• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶୁଖିଯିବ କି ଥେମ୍ସ ନଈ ? ଜଳବାୟୁ ପରିବର୍ତ୍ତନର ସାଂଘାତିକ କୁପରିଣାମ ଦେଖିବାକୁ ମିଳିଛି ଇତିହାସ ପ୍ରସିଦ୍ଧ ଥେମ୍ସ ନଦୀ ଉପରେ । ଗ୍ଲୁସେଷ୍ଟରସାୟାରର କେମ୍ବଲରୁ ବାହାରିଛି ଥେମ୍ସ । ଗ୍ରୀଷ୍ମ ପ୍ରବାହ ଆରମ୍ଭ ନଦୀର ଜଳ ପ୍ରବାହକୁ କିଭଳି ସାଂଘାତିକ ଭାବେ ପ୍ରଭାବିତ କରିଛି । ଦିନେ ସ୍ବଚ୍ଛ ଜଳଧାରାରେ ପରିପୂର୍ଣ୍ଣ ଥିଲା ଥେମ୍ସ ମାତ୍ର ଏବେ ବୁନ୍ଦାଏ ଜଳ ମଧ୍ୟ ନାହିଁ । ସଂପୂର୍ଣ୍ଣ ଶୁଖି ଯାଇଛି ନଦୀ । ଶଯ୍ୟା ଉତ୍ପତ୍ତି ସ୍ଥଳରୁ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଏମିତି ଶୁଖା ପଡିଛି ନଈ । ଦେଖିଲେ ଚିହ୍ନା ବି ପଡୁନି ନଈ ଭଳି । ଏକ ଅଣଓସାରିଆ ନାଳ ଭଳି ପ୍ରତୀୟମାନେ ହେଉଛି ଚିରସ୍ରୋତା ଥେମ୍ସ । ଫଳରେ ଜଳଚରଙ୍କ ପ୍ରତି ଘୋର ବିପଦ ସୃଷ୍ଟି ହୋଇଛି ଯାହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ୍ ।

ଗ୍ରୀଷ୍ମ ପ୍ରବାହ ପରେ ବି ବର୍ଷାର ଦେଖା ନାହିଁ ଫଳରେ ଘୋର ମରୁଡ଼ି ସ୍ଥିତିର ସାମ୍ନା କରୁଛି । ସମଗ୍ର ବ୍ରିଟେନ୍ ଦୀର୍ଘ ଦିନର ଶୁଷ୍କତା କାରଣରୁ ପ୍ରଭାବିତ ହୋଇଛି ଥେମ୍ସର ଜଳ ପ୍ରବାହ । ଆଗରୁ ଅନେକ ଥର ଶୁଷ୍କ ଋତୁରେ ଥେମ୍ସର ଉତ୍ପତ୍ତିସ୍ଥଳରେ ଜଳ ପ୍ରବାହ ହ୍ରାସ ପାଇଛି । ମାତ୍ର ଚଳିତ ବର୍ଷର ସ୍ଥିତି ଅତି ଉଦବେଗଜନକ ବୋଲି କହିଛନ୍ତି ବିଶେଷଜ୍ଞ । ଆଗରୁ କେବେ ବି ଏଭଳି ଉତ୍କଟ ସ୍ଥିତି ସୃଷ୍ଟି ହୋଇନଥିବା ନଦୀ ବିଶେଷଜ୍ଞ ମତ ରଖିଛନ୍ତି ।

ଏପଟେ ନଦୀ ଶୁଖିଯିବା ପଛର ଅନ୍ୟପ୍ରମୁଖ କାରଣ ହେଉଛି ଶିଳ୍ପ ଓ ସାଧାରଣ ବ୍ୟବହାର ଲାଗି ନଦୀରୁ ଜଳ ଯୋଗାଣ । ନଦୀ ଶଯ୍ୟା ଦ୍ରୁତ ବେଗରେ ଶୁଖିଯିବାରୁ ବସିଥିଲେ ମଧ୍ୟ ପାଇପ୍ ଯୋଗେ ଶିଳ୍ପକୁ ଜଳ ଯୋଗାଣ ଜାରି ରହିଛି । ଅନ୍ୟପକ୍ଷରେ ଘରୋଇ ଜଳ ଯୋଗାଣ ବନ୍ଦ କରିବାର ପ୍ରଶ୍ନ ହିଁ ଉଠୁନି । ତେବେ ଜଳ ଅପଚୟ ରୋକିବାକୁ ବିଶେଷଜ୍ଞ ଲଣ୍ଡନବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ୟୁରୋପରେ ଅସମ୍ଭାଳ ସ୍ଥିତି । ୫ଶହ ବର୍ଷ ଭିତରେ କେବେ ବି ଏତେ ବଡ଼ ମରୁଡ଼ି ଦେଖିନାହିଁ ୟୁରୋପ । କେବଳ ଲଣ୍ଡନର ଥେମ୍ସ ନୁହେଁ, ବିଭିନ୍ନ ଦେଶରେ ଏକଦା ଚିରସ୍ରୋତା ବୋଲାଉଥିବା ବଡ଼ ବଡ଼ ନଦୀ ଓ ହ୍ରଦ ଗୁଡ଼ିକ ଉଭାନ୍ ହୋଇଯାଇଛି । ଶହ ଶହ ବର୍ଷ ହେଲା ପାଣିତଳେ ଲୁକ୍କାୟିତ ଥିବା ପ୍ରାଚୀନ ଶିଳା ଓ ଅନ୍ୟ ସାମଗ୍ରୀ । ନଦୀ ଶୁଖିଯିବା ଫଳରେ ତାର କୁପ୍ରଭାବ ଶିଳ୍ପ, ଜଳପଥରେ ଯାତାୟାତ, ବିଦ୍ୟୁତ୍ ଓ ଖାଦ୍ୟ ଉତ୍ପାଦନ ଉପରେ ପଡ଼ିଛି ।

ଅସ୍ୱାଭାବିକ ଭାବେ ଶୁଷ୍କ ଶୀତ ଓ ବସନ୍ତ ଋତୁ ପରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ନେଇ ନିଦାଘ ଆସିଛି । ପଶ୍ଚିମ, କେନ୍ଦ୍ରୀୟ ଓ ଦକ୍ଷିଣ ୟୁରୋପରେ ପ୍ରାୟ ୨ ମାସ ହେଲା ବର୍ଷା ହୋଇନି । ଫଳରେ ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି । ବହୁ ଜଙ୍ଗଲରେ ବି ନିଆଁ ଲାଗିଯାଇଛି । ଏହା ପୂର୍ବରୁ ୨୦୧୮ରେ ଏଭଳି ସ୍ଥିତି ଦେଖାଦେଇଥିଲେ ବି ଚଳିତ ବର୍ଷ ସବୁ ପୁରୁଣା ରେକର୍ଡ ଭାଙ୍ଗିଛି ।

ୟୁରୋପରେ ସ୍ଥିତି ଏତେ ଶୀଘ୍ର ସୁଧୁରିବାର ନୁହେଁ । ପଶ୍ଚିନ ଓ କେନ୍ଦ୍ରୀୟ ୟୁରୋପ ଏବଂ ବ୍ରିଟେନରେ ଆହୁରି ୩ ମାସ ଏଭଳି ସ୍ଥିତି ଲାଗିରହିବ ବୋଲି ପୂର୍ବାନୁମାନ କରୁଛନ୍ତି । ବଶେଷଜ୍ଞ ୟୁରୋପୀୟ କମିଶନଙ୍କ ଡ୍ରାଉଟ୍ ଅବଜର୍ଭେଟରି ଅନୁସାରେ, ୟୁରୋପର ୧୭ ପ୍ରତିଶତ ଅଞ୍ଚଳ ଆଲର୍ଟରେ ରହିଛି ଏବଂ ୪୭ ପ୍ରତିଶତ ଅଞ୍ଚଳରେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଦେଖାଦେଇଛି ।