• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୀର୍ଘ ୪ ମାସ ପରେ ଉଦୟ ହେଲେ ସୂର୍ଯ୍ୟ । ଆନ୍ଧାରରୁ ଆଲୋକକୁ ଫେରିଲା ପୁରା ଆଣ୍ଟାର୍କଟିକା । ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହି ଏଜେନ୍ସିର ୧୨ ଜଣିଆ କନ୍‌କର୍ଡଆ ରିସର୍ଚ୍ଚ କମିଟି ପ୍ରଥମେ ଏହାର ଅନୁଭବ କରିଛନ୍ତି । ଦୀର୍ଘ ଦିନ ପରେ ସେମାନେ ସକାଳ ଦେଖିଛନ୍ତି । ୪ ମାସ ପୂର୍ବେ ଆଣ୍ଟାର୍କଟିକାରେ ହୋଇଥିଲା ସୂର୍ଯ୍ୟାସ୍ତ । ସେବେଠାରୁ ଏଠାରେ ରାତି ହୋଇଥିଲା । କିନ୍ତୁ ଏବେ ସକାଳ ହୋଇଛି ।

ଏହି ରିସର୍ଚ୍ଚ ଟିମ୍‌ ପ୍ରଥମ ସୂର୍ଯ୍ୟୋଦୟ ଓ ସର୍ଯ୍ୟଙ୍କ ପ୍ରଥମ କିରଣର ଏକ ସୁନ୍ଦର ଚିତ୍ର ଉତ୍ତୋଳନ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି । ପୁରା ରିସର୍ଚ୍ଚ ଟିମ୍‌ ବରଫ ପରିବେଶରେ ରହିଛନ୍ତି । ଏଠାରେ ତାପମାତ୍ର ପାଖାପାଖି ୮୦ ଡିଗ୍ରୀ ସେଲସିୟସ ତଳେ ରହିଥିବା ବେଳେ ଘନ ଅନ୍ଧାରରେ କଟୁଥିଲା ଜୀବନ । ହେଲେ ଏଭଳି ପରିସ୍ଥିତିରେ ମଧ୍ୟ ରିସର୍ଚ୍ଚ ଟିମ୍‌ ସେଠାରେ ନିଜର ବାୟୋମେଡିକାଲ ରିସର୍ଚ୍ଚ କାମ ଜାରି ରଖିଛନ୍ତି । ସେମାନେ ୟୁରିନ୍‌, ସ୍ଟୁଲ ଏବଂ ବ୍ଲଡ୍‌ ସାମ୍ପୁଲ ସଂଗ୍ରହ କରିଛନ୍ତି । ମଣିଷ ଶରୀର କେଉଁ ତାପମାତ୍ରରେ କିଭଳି ସ୍ଥିତିରେ ରହୁଛି ସେନେଇ ସେମାନେ ଜାଣିବାକୁ ଚେଷ୍ଟ କରିଛନ୍ତି ।

SunriseSunrise

ତେବେ ଏଠାରେ ଗତ ୪ ମାସ ହେଲା ଆକାଶରେ ଦେଖା ଦେଇନଥିଲା ସୂର୍ଯ୍ୟ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ୧୨୦ ଦିନ ପାଇଁ ଗୋଟିଏ ମହାଦେଶ ଅନ୍ଧାରରେ ରହିଥାଏ । ସାଧାରଣତଃ ପୃଥିବୀରେ ୪ଟି ଋତୁ ଅନୁଭୂତ ହୋଇଥାଏ । କିନ୍ତୁ ଆଣ୍ଟାର୍କଟିକାର ପରିବେଶ ଓ ପାଣିପାଗ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମାତ୍ର ୨ଟି ଋତୁ ଅନୁଭୂତ ହୁଏ । ଗ୍ରୀଷ୍ମକାଳରେ ଏଠାରେ ୬ ମାସ ଦିନ ଏବଂ ଶୀତଋତୁରେ ୬ ମାସ ରାତି ହୋଇଥାଏ । ସମୁଦ୍ରପତନଠାରୁ ୩୨୩୩ମିଟର ଉପରେ ଅବସ୍ଥିତ ଆଣ୍ଟାର୍କଟିକାର ଜଳବାୟୁ ଅତ୍ୟନ୍ତ ‌ଥଣ୍ଡା। ଏଠାରେ ତାପମାତ୍ରା ୮୦ ଡିଗ୍ରୀ ସେଲସିୟସ ତଳେ ରୁହେ । ଶୀତ ସମୟରେ ସମଗ୍ର ଆଣ୍ଟାର୍କଟିକା ବରଫାବୃତ ପାହାଡ଼ରେ ଘୋଡ଼ାଇ ହୁଏ।

ସାଧାରଣତଃ ରୁତୁଚକ୍ର ଅନୁସାରେ ପୃଥିବୀର ବିଭିନ୍ନପ୍ରାନ୍ତରେ ସୂର୍ଯ୍ୟ କରିଣ ପଡ଼ିଥାଏ । ନାସାର ସୂଚନା ଅନୁସାରେ, ଗ୍ରୀଷ୍ମ ସମୟରେ ଆଣ୍ଟାର୍କଟିକା ସୂର୍ଯ୍ୟ ଆଡ଼କୁ ଢଳି ରହୁଥିବାରୁ ସବୁବେଳେ ସୂର୍ଯ୍ୟ କିରଣ ପାଇଥାଏ । କିନ୍ତୁ ଶୀତକାଳରେ ବୀପରିତ ଦିଗକୁ ଢଳି ରହିଲେ ଆଣ୍ଟାର୍କଟିକା ମହାଦେଶ ଅନ୍ଧାରରେ ବୁଡ଼ି ରୁହେ ।