ଗ୍ରୀଷ୍ମ ପ୍ରବାହରେ ସାରା ଓଡ଼ିଶା ତତଲା କଢେଇରେ ସିଝୁଛି , ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ, ଏହି ଭଳି ଡହ ଡହ ଖରାରେ ବୁଲା ପଶୁ ପକ୍ଷୀ ମାନଙ୍କୁ ନିଛାଟିଆ ରାସ୍ତାରେ ଜଳ ଦାନ କରୁଛନ୍ତି ଉଦଳା ମେଣ୍ଢାଖାଇ ଅଂଚଳର ଯୁବକ ତୁଷାର ମହାନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରଛନ୍ତି ଲୋକେ ।
୧୨ କିଲୋମିଟର ରାସ୍ତା ଏବେ ମରଣଯନ୍ତା । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ମଝିରୁ ଦୁଇ ଫାଳ । ୩ କୋଟିରୁ ଅଧିକ ଟଙ୍କ ଖର୍ଚ୍ଚ ହୋଇ ରାସ୍ତା ନିର୍ମାଣ ହୋଇଛି । ମାତ୍ର ୬ ମାସ ନଯାଉଣୁ ଫାଟି ଆଁ ।
ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରି ଆକାଶ ମାର୍ଗରେ ପହଞ୍ଚାଇ ପାରିଥିବା ସରକାର ଓ ଦଳୀୟ ନେତା ପ୍ରଚାର କରୁଛନ୍ତି..ହେଲେ ବାସ୍ତବତା ହେଲା ଏଇୟା..
କ୍ଷଣିକ ସୁଖର ବଶବର୍ତ୍ତୀ ହୋଇ ଜନ୍ମ କଲା ବାପା ମା’ ଆଉ ଗୁରୁଜନଙ୍କୁ ଭୁଲିଯାଉଛନ୍ତି.. ଭୁଲିଯାଉଛନ୍ତି ନିଜ ଗାଁ ମାଟି, ସଂସ୍କୃତି ପରମ୍ପରାକୁ.. ଶେଷରେ ପୁଅ ଝିଅକୁ ଅପେକ୍ଷା କରି କରି ବୃଦ୍ଧାବସ୍ଥାରେ ଏକାକୀ ଜୀବନ କାଟୁଛନ୍ତି ଅସହାୟ ବାପା ମାଆ.. ଅନେକଙ୍କ ଠିକଣା ବୃଦ୍ଧାଶ୍ରମକୁ ବଦଳିଯାଉଛି..
ସରକାର ଆମକୁ ବ୍ଲକ ଦିଅ, ବ୍ଲକ ଦିଅ... ଏ ଆର୍ତ୍ତ ଚିତ୍କାର ଆଜିର ନୁହେଁ ଏହା ଦୀର୍ଘ ବର୍ଷର ଦାବୀ, ଆଦିବାସୀଙ୍କ ପାଇଁ ମାଳ ମାଳ ଯୋଜନା କରି ଡିଣ୍ଡିମ ପିଟୁଥିବା ସରକାର ସେମାନଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା କହିଛନ୍ତି ମୟୁରଭଞ୍ଜ ଶରତ ବାସିନ୍ଦା
ଏମାନେ ହେଉଛି ସଚେତନ ଭୋଟର.. କିନ୍ତୁ ଏମାନଙ୍କ ନେତା ହୁଏତ ସେତିକି ସଚେତନ ହୋଇପାରିନାହାନ୍ତି.. ଭୁଲିଯାଇଛନ୍ତି ନିର୍ବାଚନ ବେଳର ପ୍ରତିଶ୍ରୁତି.. ଭୁଲିଯାଇଛନ୍ତି ଏମାନେ ବି ମଣିଷ.. ଏସି ଅଫିସରେ ବସୁଥିବା ନେତା ହେଉ କି ପ୍ରଶାସନ ଏହି ଗାଁ ଲୋକଙ୍କ ଦୁଃଖକଷ୍ଟ ବୁଝିବାକୁ ବୋଧହୁଏ ଅଯୋଗ୍ୟ..
ଆଃ କେତେ ସୁନ୍ଦର.. ମନ କହୁଛି ଏଇଠି ଏଇ ପରିବେଶରେ ଜୀବନକୁ ମନଭରି ଜୀଇଁ ଯିବାକୁ.. ଡାଏରିରେ କବିତା କରି ବା କ୍ୟାମେରାର ଗ୍ୟାଲେରିରେ ଏଇ ସ୍ମୃତି ସବୁକୁ କ୍ୟାପଚର କରିଦେବାକୁ ଇଚ୍ଛା ହେଉଛି.. ଶୀତ ଆଉ ପ୍ରକୃତି, ଦୁହିଁଙ୍କ ମିଳନ ସତେ ଯେମିତି କ୍ଲାନ୍ତ ମନକୁ ଘଡ଼ିଏ ବିଶ୍ରାମ ନେବାକୁ କହୁଛି..
ସ୍ୱାମୀଙ୍କ ରୋଜଗାର କମ୍ ଥିଲା । ପିଲାଙ୍କୁ ପାଠ ପଢାଇବା ବି କଷ୍ଟକର ଥିଲା..ଏମିତି ପରସ୍ଥିତିରେ କେମିତି ରୋଜଗାର କରିବେ ସେହି ଚିନ୍ତା ବାୟା କରିଥିଲା । ଏବେ ଧୂପ ତିଆରି କାରଖାନା କରିବା ପରେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ପାଖ ଲୋକଙ୍କୁ ଦେଉଛନ୍ତି ରୋଜଗାର
ମାଆ ଚାଲିଗଲା ପରେ..ଦୁଇ ପୁଅଙ୍କୁ ମାଆର ସ୍ନେହ ଧରି ପାଳୁଛନ୍ତି ଜଣେ ବାପା । ରୋଷେଇବାସଠୁ ଶୁଆଇ ଦେବା...ଖୁଆଇ ଦେବାଠୁ ପଢାଇବା...ସବୁ କାମ ଟିକିନିଖି କରି କରୁଛନ୍ତି । ଦ୍ୱିତୀୟ ବିବାହ ପାଇଁ ପରିବାର ଲୋକ କହିଲେ ବି ମନାକରିଦେଲେ
ମାଆ ଚାଲିଗଲା ପରେ..ଦୁଇ ପୁଅଙ୍କୁ ମାଆର ସ୍ନେହ ଧରି ପାଳୁଛନ୍ତି ଜଣେ ବାପା । ରୋଷେଇବାସଠୁ ଶୁଆଇ ଦେବା...ଖୁଆଇ ଦେବାଠୁ ପଢାଇବା...ସବୁ କାମ ଟିକିନିଖି କରି କରୁଛନ୍ତି । ଦ୍ୱିତୀୟ ବିବାହ ପାଇଁ ପରିବାର ଲୋକ କହିଲେ ବି ମନାକରିଦେଲେ
ମରାମତି ଅଭାବରୁ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ । ଫଳରେ ଚାଷୀ ନାହିଁ ନଥିବା ସମସ୍ୟାରେ ଦହଗଞ୍ଚ ହେଉଛନ୍ତି ।
ମେଡିକାଲ ଅଛି ଡାକ୍ତର ନାହାନ୍ତି । ବର୍ଷ ବର୍ଷ ଧରି ଖାଲିପଡ଼ିଛି ପଦବୀ । ଭଗବାନଙ୍କ ଭରସାରେ ରୋଗୀସେବା ।
ଭୟଙ୍କର ଦୁର୍ନୀତି ଚାଲିଛି ମନରେଗାରେ । ମଣିଷ ବଦଳରେ ମେସିନ୍ରେ କାମ କରୁଛନ୍ତି ଠିକାଦାର । ତାହା ପୁଣି ଅଧ ରାତିରେ...
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ସରସ୍ୱତୀ କୁଂଆରୀ । ଜନ୍ମରୁ ସେ ଦିବ୍ୟାଙ୍ଗ...ଗୋଟିଏ ହାତ ନାହିଁ କି ଗୋଡ଼ ଠିକ୍ରେ ଚାଲୁନି । ଏମିତିକି ସରସ୍ୱତୀ ଠିକ୍ରେ ଚାଲିବି ପାରନ୍ତିନି । କିନ୍ତୁ ନିଜର ଅସହାୟତା ପାଇଁ ସେ ହାର ମାନିନାହାନ୍ତି । ବରଂ କେମିତି ଟଙ୍କା ରୋଜଗାର ହେବ ସେନେଇ ଉପାୟ ଚିନ୍ତା କରିବା ପରେ ଏବେ ବାଉଁଶ ସାଜିଛି ତାଙ୍କର ବ୍ୟବସାୟ । ପାଖଆଖ ଗାଁରୁ ବାଉଁଶ ସଂଗ୍ରହ କରିବା ପରେ ଭିନ୍ନ ଭିନ୍ନ ସାମଗ୍ରୀ ତିଆରି କରିବାରେ ସେ ଲାଗିପଡ଼ନ୍ତି । କେତେବେଳେ କୁଲା ତ ଆଉ କେତେବେଳେ ଡଲା