ଏଲନ୍ ମସ୍କ ଏବଂ Nicole Shanahanଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଖବର ସତ୍ୟ କି ?
ଯେହେତୁ ଅଳ୍ପ ଦିନ ଭିତରେ ଏହା କେରଳ ଓ ଦିଲ୍ଲୀକୁ ମଙ୍କିପକ୍ସ ଛୁଇଁଲାଣି, ଓଡ଼ିଶାକୁ ଆସିବନି ବୋଲି କହିହେବନି।
ଶ୍ରୀଲଙ୍କାରେ ଦେଖାଦେଇଛି ଖାଦ୍ୟ ସଂକଟ। ଲୋକେ ଏବେ ନିଜର ଖାଦ୍ୟର ପରିମାଣକୁ କମେଇ ଦେଲେଣି। ଅନେକ ଲୋକ ନିଜ ପିଲାମାନଙ୍କୁ ଖାଇବାକୁ ଦେବା ନେଇ ନିଜେ ଖାଇବା ମଧ୍ୟ ଛାଡି ଦେଲେଣି।
କୋଭିଡ୍ ମହାମାରୀ ପରେ ବିଶ୍ୱ ପାଇଁ ବିପଦ ସାଜିଛି ମଙ୍କିପକ୍ସ। ଗତ ୩ ବର୍ଷ ହେଲା ମହାମାରି କରୋନା ତାର ସ୍ଥିତି ଜାରି ରଖିଥିବା ବେଳେ ବିପଦ ଏଯାଏ ଟଳିନି। ହେଲେ ଏହାରି ମଧ୍ୟରେ ଗତ କିଛି ମାସ ହେବ ମଙ୍କିପକ୍ସ ନାମକ ଆଉ ଏକ ରୋଗ ଆତଙ୍କ ସୃଷ୍ଟି କରିଛି।
ଏପ୍ରିଲରେ ସେ ଗୋଟାବାୟାଙ୍କ ଦ୍ୱାରା ଗୃହମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କର ସେ ଜଣେ ବିଶ୍ୱସ୍ତ ନେତା ଭାବେ ପରିଚିତ ।
ଦେହରେ ପାଖାପାଖି ୭୦ ଭାଗ ଟାଟୁ କରିଛନ୍ତି । କାନରେ ବିରାଟ କାୟ କୁଣ୍ଡଳ ଲଗାଇଛନ୍ତି । ମୁହଁରେ ମଧ୍ୟ ଅତି ବିରକ୍ତିକର ଦେଖାଗଲା ଭଳି ଟାଟୁ ଆଙ୍କିଛନ୍ତି ।
ପୋଲିଓର ନୂଆ ଷ୍ଟ୍ରେନ ଓରାଲ ଟିକା ଦ୍ୱାରା ନିୟନ୍ତ୍ରଣ ହୋଇପାରିବ ନାହିଁ।
ଗତବର୍ଷ ଅକ୍ଟୋବରରେ ମଡେଲ୍ ପ୍ରିସିଲା କ୍ରୋଏସିଆରେ ଥିବା ଏକ ଲକ୍ଜୁରୀ ରେଷ୍ଟୁରାଣ୍ଟରୁ ୨.୪୪ ମିଲିୟନ ଡଲାର(୧୯ କୋଟି ଟଙ୍କାରୁ ଅଧିକ) ମୂଲ୍ୟର ଦାମୀ ୱାଇନ୍ ଚୋରି କରିଥିଲେ।
ଜୀବନକୁ ବାଜି ଲଗାଇ ୫ ଜଣଙ୍କୁ ନୂଆ ଜୀବନ ଦେଲେ ଏହି ଡେଲିଭରୀ ବୟ, ଦେଖନ୍ତୁ ଲାଇଭ୍ ଦୃଶ୍ୟ...
ଏହି ଖାଲି ପାଦ ଫଟୋ ହିଁ ଦିନେ ତାଙ୍କୁ ଧନୀ କରିବ । ଆଉ ସେହି ପାଦ ଫଟୋ ପୋଷ୍ଟ କରି ସେ ସେଥିରୁ ରୋଜଗାର କରିବେ ।
ବିଲ୍ ଗେଟ୍ସ ଏବେ ଗୋଟିଏ ପାହାଚ ତଳକୁ ଖସି ୫ ନମ୍ବର ସ୍ଥାନରେ ରହିଛନ୍ତି । ବିଲ୍ ଗେଟ୍ସଙ୍କ ନେଟ୍ ୱର୍ଥ ଖସି ଆସି ଏବେ ୧୦୩ ଆରବ ଡଲାରରେ ପହଞ୍ଚିଛି ।
କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦେଇଥାନ୍ତି। ଏମିତି କିଛି ଘଟିଛି ବ୍ରିଟେନର ଜଣେ ବ୍ୟକ୍ତିଙ୍କ ସହ। ଲଟେରୀ ଟିକେଟ୍ ଜିତି ଏହି ବ୍ୟକ୍ତି ଜଣକ ରାତାରାତି କୋଟିପତି ହୋଇଯାଇଛନ୍ତି।
ଆର୍ଥିକ ସଂକଟରୁ ରାଜନୈତିକ ଅସ୍ଥିରତା ଆଉ ଏହାକୁ ନେଇ ସୃଷ୍ଟି ହୋଇଥିବା ଜନ ଆନ୍ଦୋଳନ, ହିଂସା ଓ ଅଶାନ୍ତିର ବାତାବରଣ। ଏଭଳି ଘଡ଼ସନ୍ଧି ମୁହୁର୍ତ୍ତରେ ଶ୍ରୀଲଙ୍କାର କ୍ରାଇସିସ ମ୍ୟାନେଜର ଭୂମିକାରେ କାମଚଳା ରାଷ୍ଟ୍ରପତିରୁ ନବନିର୍ବାଚିତ ରାଷ୍ଟ୍ରପତି ରାନୀଲ ୱିକ୍ରମାସିଙ୍ଘେ । ଆଶା କରାଯାଉଛି ଯେ, ଚରମ ବିଶୃଙ୍ଖଳାରୁ ଦେଶକୁ ମୁକୁଳାଇବା ସହ ଦିଗ୍ଦର୍ଶନ ଦେବାରେ ସମର୍ଥ ହେବେ ରାନୀଲ । ଆଉ ସେଥିପାଇଁ ରାଷ୍ଟ୍ରପତି ନିର୍ବାଚନ ଜିଣି ନିଜର ପ୍ରଥମ ଅଭିଭାଷଣରେ ସେ ବିରୋଧୀଙ୍କୁ ସାଙ୍ଗରେ ନେଇ କାମ କରିବାକୁ ଆହ୍ବାନ ଦେଇଛନ୍ତି । କିନ୍ତୁ ଏ ବାଟ ଏତେ ସହଜ ନୁହେଁ ଏକଥା ରାନୀଲ ବି ଜାଣିଛନ୍ତି । ପଢ଼ନ୍ତୁ ରିପୋର୍ଟ.....
ତ୍ରିକୋଣୀୟ ମୁକାବିଲାରେ ବିଜୟୀ ହେଲେ ବିକ୍ରମାସିଂଘେ
ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ରିଷି ସୋନକ। ଏମିତି ହେଲେ ଏହା ପ୍ରଥମ ଥର ହେବ ଯେ ଭାରତୀୟ ମୂଳ ବ୍ୟକ୍ତି ସେହି ଗୋରାମାନଙ୍କ ଉପରେ ଶାସନ କରିବେ ଯେଉଁମାନେ ଏକଦା ଭାରତକୁ ସେମାନଙ୍କର ଦାସ କରିଥିଲେ।
ଆସନ୍ତାକାଲି ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ତାହା ନିର୍ଦ୍ଧାରଣ ହେବ । ବର୍ତ୍ତମାନ ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଥିବା ରାନିଲ ବିକ୍ରମାସିଙ୍ଘେ ରେସରେ ରହିଥିବା ବେଳେ ଦୁଇ ଯୋଗ୍ୟ ପ୍ରାର୍ଥୀ ମଧ୍ୟ ମଇଦାନରେ ରହିଛନ୍ତି । ସେମାନେ ହେଲେ ୬୩ ବର୍ଷୀୟ ସିଂହଳୀ ବୁଦ୍ଧିଷ୍ଟ ଦୁଲାସ ଆଲାପେରୁମ୍ମା ଏବଂ ୫୩ ବର୍ଷୀୟ ଅନୁରା କୁମାରଦିସାନାୟକେ ।
ଇବୋଲା ଭଳି ଆଉ ଏକ ଅତି ସଂକ୍ରାମକ ଭୂତାଣୁ
ଆଲୋ ଆଲୋ ଇଏ କଣ? ଦେଖୁନୁରେ ନାରଣ, ମତେ କାଇଁ ପଚାରୁଛୁ? ଦେଶ ଛାଡ଼ି ରାଷ୍ଟ୍ରପତି ଯିବା ପରେ କେମିତି ତାଙ୍କ ଘରେ ପଶି ଏମିତି ଅବସ୍ଥା କରୁଛନ୍ତି ଲୋକେ। କିଏ ତାଙ୍କ ବେଡ୍ରେ ଶୋଇ ସେଲଫି ନେଲାଣି ତ ଆଉ କିଏ ସୁଇମିଂଫୁଲ୍ରେ ଗାଧୋଇଲାଣି। ବାଃ ବାଃରେ କ୍ୟାପିଟାଲ୍ ଲୋକ...
ତୃତୀୟ ରାଉଣ୍ଡ ଭୋଟିଂରେ ରିଷିଙ୍କୁ ମିଳିଲା ୧୧୫ ଭୋଟ୍
ପାର୍କ ଓ ବନ ବିଭାଗ କତ୍ତୃପକ୍ଷ ତା ସାଙ୍ଗକୁ ପଶୁ ବିଶେଷଜ୍ଞ ଟିମ୍ ଲାଗି ପଡ଼ିଛନ୍ତି ହାତୀ ରେସକ୍ୟୁ ଅପରେସନରେ । ରାସ୍ତା କଡ଼ରେ ଥିବା ଏକ ଡ୍ରେନ୍ରେ ଗଳି ପଡ଼ିଥିଲା ଏହି ବର୍ଷକର ହାତୀ ଛୁଆ । ତାକୁ ଉଦ୍ଧାର କରିବାକୁ ଯାଇ ଫସିଯାଇଥିଲା ମାଆ ହାତୀ ।
ଦେଶ ବିରୋଧରେ ଷଡ଼ଯନ୍ତ୍ର ରଚୁଥିବା ଲୋକଙ୍କୁ କ୍ଷମା ନାହିଁ ।
ଏକ ନିଛାଟିଆ ସ୍ଥାନରେ ଥିବା ଅଣ୍ଡରଗ୍ରାଉଣ୍ଡ୍ ବଙ୍କରରୁ ୮୦ ଲକ୍ଷ ଟଙ୍କାର ଜିନିଷ ମିଳିଛି। ଏହାସବୁ ଲୁଟ୍ ସାମଗ୍ରୀ ବୋଲି ଜଣାପଡ଼ିଛି।
ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିିକ୍ରେମାସିଂଘେ ଦେଶର କାମଚଳା ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ବିିକ୍ରେମାସିଂଘେ ଜୁଲାଇ ୨୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରାଷ୍ଟ୍ରପତି ରହିବେ।
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ୍ ଗେଟ୍ସ ଆଉ ଧନୀ ହେବାକୁ ଚାହୁଁ ନାହାନ୍ତି। ୨୦ ଅରବ ଡଲାର ଦାନ କରିବା ପାଇଁ ସେ ଘୋଷଣା କରିଛନ୍ତି।
ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ପ୍ରଥମେ ମାଳଦ୍ୱୀପ ଓ ସେଠାରୁ ସିଙ୍ଗାପୁର ଚାଲି ଯାଇଥିବା ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ଦାବି କରି ଶ୍ରୀଲଙ୍କାରେ ଆନ୍ଦୋଳନ ତୀବ୍ର ହେଉଥିବାରୁ ଆଜି ସନ୍ଧ୍ୟାରେ ସେ ରାଷ୍ଟ୍ରପତି ପଦ ଛାଡ଼ି ଦେଇଛନ୍ତି।