• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ ସରକାର । ୧୦ରୁ ଅଧିକ ଛୁଆ ଜନ୍ମ କଲେ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ । ୧୦ ପିଲାଙ୍କୁ ଜନ୍ମ ଦେବା ସହ ଜୀବିତ ରଖିଲେ ମହିଳାଙ୍କୁ ୧୩,୫୦୦ ପାଉଣ୍ଡ ପୁରସ୍କାର ଦିଆଯିବ । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପାଖାପାଖି ୧୨,୯୪,୫୮୪,୨୬ ଟଙ୍କା  । ତେବେ ବିଶେଷଜ୍ଞମାନେ ଏହାକୁ ଏକ ବୃଥା ଚେଷ୍ଟା ବୋଲି କହିଛନ୍ତି ।

କୋଭିଡ୍‌ ମହାମାରୀ ଓ ରୁଷ ୟୁକ୍ରେନ୍ ଯୁଦ୍ଧରେ ଲକ୍ଷାଧିକ ଲୋକ ପ୍ରାଣ ହରାଇବା ପରେ ରୁଷରେ ଉଦବେଗଜନକ ଭାବେ ଜନସଂଖ୍ୟା ହ୍ରାସ ପାଇଛି । ଦେଶରେ ଜନସଂଖ୍ୟା ହ୍ରାସ ପାଉଥିବାରୁ ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ତେଣୁ ପୁଟିନ୍‌ ସରକାର  ‘ମଦର ହିରୋଇନ୍’ ଯୋଜନା ଆରମ୍ଭ କରିଛନ୍ତି । ଜନସଂଖ୍ୟା ବଢ଼ାଇବାକୁ ହେଲେ ଏହି ଯୋଜନାକୁ  ପ୍ରୋତ୍ସାହିତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ନୂଆ ଯୋଜନାରେ ସାମିଲ ମହିଳାଙ୍କୁ ‘ମଦର ହିରୋଇନ’ ବୋଲି ସମ୍ବୋଧିତ କରାଯିବ ।  ଆଉ ତାଙ୍କୁ ସ୍ୱତନ୍ତ୍ର ସୁବିଧା ମଧ୍ୟ ପ୍ରଦାନ କରାଯିବ ।  ଚଳିତ ବର୍ଷ ମାର୍ଚ୍ଚ ମାସରେ କୋଭିଡ୍‌ କାରଣରୁ ରୁଷରେ ଅନେକ ଲୋକଙ୍କ ଜୀବନ ଯାଇଛି । ସେହିପରି ୟୁକ୍ରେନ୍ ଯୁଦ୍ଧରେ ପ୍ରାୟ ୫୦,୦୦୦ ସୈନ୍ୟ ପ୍ରାଣ ହାରାଇଛନ୍ତି । ଏଥିପାଇଁ ରୁଷ ସରକାର ଏହି ଅଭିନବ ଯୋଜନା ପ୍ରଣୟନ କରିଛନ୍ତି । ସୋଭିଏତ ଏରାକୁ ଫେରାଇ ଆଣିବାକୁ ପୁଟିନ ସରକାର ଲକ୍ଷ ରଖିଛନ୍ତି ।

ଯେ‌ଉଁ ମଳିଳାମାନେ ୧୦ରୁ ଅଧିକ ଛୁଆ ଜନ୍ମ କରିବେ, ସେମାନଙ୍କୁ ମଦର ହିରୋଇନ୍‌ ଆଖ୍ୟା ଦିଆଯିବ । ଦଶମ ସନ୍ତାନ ଜନ୍ମ ହେବା ପୂର୍ବରୁ ମହିଳାଙ୍କୁ ୧୩,୫୦୦ ପାଉଣ୍ଡ ପ୍ରଦାନ କରାଯିବ ।