Advertisment

ପରମ୍ପରା ନାଁରେ ଜୀବନ ନ ଯାଉ; ମାଞ୍ଜା ସୂତା ଉପରେ ବ୍ୟାନ୍‌ ଲଗାଇଲା ପ୍ରଶାସନ

ମକର ପୂର୍ବରୁ ରାସ୍ତାଘାଟରେ ଦେଖିବାକୁ ମିଳୁଛି ବେପରୁଆ ଗୁଡି ଉଡା । ଗୁଡ଼ିରେ ମାଞ୍ଜା ଓ ଚାଇନା ସୁତା ବ୍ୟବହାର ଯୋଗୁଁ  ଅନେକ ରକ୍ତାତ ହେଉଛନ୍ତି ।

author-image
Manoranjan Behera
Chinese Manja

Chinese Manja

ମକର ପୂର୍ବରୁ ଗୁଡି ଉଡ଼ା ଏବେ ଲୋକଙ୍କ ଲାଗି ସାଜିଛି ବିପଦ । ଗୁଡ଼ି ଉଡାରେ ମାଞ୍ଜାସୁତା ସହ ଚାଇନା ସୁତା ବ୍ୟବହାର କରାଯିବା ଫଳରେ ଏହା ଲୋକଙ୍କ ଲାଗି ବିପଦ ସାଜିଛି । ଗତ ଦୁଇ ଦିନ ଭିତରେ ବାଲେଶ୍ୱର ସହରରେ ଦୁଇ ବ୍ୟକ୍ତି ଗୁଡ଼ି ସୂତାରେ ଆହତ ହେବା ପରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ରାସ୍ତାଘାଟ ଓ ଜନଗହଳି ସ୍ଥାନରେ ଗୁଡ଼ି ଉଡାଇବା ଲାଗି କଟକଣା ଲାଗିଛି । ସେପଟେ ମାଞ୍ଜାସୁତା ଓ ଚାଇନା ସୁତା ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛି ପ୍ରଶାସନ ।

Advertisment

ମକର ପୂର୍ବରୁ ରାସ୍ତାଘାଟରେ ଦେଖିବାକୁ ମିଳୁଛି ବେପରୁଆ ଗୁଡି ଉଡା । ଗୁଡ଼ିରେ ମାଞ୍ଜା ଓ ଚାଇନା ସୁତା ବ୍ୟବହାର ଯୋଗୁଁ  ଅନେକ ରକ୍ତାତ ହେଉଛନ୍ତି । ବାଲେଶ୍ୱରର ଜି. ରାଜେଶ  ଦିନକ ତଳେ ସେ ମଟୋର ସାଇକେଲରେ ଚାନ୍ଦିପୁରକୁ ଯାଉଥିବା ବେଳେ ତାଙ୍କ ମୁହଁରେ ମାଞ୍ଜା ସୁତା ଲାଗିଥିଲା । କିଛି ବୁଝିବା ପୂର୍ବରୁ ତାଙ୍କ ନାକ ଓ ମୁହଁ କଟି ଯାଇଥିଲା । ହେଲେ ଅଳ୍ପକେ ରକ୍ଷା ପାଇଯାଇଥିଲେ ତାଙ୍କ ପତ୍ନୀ । ଠିକ୍ ସମାନ ଅବସ୍ଥା ହୋଇଥିଲା ଦେବାନପାଟଣାର ତପନ କୁମାର ମାନ୍ନାଙ୍କ କ୍ଷେତ୍ରରେ । ବାଲେଶ୍ୱର ସହରରୁ ଘରକୁ ଫେରୁଥିବା ବେଳେ ତାଙ୍କ ବେକରେ ମାଞ୍ଜାସୂତା ଲାଗି ସେ ଆହତ ହୋଇଥିଲେ ।

ବିଶେଷକରି ସହରରେ ଥିବା ଫ୍ଲାଏ ଓଭରବ୍ରିଜ ଉପରେ ଅନେକ ସମୟରେ ଏପରି ଘଟଣା ଦେଖିବାକୁ ମିଳୁଛି । ସହରର ବିଭିନ୍ନ ଛାତ ଉପରୁ ଲୋକେ ଗୁଡ଼ା ଉଢାଉଥିବା ବେଳେ ତାହା ରାସ୍ତାରେ ଯାଉଥିବା ଲୋକଙ୍କ ଲାଗି ବିପଦ ସାଜୁଛି । ସହର ଭିତରେ ଗୁଡା ଉଡା ସହ ଏଥିରେ ବ୍ୟବହୃତ ଚାଇନା ସୂତା ଏବଂ ମାଞ୍ଜା ବ୍ୟବହୃତ ପ୍ଲାଷ୍ଟିକ୍ ସୂତା ଚିନ୍ତା ବଢାଇଛି । ସେପଟେ ଏ ନେଇ ବ୍ୟବସାୟୀଙ୍କୁ ପଚାରିବାରୁ ସେମାନେ ଏହି ସୁତା ବ୍ୟବହାର କରିବା ଲାଗି ମନା କରିବା ପରେ ବି ଛୋଟ ପିଲା ଲୁଚା ଛପାରେ ସୁତା ବ୍ୟବହାର କରୁଥିବା କହିଛନ୍ତି।

Advertisment

ବାଲେଶ୍ୱର ସହରରେ ଦୁଇ ଦିନରେ ଦୁଇ ଦୁଇଟି ଘଟଣା ପ୍ରଶାସନର ନିଜରକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ । ଜନଗହଳି ପୂର୍ଣ୍ଣ ସ୍ଥାନରେ ଗୁଡି ଉଡା ଉପରେ କଟକଣା ଲଗାଯିବା ସହ ମାଞ୍ଜାସୁତା ବ୍ୟବହାର କଲେ କଠୋର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଗତବର୍ଷ ଗୁଡି ସୂତାରେ ବାଲେଶ୍ୱର ଫ୍ଲାଏ ଓଭରବ୍ରିଜ୍ ଏବଂ ରାସ୍ତାରେ କିଛି ଲୋକ ଆହତ ହୋଇଥିଲେ । ଏବେ ପୁଣି ଗୁଡ଼ି ସୁତାରେ ସହରର ଦୁଇ ବ୍ୟକ୍ତି ଆହତ ଘଟଣା ପରେ ବି ଚେତୁନାହିଁନ୍ତି ବେପରୁଆ ଗୁଡ଼ି ଉଡାଳି । ଏଣୁ ଏମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଦିବା ହୋଇଛି । 

Chinese Manja Kite Flying
Advertisment
Advertisment