିର ଭିତରେ ଖାଇପାରିବେନି ପାନ ଗୁଟଖା, ଭିତରକୁ ପଲିଥିନ ବି ବାରଣ।

Dress Code For Devotees
ନୂଆବର୍ଷରୁ ଜଗାଦର୍ଶନରେ ବହୁ କଟକଣା, ଅଶାଳୀନ ପୋଷାକ ପିନ୍ଧିଥିଲେ ମନ୍ଦିରକୁ ମିଳିବନି ଏଣ୍ଟ୍ରି

ନୂଆ ବର୍ଷରୁ ଜଗା ଦର୍ଶନରେ ଲାଗିବ ଅନେକ କଟକଣା । ଅଶାଳୀନ ପୋଷାକ ପିନ୍ଧି ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ମନା। ଶ୍ରୀମନ୍ଦିର ଭିତରେ ଖାଇପାରିବେନି ପାନ ଗୁଟଖା, ଭିତରକୁ ପଲିଥିନ ବି ବାରଣ।

Vegetable
ନିଆରା ଡାକ ଦେଇଛି ପରିଚୟ

ଭୁବନେଶ୍ୱର ୧ନଂ ହାଟ ଭିତରେ ତାଙ୍କର ଦୋକାନ । ତେଲ ଲୁଣର ସଂସାର ଚଳେଇବାକୁ ସିଏ ପରିବା ବିକନ୍ତି । ତଟକା ପରିବାର ରଙ୍ଗକୁ ଦେଖି, ଆମେ ସିନା ପରିବା କିଣୁ; ହେଲେ ସିଏ କିନ୍ତୁ ଏ ରଙ୍ଗର ଅର୍ଥ ବୁଝନ୍ତିନି । ତାଙ୍କ ଚାରି ପାଖରେ ଖାଲି ଅନ୍ଧାର ଆଉ ଅନ୍ଧାର । ନିଆରା ଢଙ୍ଗର ଡାକ ସକାଶେ ୧ନଂ ପରିବା ହାଟ ଭିତରେ ସେ ବେଶ୍ ଚର୍ଚ୍ଚିତ ।

Greeting card
ଫାଙ୍କା ଫାଙ୍କା ଗ୍ରିଟିଙ୍ଗସ୍ କାର୍ଡ ଦୋକାନ

ଦିନ କେଇଟା ପରେ ସରିଯିବ 2023 । ପୁରୁଣା ବର୍ଷକୁ ବିଦାୟ ଓ ନୂତନ ବର୍ଷକୁ ସ୍ୱାଗତ ପାଇଁ ଛୁଟିବ ଶୁଭେଚ୍ଛାର ସୁଅ । ହେଲେ ପୂର୍ବରୁ ଏହି ଶୁଭେଚ୍ଛାର ବାର୍ତ୍ତାବହ ସାଜିଥିବା ଗ୍ରିଟିଙ୍ଗସ୍ ଏବେ ଅଲୋଡ଼ା ପ୍ରାୟ । ଡିଜିଟାଲ୍ ଯୁଗର ଆରମ୍ଭ ପରେ ଧୀରେ ଧୀରେ ବନ୍ଦ ହୋଇଗଲାଣି ଗ୍ରିଟିଙ୍ଗସ୍ କାର୍ଡର ପ୍ରଚଳନ । ଆଗରୁ ବଜାରରେ ଭଳିକି ଭଳି ଗ୍ରିଟିଙ୍ଗସ୍ କାର୍ଡର ପସରା ମେଲେ । ହେଲେ ଏବେ ଶୁଭେଚ୍ଛା ପତ୍ରର ଦୋକାନ ଫାଙ୍କା ଫାଙ୍କା ଲାଗୁଛି ।

Chuda Khai Jatra
ଅଶ୍ଳୀଳ ଭାଷାରେ ପ୍ରକମ୍ପିତ ହୁଏ ଗାଁ

ଘଣ୍ଟ ଘଣ୍ଟା ମୃଦଙ୍ଗ ଧ୍ୱନିରେ ଉଛୁଳି ପଡ଼ୁଛି ସାରା ପରିବେଶ । ଶହଶହ ସଂଖ୍ୟାରେ ଲୋକ ନାଚୁଛନ୍ତି ଗାଉଛନ୍ତି ଓ ଝୁମୁଛନ୍ତି । ପରମ୍ପରା ପାଳନ ପାଇଁ ସମସ୍ତେ ଏକାକାର । ମାର୍ଗଶିର ମାସର ପୂର୍ଣ୍ଣିମା ତିଥିରେ ଏହି ଯାତ୍ରା ପାଳନ କରାଯାଉଥିବା ବେଳେ ଢୋଲ ନିଶାନର ତାଳେ ତାଳେ ଅଶ୍ଳୀଳ ଭାଷାରେ ପ୍ରକମ୍ପିତ ହୁଏ ଗାଁ ।

Maccha Kandana waterfall
କେବେ ବଦଳିବ ମାଛକାନ୍ଦଣାର ଭାଗ୍ୟ ?

ଚାଲିଛି ପର୍ଯ୍ୟଟନ ଋତୁ....ଅବକାଶ ଛୁଟି କାଟିବାକୁ ସମସ୍ତେ ବ୍ୟସ୍ତ । ମାଛକାନ୍ଦଣା ଜଳପ୍ରପାତରେ କିଏ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛି । କିଏ ସେଲ୍ଫି ନେଉଛି ତ...ଆଉ କିଏ ସୁଆଦିଆ ଖାଦ୍ୟ ତିଆରିରେ ବ୍ୟସ୍ତ । । ହେଲେ ଜଳପ୍ରପାତ ପାଖକୁ ଯିବା ରାସ୍ତା ଖରାପ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ ।

Locals allege massive irregularities in making small stadium in Odisha's Mayurbhanj
ପାଚେରିରେ ସୀମିତ ମିନି ଷ୍ଟାଡିୟମ

ନାଁକୁ ଷ୍ଟାଡ଼ିୟମ....ନା ଅଛି ଖେଳିବାକୁ ସୁବିଧା....ନା କ୍ରୀଡ଼ା ଉପକରଣ । ଚାରିଆଡ଼େ ଅନାବନା ଘାସ, କୋଉଠି ପାଚେରି ଫାଟି ଆଁ କଲାଣି ତ କୋଉଠି ପଡ଼ି ରହିଛି ମଦ ବୋତଲ । ମିନି ଷ୍ଟାଡିୟମ କହିଲେ କେବଳ ପାଚେରିରେ ହିଁ ରହିଛି ସୀମିତ ।

Bolangir
ଭୀମଭୋଇ ମେଡିକାଲ ଡାକ୍ତରୀ ଛାତ୍ର ଆନ୍ଦୋଳନ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଭୀମଭୋଇ ମେଡିକାଲରେ ହାଉସ ସର୍ଜନଙ୍କୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ସମୀର ବଡ଼ମାଳି ଓ ସହଯୋଗୀ ରାଜୁ ସାହୁଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ।

Bolangir
ତୀବ୍ର ହେଉଛି ଆନ୍ଦୋଳନ; ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ପ୍ରତିବାଦ

ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍ କଲେଜ ହସ୍ପିଟାଲରେ ଜାରି ରହିଛି ଉତ୍ତେଜନା । ଶହେରୁ ଅଧିକ ହାଉସ ସର୍ଜନ କାର୍ଯ୍ୟବନ୍ଦ କରିଛନ୍ତି । ଆଜି ହାଉସ ସର୍ଜନ ଏବଂ ଡାକ୍ତରୀ ଛାତ୍ରମାନେ ହସପିଟାଲ ପରିସରରେ ଧାରଣା ଦେଉଛନ୍ତି ।

Chinese Manja
ପରମ୍ପରା ନାଁରେ ଜୀବନ ନ ଯାଉ; ମାଞ୍ଜା ସୂତା ଉପରେ ବ୍ୟାନ୍‌ ଲଗାଇଲା ପ୍ରଶାସନ

ମକର ପୂର୍ବରୁ ରାସ୍ତାଘାଟରେ ଦେଖିବାକୁ ମିଳୁଛି ବେପରୁଆ ଗୁଡି ଉଡା । ଗୁଡ଼ିରେ ମାଞ୍ଜା ଓ ଚାଇନା ସୁତା ବ୍ୟବହାର ଯୋଗୁଁ  ଅନେକ ରକ୍ତାତ ହେଉଛନ୍ତି ।

srimandir heritage corridor project
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ନାହିଁ ରଘୁନନ୍ଦନ ଲାଇବ୍ରେରୀ

ଜାନୁଆରୀ ୧୭। ପାଖେଇ ଆସୁଛି ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟ। ଓବିସିସି କହୁଛି ଧାର୍ଯ୍ୟ ତାରିଖ ପୂର୍ବରୁ ପ୍ରକଳ୍ପ ରେଡ୍ଡି ହୋଇଯିବ।

srimandir heritage corridor project
ଡିଜାଇନ୍ ଗୋଟେ ତ କାମ ଗୋଟେ, ପରିକ୍ରମା ପ୍ରକଳ୍ପ ଭିତରେ ନାହିଁ ରଘୁନନ୍ଦନ ଲାଇବ୍ରେରୀ

ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ଅଭିଯୋଗ- ଐତିହ୍ୟ ପ୍ରକଳ୍ପର ସ୍ୱପ୍ନ ଦେଖାଇ ସରକାର ମନ୍ଦିର ଚତୁଃପାର୍ଶ୍ୱରେ ଅନେକ ପ୍ରାଚୀନ ମଠ, ଘର ଓ ଲଜିଂ ଧ୍ୱଂସ କରି ପ୍ରଶସ୍ତ ଯାଗା ପାଇଥିଲେ। ହେଲେ ପ୍ରତିଶ୍ରୁତି ମୁତାବକ କୌଣସି କାମ ହୋଇନି।

Nilagiri
ବିଧାୟକ-ସରପଞ୍ଚ ତୁତୁ ମେଁମେଁ .. ବଳି ପଡ଼ିଲା ଶିଳାନ୍ୟାସ ଫଳକ ..

ଶିଳାନ୍ୟାସ ଫଳକରେ ନାଁ ନଥିବାରୁ ପ୍ରତିବାଦରେ ଭାଙ୍ଗିଦେଲେ । ନୀଳଗିରି ଗରଡିହି ପଞ୍ଚାୟତ କଳାକାଦ ଗାଁରେ ପଲିଟିକାଲ ହାଇଡ୍ରାମା । କଳାକାଦରୁ ଆମ୍ବଝର ସଂଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ ଫଳକକୁ ଭାଙ୍ଗି ଦେଇଛନ୍ତି ।

  • Thursday, 28 December 2023
  • MLA
Metro Train
ତ୍ରିଶୂଳିଆ ନୁହେଁ କଟକ ବସଷ୍ଟାଣ୍ଡ ଯାଏ ଗଡ଼ିବ ମେଟ୍ରୋ

ତ୍ରିଶୂଳିଆ ନୁହେଁ, ଆଉ ଟିକେ ଆଗକୁ, ଅର୍ଥାତ୍ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ଗଡ଼ିବ ମେଟ୍ରୋ ଟ୍ରେନ । ଏଥିପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ସଂଶୋଧନ କରୁଛନ୍ତି ରାଜ୍ୟ ସରକାର ।

Srimandira
ଶ୍ରୀମନ୍ଦିର ଆଗରେ ବ୍ୟାରିକେଡ୍ ଯନ୍ତ୍ରଣା, ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଅଚେତ ହେଲେ ମହିଳା

ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଶ୍ରଦ୍ଧାଳୁମାନେ ନାନା ଯନ୍ତ୍ରଣା ଭୋଗୁଛନ୍ତି । ମନ୍ଦିର ଆଖପାଖରେ ଶୌଚାଳୟ ନ ଥିବାରୁ ମଧ୍ୟ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।