• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିବାହ ପ୍ରସ୍ତୁତି ଏକ ବଡ଼ ଆୟୋଜନ ହୋଇଥାଏ । ଯେତିକି ଖୁସି ଲାଗେ ସେତିକି କଷ୍ଟ ମଧ୍ୟ ହୋଇଥାଏ । ବର - କନ୍ୟା ଓ ତାଙ୍କ ପରିବାର ଅନେକ ଚିନ୍ତାରେ ଥାନ୍ତି । ବିବାହ ଆୟୋଜନ ସମୟରେ ସମସ୍ତେ ଖୁବ୍‌ ବ୍ୟସ୍ତ ରୁହନ୍ତି । କାରଣ ଅନେକ ବନ୍ଧୁ ବାନ୍ଧବ ଆସିବେ ଆଉ ସେମାନଙ୍କୁ କିଭଳି ଭଲ ଚର୍ଚ୍ଚା ପାଇବେ ସେଥିପାଇଁ ଅନେକ କିଛି ବ୍ୟବସ୍ଥା କରିବାକୁ ପଡ଼ିଥାଏ । ତେବେ ଏହି ସବୁ ଆୟୋଜନ ବେଳେ ଅନେକ ମତାନ୍ତର ଦେଖାଦେଇଥାଏ । କିଛି ଭୁଲ ଭଟ୍‌କା ବି ହୁଏ । ପୁଣି ତାକୁ ଠିକ୍‌ କରିବାକୁ ଚେଷ୍ଟା ବି କରାଯାଏ ।

ହେଲେ ଏହାରି ଭିତରେ ସବୁଠୁ ବଡ଼ କଥା ହେଲା, ନିମନ୍ତ୍ର୍ରଣ କାର୍ଡ ଛପା । ସେଥିରେ ଯେମିତି ଭୁଲ ନ ରୁହେ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ୍ । ହେଲେ ବାସ୍ତବରେ ଏହାର ଓଲଟା ହୋଇଥାଏ । ବିବାହ କାର୍ଯ୍ୟରେ ନିମନ୍ତ୍ରଣ କାର୍ଡର ଅନେକ ଗୁରୁତ୍ୱ ଥିଲେ ବି ଏଥିପ୍ରତି କାହାରି ବିଶେଷ ନିଘା ନଥାଏ । ଅନେକ ସମୟରେ ନିମନ୍ତ୍ରଣ କାର୍ଡରେ ସ୍ପେଲିଂ ମିସ୍‌ଟେକ୍‌ ରହିଥାଏ । ଆଉ ଏହାକୁ ଦେଖି ଠିକ୍‌ କରି ପୁଣି ଛପା ଯାଇଥାଏ । ଆଉ ଏଥିପ୍ରତି ଟିକେ ନଜର ଅନ୍ଦାଜ କଲେ ଭୁଲ୍‌ ଚାରିଆଡ଼େ ବ୍ୟାପିଯାଏ । ଆଉ ଲୋକହସା ହେବାକୁ ପଡ଼େ ।

ତେବେ ଠିକ୍‌ ଏମିତି କିଛି ଘଟଣା ଏବେ ଆମ ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ବିବାହ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ଉକ୍ତ ନିମନ୍ତ୍ରଣ କାର୍ଡରେ ଏକ ବିରାଟ ତ୍ରୁଟି ଦେଖିବାକୁ ମିଳିଥିଲା । ଏହି ତ୍ରୁଟି ଏମିତି ସାଧାରଣ ସ୍ପେଲିଂ ମିସ୍‌ଟେକ୍‌ ଭଳି ନଥିଲା । ଏହା ଥିଲା ଏକ ସାଂଘାତିକ ତ୍ରୁଟି । ମହିଳାଙ୍କ ବିବାହ କାର୍ଡରେ ଅତିଥିମାନଙ୍କୁ ଅଶ୍ଲୀଳ ୱେବ୍‌ସାଇଟ୍‌ ପର୍ଣ୍ଣ-ହବ୍‌ ଦେଖିବାକୁ କୁହାଯାଇଥିଲା । ନିଜର ବିବାହ ୱେବ୍‌ସାଇଟ୍‌ ଆଡ୍‌ରେସ୍‌ ବଦଳରେ ଏହି ଅଶ୍ଲୀଳ ୱେବ୍‌ସାଇଟ୍‌ ଆଡ୍‌ରେସ୍‌ ଛପିଥିଲା ନିମନ୍ତ୍ରଣ କାର୍ଡରେ । ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ।  

ତେବେ ଏଭଳି ତ୍ରୁଟି ନେଇ ଖୋଦ୍‌ ମହିଳା ଜଣକ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ସେ ଲେଖିଥିଲେ, ‘ବିବାହ ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ ହୋଇସାରିବା ପରେ ମୋ ପାଖକୁ ମେଲ୍‌ ଯୋଗେ ଆସିଥିଲା । ଯେଉଁଥିପାଇଁ ମୁଁ ଖୁବ୍‌ ଉତ୍ସାହିତ ଥିଲେ । କିନ୍ତୁ ଏଥିରେ ଏକ ବିରାଟ ଭୁଲ ରହିଯାଇଛି । ଏଭଳି ଭୁଲ ରହିବା ସ୍ୱାଭାବିକ୍ । ସମସ୍ତେ ଏଥିପ୍ରତି ଗୁରୁତ୍ୱ ଦେବାକୁ ହେବ । ଏଭଳି ଭୁଲ ଆଉ କାହା ସହ ନହେଉ ।’

Wedding InvitationWedding Invitation

ସେ ଆହୁରି କହିଛନ୍ତି କାର୍ଡ ପ୍ରସ୍ତୁତ କରିବାକୁ ଦେବା ବେଳେ ନିଜ ବିବାହର ୱେବ୍‌ସାଇଟ୍‌ ତିଆରି ହୋଇନଥିଲା । ତେଣୁ ଏକ ଫନ୍‌ ୱେବ୍‌ସାଇଟ୍‌, କେବଳ ଟ୍ରାଏଲ ପାଇଁ କାର୍ଡରେ ପକାଇଥିଲେ । ହେଲେ ପର ମୁହୁର୍ତ୍ତରେ ତାକୁ ଲିଭାଇବା କଥା । କିନ୍ତୁ ପ୍ରିଣ୍ଟ ବେଳକୁ ତାହା ଅଜାଣତରେ ରହିଯାଇଛି । RSVP ସ୍ଥାନରେ ସେହି ଫନ୍‌ ୱେବ୍‌ସାଇଟ୍‌ର ନାଁ ରହି ଯାଇଛି । ଅତିଥିମାନଙ୍କୁ ବିବାହର ଅପ୍‌ଡେଟ୍‌ ଦେବା ପାଇଁ RSVP ବ୍ୟବହାର କରାଯାଇଥାଏ । ସେଠାରେ ବିଜ ବିବାହ ୱେବ୍‌ସାଇଟ୍‌ ଆଡ୍‌ରେସ୍ ଦେବାର ଥିଲା । କିନ୍ତୁ ତାହା ଭୁଲ ହୋଇଗଲା ।

ତେବେ ଖାଲି ସେତିକି ନୁହେଁ, ମହିଳା ଜଣକ କାର୍ଡରେ ଅନ୍ୟ ଏକ ଭୁଲ ମଧ୍ୟ କରିଛନ୍ତି । ବିବାହ କାର୍ଯ୍ୟକ୍ରମ ସହରଠାରୁ ଦୂରରେ ହେଉଥିବାରୁ ଅତିଥିମାନଙ୍କ ପାଇଁ ହୋଟେଲ ଆଦିର ବ୍ୟବସ୍ଥା ସେ କରିଥିଲେ । କିନ୍ତୁ କାର୍ଡରେ ଏହାର କୌଣସି ସୂଚନା ଦେଇନଥିଲେ । 

ଏତେ ସବୁ ଘଟଣା ପରେ ବା ଭୁଲ ଭଟ୍‌କା ପରେ, ସେ ନିଜ ସାଙ୍ଗ ସାଥି ଓ ପରିବାର ଲୋକଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ବିଶେଷ କରି ନିଜ ମାଆଙ୍କୁ ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ଆଉ ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ କରିବେ ବୋଲି ସେ କହିଥିଲେ ।