• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

‘secret nuclear briefcase’
ଭୟରେ ଥରହର ବିଶ୍ୱ : ସିକ୍ରେଟ୍ ନ୍ୟୁକ୍ଲିୟର ବ୍ରିଫକେସ୍ ଧରି ଯା’ଆସ କରୁଛନ୍ତି ପୁଟିନ୍

ବିଶ୍ୱକୁ ଡରାଇବା ଆରମ୍ଭ କରି ଦେଲେଣି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ପାଖେ ପାଖେ ଲଖୁଛନ୍ତି ସିକ୍ରେଟ୍ ନ୍ୟୁକ୍ଲିୟର ବ୍ରିଫକେସ୍। ପୁଟିନ୍ ଯୁଆଡେ ଯାଉଛନ୍ତି, ତାଙ୍କ ପଛେ ପଛେ ଜଣେ ବ୍ୟକ୍ତି କଳା ରଙ୍ଗର ବ୍ରିଫକେସ୍ ଧରି ବୁଲୁଛନ୍ତି।

Special Story
ସତ ହେବ କି ଭବିଷ୍ୟତବାଣୀ ? ୨୦୨୩ରେ ହେବ ତୃତୀୟ ବିଶ୍ୱଯୁଦ୍ଧ, ୟୁରୋପ ହେବ ଯୁଦ୍ଧକ୍ଷେତ୍ର

ଋଷ-ଯୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧର ମୂଳଦୁଆ ପକାଇଛି। ଏବେ ଦେଶ ଦେଶ ମଧ୍ୟରେ ଲାଗି ରହିଛି ମନାନ୍ତର ଓ ମତାନ୍ତର ପରିସ୍ଥିତି।

Ukrainian Girl Writes Emotional Letter To Mother Killed in War
ଋଷ-ୟୁକ୍ରେନ୍ ଯୁଦ୍ଧରେ ଚାଲିଗଲା ମାଆ... ଆବେଗଭରା ଚିଠି ଲେଖିଲା ୯ ବର୍ଷର ଝିଅ

କଥାଟା ଟିକେ ଅଡୁଆ ଲାଗୁଥିଲେ ବି ପ୍ରକୃତ କଥା ଜାଣିଲେ ଆପଣଙ୍କ ଆଖି ଛଳ ଛଳ ହୋଇଯିବ। ପୂରା ଘଟଣା ଜାଣିଲେ କେଇ ମିନିଟରେ ଆପଣଙ୍କ ଆଖିରୁ ଝରି ପଡିବ ଦୁଇ ଟୋପା ଲୁହ।

imran khan
ପାକିସ୍ତାନ ସଡ଼କରେ ଇମ୍ରାନଙ୍କ ସମର୍ଥକଙ୍କ ଶୋଭାଯାତ୍ରା : ସେନାଙ୍କୁ ଇଙ୍ଗିତ କରି ନାରା ଦେଉଛନ୍ତି ଜନତା

ପଡ଼ୋଶୀ ଦେଶର ରାଜନୈତିକ ଦୃଶ୍ୟପଟ୍ଟ ଲଗାତର ବିଗିଡ଼ିବାରେ ଲାଗିଛି । ଗୋଟିଏପଟେ ଆଜି ପାକିସ୍ତାନରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ରାସ୍ତାରେ ଇମ୍ରାନ ସମର୍ଥକଙ୍କ ଭିଡ ଜମିଛି ।

shahbaz sharif and imran khan
ପାକ୍‌କୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ

ପାକ୍‌କୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀନବାବ ସରିଫଙ୍କ ଭାଇ ଶାହବାଜ ସରିଫ ହୋଇପାରନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । ଆଜି ଆପରାହ୍ନରେ ନ୍ୟାସନାଲ ଆସେମ୍ଲିରେ ଭୋଟ୍ । ଭୋଟିଂ ପରେ ଚିତ୍ର ସ୍ପଷ୍ଟ ହେବ କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ।

Modi-Biden virtual meeting today
ଆଜି ମୋଦି-ବାଇଡେନ୍‌ ଭର୍ଚୁଆଲ ବୈଠକ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ ହେବ । ଏହି ବୈଠକରେ ଦୁଇ ଦେଶର ବିଭିନ୍ନ ପ୍ରସଙ୍ଗରେ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗ ଉପରେ ସମୀକ୍ଷା କରିବେ।

Many people injured due to trolley breakdown
ଛିଡିଲା ତ୍ରିକୁଟ ପର୍ବତର ରୋପୱେ ଟ୍ରଲି; ଅନେକ ଆହତ

ଦେଓଘରରେ ଦୁର୍ଘଟଣା। ଦେଓଘରର ତ୍ରିକୁଟ ପର୍ବତର ରୋପୱେ ଟ୍ରଲି ଛିଡିଯିବାରୁ ଅନେକ ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ଦଉଡିରେ ଫସି ରହିଛନ୍ତି। ପ୍ରାୟ ଶହେ ଉପରେ ଲୋକ ଫସି ରହିଥିବା ସୂଚନା ମିଳୁଛି।

Imran Khan again blames foreign conspiracy
ପୁଣି ଆରମ୍ଭ ହେଲା ସ୍ୱାଧୀନତା ସଂଗ୍ରାମ: ଅନାସ୍ଥା ପ୍ରସ୍ତାବ ହାରିବା ପରେ ଇମ୍ରାନଙ୍କ ପ୍ରଥମ ପ୍ରତିକ୍ରିୟା

ସରକାରଙ୍କ ପତନ ଏବଂ କ୍ଷମତା ହରାଇବା ପରେ ମଧ୍ୟ ଇମ୍ରାନ ଖାନଙ୍କ ରାଜନୈତିକ ସଂଘର୍ଷ ଜାରି ରହିଛି। ସେ ପୁଣିଥରେ ତାଙ୍କ ସରକାର ପତନ ପାଇଁ ବିଦେଶୀ ଶକ୍ତିକୁ ଦାୟୀ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଟ୍ୱିଟ୍‌ କରି ଏହି ଷଡଯନ୍ତ୍ର ବିରୋଧରେ ସଂଗ୍ରାମ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି।

imran
ଅନାସ୍ଥା ଭୋଟରେ ଇମ୍ରାନ୍ ଆଉଟ୍: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଶାହାବାଜ ସରିଫ୍

ଏବେ ପାକିସ୍ତାନର କ୍ଷମତା ଖେଳରେ ଶାହବାଜ ଶରିଫଙ୍କ ପାଳି । ପାକିସ୍ତାନର ବିରୋଧୀ ଦଳ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରିଫଙ୍କ ସାନଭାଇ, ତଥା ପଞ୍ଜାବ ପ୍ରଦେଶର ତିନି ତିନି ଥର ମୁଖ୍ୟମନ୍ତ୍ରୀ ଶାହବାଜ ଶରିଫ୍

Imran Khan try to sack Army chief General Bajwa
କ୍ଷମତାରେ ରହିବା ପାଇଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ଇମ୍ରାନ,ବାଜୱାଙ୍କୁ ବିଦା ପାଇଁ ଷଡ଼ଯନ୍ତ୍ର !

କ୍ଷମତାରେ ରହିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ପାକ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାକିସ୍ତାନର ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍‌ ବାଜୱାଙ୍କୁ ବିତାଡ଼ିତ କରିବାକୁ ଇମ୍ରାନ ଉଦ୍ୟମ କରିଥିଲେ ବୋଲି ଚର୍ଚ୍ଚା ହେଉଛି। 

Shehbaz Sharif
ପାକିସ୍ତାନର ମଙ୍ଗ ଧରିପାରନ୍ତି ଶେହାବାଜ୍ ସରିଫ : ନୂଆ ପ୍ରଧାନମନ୍ତ୍ରୀ ଚୟନ ନେଇ କାଲି ସଂସଦରେ ଭୋଟିଂ

ଶେହାବାଜ୍ ସରିଫ ପାକିସ୍ତାନର ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛନ୍ତି । ସେ ବର୍ତ୍ତମାନ ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ୱାଜ ପାର୍ଟିର ଅଧ୍ୟକ୍ଷ ଅଛନ୍ତି ।

Boris Johnson And Zelensky Visit Kyiv
ଜେଲେନସ୍କିଙ୍କ ସହ ଚାଲି ଚାଲି କିଭ୍‌ର ଗଳିକନ୍ଦି ବୁଲିଲେ ବୋରିସ ଜନ୍‌ସନ୍

ଋଷ୍- ୟୁକ୍ରେନ୍ ଘମାଘୋଟ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଜଧାନୀ କିଭ୍‌ ଗସ୍ତ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍। ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ସେ ସହରର ଗଳିକନ୍ଦି ବୁଲି ଦେଖିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। 

Imran Khan Creates History In Pak Politics
କାର୍ଯ୍ୟକାଳ ପୁରା କରିପାରିଲେନି, ହେଲେ ଯିବା ସମୟରେ ଇତିହାସ ରଚିଲେ ଇମ୍ରାନ ଖାନ

ଅନାସ୍ଥା ଭୋଟ୍‌ ପୂର୍ବରୁ ଇମ୍ରାନ ଖାନ୍‌ ୩ ଟି ସର୍ତ୍ତ ରଖିଥିଲେ। ଇସ୍ତଫା ପରେ ତାଙ୍କୁ ଗିରଫ କରାଯିବନି,  ଶାହବାଜ୍‌ଙ୍କୁ  ପ୍ରଧାନମନ୍ତ୍ରୀ କରାନଯାଉ ଏବଂ NAB ଆଧାରରେ ତାଙ୍କ ନାଁରେ ମାମଲା ରୁଜୁ କରାଯିବନି।

Sri Lankan president Gotabaya Rajapaksa
ଅନାସ୍ଥା ଭୋଟ୍ ସାମ୍ନା କରିବେ ଶ୍ରୀଲଙ୍କା ରାଷ୍ଟ୍ରପତି !

ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ ଦଳ SJB, ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି ।

Ex Focal person arslan khalid home raid
ଇମ୍ରାନ ଆଉଟ୍‌ ହେବା ପରେ ନିକଟତର ଲୋକଙ୍କ ଉପରେ ଆକ୍ସନ: ରାତି ଅଧରେ ଅର୍ସଲାନଙ୍କ ଘରେ ରେଡ୍‌, ଛଡ଼ାଇ ନେଲେ ଫୋନ୍‌

ପାକିସ୍ତାନରୁ ଇମ୍ରାନ ଖାନ୍‌ଙ୍କ ସରକାର ଆଉଟ୍‌ ହେବା ପରେ ପରେ ତାଙ୍କର ନିକଟତର ଲୋକଙ୍କ ଉପରେ ଆକ୍ସନ ନିଆଯାଇଛି। ବିଳମ୍ବିତ ରାତିରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାସ୍‌ ହେବା ପରେ ଇମ୍ରାନଙ୍କ ଅତି ଘନିଷ୍ଠ କୁହାଯାଉଥିବା ଡଃ ଅର୍ସଲାନ ଖଲିଦ୍‌ଙ୍କ ଘରେ ରେଡ୍‌ ହୋଇଛି।

Imran Khan Loses Midnight No-Trust Vote, Removed As Pakistan PM: 10 Points
ଇମ୍ରାନ୍‌ଙ୍କ ଉଦ୍ୟମ ଫେଲ୍‌ ! ମିଡ୍ ନାଇଟ୍ ଡ୍ରାମାରେ ଗଲା ଇମ୍ରାନ ଖାନଙ୍କ ପିଏମ୍ ଚୌକି

ଶାହବାଜ ସରିଫ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଗଲା ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପଦବୀ । ମିଡ ନାଇଟ୍ ଡ୍ରାମା ଅନାସ୍ଥା ଭୋଟରେ ହାରିଲେ ଇମ୍ରାନ ଖାନ ।

Imran Khan put 3 conditions before resignation
ଇସ୍ତଫା ଦେବା ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ପ୍ରସ୍ତୁତ; ରଖିଲେ ୩ଟି ସର୍ତ୍ତ

ପାକିସ୍ତାନର ରାଜନୈତିକ ଅସ୍ଥିରତାକୁ ନେଇ ବଡ଼ ଖବର। ସମ୍ବାଦ ସରବରାହ ସଂସ୍ଥା ଜି ନ୍ୟୁଜ୍ ସୂତ୍ରରୁ ବଡ଼ ଖବର। ଇସ୍ତଫା ଦେବା ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ପ୍ରସ୍ତୁତ ଥିବା ଜଣାଯାଇଛି। ଏନେଇ ସେ ୩ଟି ସର୍ତ୍ତ ମଧ୍ୟ ରଖିଛନ୍ତି।

Leave Pakistan move to india nawaz sharifs daughter tells imran khan after he praises neighbor
ଇମ୍ରାନଙ୍କୁ କଟାକ୍ଷ କଲେ ନୱାଜ ସରିଫଙ୍କ ଝିଅ; କହିଲେ 'ପାକିସ୍ତାନ ଛାଡ ଭାରତ ପଳାଅ'

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ଇମ୍ରାନ୍‌ ଖାନ୍‌ଙ୍କୁ କଟାକ୍ଷ କରିଛନ୍ତି ।

Ukrainian mum writes details on toddler's back in case they get separated
ଛୁଆ ହଜିବନି ବୋଲି ପିଠିରେ ଠିକଣା ଲେଖିଲା ମା’

ଛୁଆ ପ୍ରତି ମା’ର ବାତ୍ସଲ୍ୟ ମମତା । ନିଜ ସନ୍ତାନ ପିଠିରେ ଲେଖିଲେ ଠିକଣା । ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାବେଳେ ୟୁକ୍ରେନରୁ ସାମ୍ନାକୁ ଆସିଛି ଏହି ହୃଦୟସ୍ପର୍ଶୀ ଭିଡିଓ ।

Imran Khan
ରହିବେ ନା ଗାଦିରୁ ହଟିବେ ଇମ୍ରାନ ?

ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା । ଅନାସ୍ଥା ଭୋଟର ସାମନା କରିବେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ।

Imran Khan
ଲୋକତନ୍ତ୍ରର ରକ୍ଷା ସେନା ନୁହେଁ, ଜନତା ହିଁ କରିପାରିବେ: ଇମ୍ରାନ୍‌

ଭାରତର ବିଦେଶ ନୀତି ସ୍ବତନ୍ତ୍ର ଏବଂ କେହି ଆଖି ଦେଖାଇ ପାରିବେ ନାହିଁ।

Lashkar-e-Taiba chief Hafiz Saeed
ଆତଙ୍କବାଦୀ ହାଫିଜ୍ ସଇଦ୍‌କୁ ୩୧ ବର୍ଷ ଜେଲ୍ ଦଣ୍ଡାଦେଶ

ଏପଟେ ଇମ୍ରାନଙ୍କ ଆସନ ଟଳମଳ ସେପଟେ ହାଫିଜ୍ ବିରୋଧରେ କୋର୍ଟଙ୍କ ଦଣ୍ଡାଦେଶକୁ ନାନା ଚର୍ଚ୍ଚା

Imran khan getting stuck in his own trick supreme court sought evidence of foreign conspiracy agains
ଆସନ୍ତାକାଲି ଇମ୍ରାନ୍‌ଙ୍କ ଭାଗ୍ୟ ପରୀକ୍ଷା; ଗେମ୍‌ ଚେଞ୍ଜର୍‌ ହେବେ କି ନିଜ ଦଳର ସାଂସଦ

ଇମ୍ରାନଙ୍କ ନିଜ ଦଳର ଦୁଇ ଡର୍ଜନ୍‌ରୁ ଅଧିକ ସାଂସଦ ମଧ୍ୟ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବା ଆଶଙ୍କା କରାଯାଉଛି । ତେବେ ନିଶ୍ଚିତ ପରାଜୟ ଜାଣିବା ସତ୍ତ୍ୱେ ଇମ୍ରାନ୍ ଯଦି ଇସ୍ତଫା ନଦିଅନ୍ତି, ତେବେ ସେ ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବାରେ ପ୍ରଥମ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବେ ।

Russia-Ukraine War
୪୪ ଦିନ ବିତିଲାଣି, ସରୁନି ଯୁଦ୍ଧ : ୟୁକ୍ରେନର ପୂର୍ବାଞ୍ଚଳ ଉପରେ ପୁଟିନଙ୍କ ନଜର

କିଭ୍ ଦଖଲରେ ବିଫଳ ହେବା ପରେ ଋଷ ଫୋକସରେ ପୂର୍ବ ୟୁକ୍ରେନ୍ । କିଭ୍ ଉପକଣ୍ଠରୁ ସୈନ୍ୟ ପ୍ରତ୍ୟାହାର କରି, ପୂର୍ବ ୟୁକ୍ରେନରେ ସେନା ଠୁଳ କରୁଛି ଋଷ ।

Protests Continue In Sri Lanka
ଗଳିକନ୍ଦିରେ ପ୍ରତିବାଦର ସ୍ୱର: ଅତ୍ୟାବଶକୀୟ ସାମଗ୍ରୀ ଦାମ ବୃଦ୍ଧି, ଖାଇବାକୁ ପାଉ ନାହାନ୍ତି ଲୋକେ

ଶ୍ରୀଲଙ୍କାରେ ଲୋକଙ୍କ ବିରୋଧ ଓ ପ୍ରତିବାଦ ଜାରି ରହିଛି। ଗଳିକନ୍ଦିରେ ଦେଖିବାକୁ ମିଳୁଛି ପ୍ରତିବାଦର ସ୍ୱର। ରାଷ୍ଟ୍ରପତି ଭବନଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁଠି ଶୁଭୁଛି ପ୍ରତିବାଦର ସ୍ୱର।