ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ଚାଲିଛି ବ୍ୟାପକ ପ୍ରସ୍ତୁତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗସ୍ତରେ ଆସି ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ସାଧାରଣ ସଭାକୁ ଉଦବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।
ଦୁଇ ଶହ ପାହାଚ ବିଶିଷ୍ଟ ପର୍ବତ ଉପରେ ରହିଛି ହନୁମାନ ବାଟିକା.. ପର୍ବତ ମଝିରେ ପୂଜା ପାଉଛନ୍ତି ମାଆ ଗଡ଼ଚଣ୍ଡୀ ଆଉ ପାର୍ଶ୍ୱରେ କାଠୁଆଳି ଦେବୀ.. ଝରଣା ପାଣି ସତେ ଯେମିତି ଦେବା ଓ ଦେବୀଙ୍କ ପଦଧୌତ କରି ପାହାଡ଼ର ପାଦ ଦେଶରେ ବହିଯାଉଛି..
ଆଃ କି ସୁନ୍ଦର ଏଇ ପ୍ରକୃତି.. ଆଉ ଜଙ୍ଗଲିଆ ଚଢେଇଙ୍କ କିଚିରି ମିଚିରି ଶବ୍ଦ ମନକୁ ଯେମିତି ବାନ୍ଧି ନେଉଛି..ଆମମାନଙ୍କର ବ୍ୟସ୍ତବହୁଳ ଜୀବନରୁ ଦୂରେଇ, ସ୍ମାର୍ଟଫୋନ୍ ଆଉ ସୋସିଆଲ ମିଡିଆକୁ ବାଏ କହିଦେଇ, ବିଲକୁଲ ନେଟୱର୍କ ନଥିବା ଏଇ ଜାଗାରେ କେଇ କ୍ଷଣ ପାଇଁ ହେଉ ପଛେ ଜୀବନ ଜୀଇଁଯିବା..ଆସ ବୁଲିଯିବା ଲୁଲୁଙ୍ଗ..
ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ତାତିଲେ ବିଜେପି କର୍ମୀ.. କଳାପତାକା ଦେଖାଇ ନାରାବାଜୀ କଲେ.. ଶତାଧିକ ବିଜେପି କର୍ମୀଙ୍କୁ ପାର୍ଟି ଅଫିସରୁ ଉଠାଇ ନେଲା ପୋଲିସ
ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ବିରୋଧ କରିଛି କଂଗ୍ରେସ.. ମମିତାକୁ ନ୍ୟାୟ ଦାବିରେ ହିଞ୍ଜିଳି ଆରଏମସି ଛକରେ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇ ପ୍ରବଳ ନାରାବାଜୀ କରିଛନ୍ତି.. ପୋଲିସ କଂଗ୍ରେସ ସେମାନଙ୍କୁ ଗିରଫ କରିଛି..