• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମ ଦେଶରେ ବିବାହ ବ୍ରତ ଆଦି ଉତ୍ସବ ଧୁମ୍‌ଧାମ୍‌ରେ ପାଳନ କରାଯାଏ । ଏମିତିକି ନି ସାମର୍ଥ୍ୟଠୁ ଅଧିକ ଖର୍ଚ୍ଚ କରନ୍ତି ଲୋକ । ଝିଅ ବିବାହ କରୁଥିବା ପରିବାର ଋଣ ଆଣି ବିବାହ ଉତ୍ସବକୁ ଧୁମଧାମ୍‌ରେ ପାଳନ କରନ୍ତି । ଅନ୍ୟପଟେ ପୁଅ ଘର ଲୋକ ବି ରିସେପ୍‌ସନ୍‌ ଭୋଜି ଦେବା ସହ ବିବାହ ପୂର୍ବରୁ ଭୋଜି ଭାତର ଆସର ଜମାଇଥାନ୍ତି । ଯେଉଁ ଘରେ ବିବାହ କାର୍ଯ୍ୟକ୍ରମ ଚାଲିଥିବ ସେହି ଘରେ ବିଭିନ୍ନ ରକମର ଖାଦ୍ୟ ପାନୀୟ ଅହରହ ପ୍ରସ୍ତୁତ ଚାଲିଥାଏ । କାହାରିକୁ ଖାଇବା ପାଇଁ ମନା ନଥାଏ ।

ତେବେ ବିବାହ ଉତ୍ସବରେ ଯେଉଁ ଅତିଥିମାନେ ଆସନ୍ତି ସେମାନେ ଉପହାର ଯାହା ବି ଦିଅନ୍ତୁ, କିନ୍ତୁ ସେମାନଙ୍କ ପାଇଁ ଭଲ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥାଏ । ଏମିତି ବ୍ୟବସ୍ଥା ନଥାଏ ଯେ, ଯିଏ ଭଲ ଉପହାର ଦେବ ତାଙ୍କୁ ଭଲ ଖାଇବା, ଆଉ ଯିଏ କମ୍‌ ଉପହାର ଦେବ ତାଙ୍କୁ ସାଧା ସିଧା ଖାଇବା ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଦେବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜଣେ ଯୁବତୀ ନିଜ ବାହାଘରରେ ଅତିଥିଙ୍କୁ ଉପହାର ବଦଳରେ ଭୋଜି ଖାଇବା ପଇସା ଦେବାକୁ କହିଛନ୍ତି । ତେବେ ଏକଥା ଶୁଣିବା ପରେ ପ୍ରଥମେ ଅତିଥିଙ୍କୁ ବଡ଼ ଝଟ୍‌କା ଲାଗିଥିଲା । କିନ୍ତୁ ଏହାକୁ ନେଇ ଧିରେ ଧିରେ ଲୋକଙ୍କ ବିଚାରଧାରା ମଧ୍ୟ ବଦଳିଲା । ଏହି ଯୁବତୀ ଜଣଙ୍କ ହେଉଛନ୍ତି ଜଣେ ମଡେଲ । ସେ ସିଧାସଳଖ କହିଛନ୍ତି, ନିଜ ବିବାହ ଉତ୍ସବକୁ ଧୁମ୍‌ଧାମରେ ପାଳନ କରିବେ, କିନ୍ତୁ ଅତିଥିମାନେ ନିଜ ନିଜର ଖାଇବା ଖର୍ଚ୍ଚ ଦେବେ ।

ଏହା ଶୁଣିବାକୁ ଟିକେ ଅଜବ ଲାଗୁଛି, କିନ୍ତୁ ବ୍ରିଟେନର ଏହି ମଡେଲ୍ ନିଜ ବିବାହକୁ ଆସୁଥିବା ଅତିଥିମାନଙ୍କଠାରୁ ଟଙ୍କା ନେବାକୁ ପ୍ଲାନ୍‌ କରିସାରିଛନ୍ତି । ଏହାର ସିଧା ସିଧା ଅର୍ଥ ହେଉଛି ବିବାହ ଉତ୍ସବରେ ଯୋଗ ଦିଅନ୍ତୁ କିନ୍ତୁ ନିଜ ଖାଇବା ବିଲ୍ ନିଜେ ପୈଠ କରନ୍ତୁ । ମଡେଲଙ୍କର ଏହି ଘୋଷଣା ଏବେ ଆଲୋଚନାର କେନ୍ଦ୍ର ପାଲଟିଛି । ଏମିତି ନୁହେଁ ଯେ ସେ ବିବାହରେ କମ୍ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି, ସେ କେବଳ ନିଜ ବିବାହ ବଜେଟ୍‌କୁ ନିଜଠୁ ହାଲୁକା କରିବାକୁ ଚେଷ୍ଟା କରୁଛନ୍ତି ।

ଅତିଥିମାନଙ୍କୁ ଦ୍ୱନ୍ଦରେ ପକାଇଲେ

ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୪୦ ବର୍ଷିୟ ମଡେଲ କର୍ଲା ବାଲୁଚି ବିଳାସପୂର୍ଣ୍ଣ ଭାବେ ବିବାହ ସମାରୋହ କରିବାକୁ ଚାହୁଛନ୍ତି । ୪ଟି ସନ୍ତାନର ମାଆ କାର୍ଲା, ୫୨ ବର୍ଷିୟ ପ୍ରେମିକ ଜୋବାନୀଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଏହି ବିବାହରେ ମୋଟ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି । କାର୍ଲାଙ୍କ ବିବାହ ଏବେ ଚର୍ଚ୍ଚାରେ ରହିଛି । କାରଣ ଏହା ଅନ୍ୟ ବିବାହଠାରୁ ଭିନ୍ନ । ଯେକୌଣସି ଅତିଥି ଯିଏ ଏହି ବିବାହ ଉତ୍ସବରେ ଯୋଗଦେବାକୁ ଯିବେ, ତାଙ୍କୁ ୯ ହଜାର ଟଙ୍କା ଦେବାକୁ ପଡିବ । ଖାଲି ସେତିକି ନୁହେଁ, ଏହି ବିବାହ କାର୍ଯ୍ୟକ୍ରମ କେପ ୱର୍ଡେରେ ଆୟୋଜନ କରାଯାଇଛି । ସେଠାରେ ପହଞ୍ଚିବାକୁ ହେଲେ ଫ୍ଲାଇଟ୍‌ ଓ ହୋଟେଲ ଖର୍ଚ୍ଚ ପାଖାପାଖି ୨ ଲକ୍ଷ ଟଙ୍କା ହେବ ।

ମାଗଣାରେ ଖାଦ୍ୟ ଖୁଆଇଲେ ଗରିବ ହୋଇଯିବେ !

ବ୍ରିଟେନର ହର୍ଟଫୋର୍ଡଶାୟାରର ବାସିନ୍ଦା କାର୍ଲା ଖୁବ୍‌ ରୋଜଗାର କରନ୍ତି । ତଥାପି ସେ ନିଜ ବିବାହ କାର୍ଯ୍ୟରେ ଗଚ୍ଛିତ ସଞ୍ଚୟ ଖର୍ଚ୍ଚ କରିବାକୁ ଚାହାଁନ୍ତି ନାହିଁ । ତାଙ୍କର ଏଭଳି ଅଜବ ଧରଣର ବିବାହ ଉତ୍ସବରେ ୩୦ ଜଣ ଅତିଥିଙ୍କୁ ସେ ନିମନ୍ତ୍ରଣ କରିଛନ୍ତି । ସେମାନଙ୍କୁ ୯ ହଜାର ଟଙ୍କା ଲେଖାଏଁ ଦେବାକୁ ପଡିବ । ଆଶ୍ଚର୍ଯ୍ୟର କଥା ଯେ, ବିବାହ ପ୍ରସ୍ତୁତିରେ କୌଣସି ପ୍ରକାର କମ୍ପ୍ରୋମାଇଜ୍‌ କରାଯାଇ ନାହିଁ । ଧଳା ଘୋଡା, ପାଞ୍ଚ ତାରକା ହୋଟେଲ ଏବଂ ପୋଷାକ ପାଇଁ ବହୁତ ଖର୍ଚ୍ଚ କରାଯାଇଛି । ବାହାଘର ମୁଦିର ମୂଲ୍ୟ ମଧ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ।