ଯେଉଁ ସାପକୁ ଦିନେ ଘରେ ପାଳିଥିଲା ତାହାରି ଚୋଟରେ ଆଜି ଘାଇଲା ପାକିସ୍ତାନ। ଆତଙ୍କବାଦୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ଏବେ ନିଜେ ଆତଙ୍କୀଙ୍କ ହମଲାରେ ଲହୁଲୁହାଣ । ଏନେଇ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି ।
ଭାରତରେ ଅନେକ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା କୁଖାତ ଆତଙ୍କବାଦୀ ମାସୁଦ ସମ୍ପର୍କରେ ପାକିସ୍ତାନ କ୍ରମାଗତ ଭାବରେ ମିଛ କହୁଛି । ତାଲିବାନ ପାକିସ୍ତାନର ପୋଲ୍ ଖୋଲି ଦେଇଛି ।
ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ବଡ ଧରଣର ବିସ୍ଫୋରଣ
୨୦୦୧ ପୂର୍ବର ସରକାର ଭଳି ନକରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ବି, ତାଲିବାନ ପୁଣି ନିଜ ପୂର୍ବ କଟକଣା ଲାଗୁ କରିବାରେ ଲାଗିଛି ।
ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଂଗଠନ ଆଇଏସ୍ ।
କାବୁଲ ସ୍ଥିତ ଏକ ଗୁରୁଦ୍ୱାରରେ ବିସ୍ଫୋରଣ ହୋଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ତାଲିବାନ୍ର ନୂଆ ନିୟମ । ରେଷ୍ଟୁରାଣ୍ଟରେ ଏକାଠି ବସିପାରିବେ ନାହିଁ ସ୍ୱାମୀ ଓ ସ୍ତ୍ରୀ ।
କେତେ ମରିଛନ୍ତି ହିସାବ ନାହିଁ ! କୁହାଯାଉଛି ଯେ ପାଶ୍ମିମ କାବୁଲର ଦାସ୍ତ-ଏ-ବାର୍ଚ୍ଚି ଅଞ୍ଚଳରେ ଥିବା ଏକ ସ୍କୁଲରେ ପ୍ରଥମେ ବିସ୍ଫୋରଣ ଘଟିଥିଲା । ପରେ ଆଉ ଦୁଇଟି ବସ୍ଫୋରଣ ଘଟିଥିଲା ।
ଆଜି ପୁଣି ୫୦ ହଜାର ମେଟ୍ରିକ ଟନ୍ ଗହମ ଆଫଗାନିସ୍ତାନକୁ ପଠାଇଛି ଭାରତ । ଏହା ପାକିସ୍ତାନ ଦେଇ ଆଫଗାନିସ୍ତାନକୁ ଯିବ ।
ସୁଧୁରିବନି ପାକିସ୍ତାନ୍ । ଆତଙ୍କରେ ଅନ୍ଧ ଥିବା ଦେଶ ଭୋକିଲାଙ୍କ ଭୋକକୁ ମଧ୍ୟ ଚିହ୍ନିପାରୁନି ।
ଆଫଗାନିସ୍ତାନରେ ମହିଳାଙ୍କୁ ସିରିଏଲ୍ ମନା । ଯେଉଁ ଟିଭି ସିରିଏଲ୍ କିମ୍ବା ଫିଲ୍ମରେ ମହିଳା ଅଭିନେତ୍ରୀ ରହିଛନ୍ତି ସେହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ତାଲିବାନର ନିର୍ଦ୍ଦେଶ ।
ଆଫଗାନ୍ରେ ଆଉ ଚାଲିବନି ବିଦେଶୀ ମୁଦ୍ରା । ଆଫଗାନିସ୍ତାନରେ ବିଦେଶୀ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ । ଏଣିକି ଯେଉଁମାନେ ଏହି ନୟମ ଉଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କ୍ରୁରତାର ସୀମା ଟପିଲା ତାଲିବାନ୍ । ରକ୍ତରଞ୍ଜିତ ହେଲା ବିବାହ ଉତ୍ସବ । ହସଖୁସିର ମାହୋଲରେ କାନ୍ଦବୋବାଳି ପଡ଼ିଗଲା । ଆଫଗାନିସ୍ତାନରେ ତାଲିବାନ ପୁଣି ନିଜର ପୁରୁଣା ରୂପ ଦେଖାଇଛି
ହାଡ଼ଭଙ୍ଗା ଶୀତର ମୁକାବିଲା ପାଇଁ ଆନ୍ତର୍ଜାତୀୟ ଆର୍ଥିକ ସହାୟତା ଯୋଗାଇଦାବକୁ ନିବେଦନ କରିଛନ୍ତି ତାଲିବାନ ମୁଖପାତ୍ର ତଥା ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧୀ (ନିଯୁକ୍ତ) ସୁହେଲ ଶାହିନ୍
ଆଫଗାନ୍ ବିରୁଦ୍ଧରେ ହାତ ମିଳାଇଲେ ଆମେରିକା ଓ ପାକିସ୍ତାନ୍ । ଆଫଗାନିସ୍ତାନରେ ବଡ ଧରଣର ଗୁଇନ୍ଦା ବିଭାଗର ଅପରେସନ୍ କରିବା ପାଇଁ ଏକଜୁଟ୍ ହୋଇ ଏକ ଚୁକ୍ତିନାମା କରିଛନ୍ତି ଆମେରିକା ଓ ପାକିସ୍ତାନ ।
ଆତଙ୍କବାଦୀ ସଂଗଠନ ତାଲିକାରୁ ହଟିପାରେ ତାଲିବାନ । ଋଷ୍ ରାଷ୍ଟ୍ରପତି ତାଲିବାନ୍କୁ ଆତଙ୍କବାଦୀ ସଂଗଠନ ତାଲିକାରୁ ହଟାଇବା ପାଇଁ ନିଷ୍ପତି ନେଇଛନ୍ତି ।
ତାଲିବାନ୍ର ନୂଆ ନିର୍ଦ୍ଦେଶାଦେଶ । ଏଣିକି ସର୍ବସାଧାରଣରେ ଲୋକଙ୍କ ହତ୍ୟା କରି ରାସ୍ତା ମଝିରେ ଟଙ୍ଗା ହେବନାହିଁ । ତାଲିବାନ୍ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷାକର୍ମୀଙ୍କ ଏହି ନିର୍ଦ୍ଦେଶାଦେଶ ଦେଇଛି ।
ଆଫଗାନିସ୍ତାନ କାନ୍ଦାହାରର ମସଜିଦରେ ବିସ୍ଫୋରଣ । ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ଆଫଗାନିସ୍ତାନରେ ଘଟିଲା ଭୟାବହ କାଣ୍ତ । କାନ୍ଦାହାରର ଇମାମ ବରଗାହ୍ ମସଜିଦରେ ଆତଙ୍କୀ ହମଲା । ଇମାମ ବରଗାହ୍ ମସଜିଦରେ ବୋମା ବିସ୍ଫୋରଣ ହୋଇଥିବାର ଖବର ଶୁଣିବାକୁ ମିଳିଛି । ଏହି ବିସ୍ଫୋରଣରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାର ଆଫଗାନିସ୍ତାନ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି ।
ଅନ୍ଧାରରେ ଡୁବିଲା କାବୁଲ୍ । ଅଚାନକ୍ ଚାରିଆଡ଼େ ଘୋଟିଗଲା ଅନ୍ଧକାର । ଉଜବେକିସ୍ତାନରୁ ହେଉଥିବା ବିଦ୍ୟୁତ୍ ଯୋଗାଣରେ ବୈଷୟିକ ତ୍ରୁଟି ଯୋଗୁଁ ଆଫଗାନିସ୍ତାନର ରାଜଧାନୀ କାବୁଲ ତଥା ଅନ୍ୟାନ୍ୟ ପ୍ରଦେଶରେ ବିଦ୍ୟୁତ ବିଭ୍ରାଟ ଘଟିଛି । ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ଯୋଗାଣ ହୋଇପାରିନି ।
ତାଲିବାନ୍ର ନୂଆ ନିର୍ଦ୍ଦେଶାନାମା । ୨୦ ବର୍ଷର ଡିଗ୍ରୀଧାରୀଙ୍କୁ ଅବୈଧ ଘୋଷଣା କଲା ତାଲିବାନୀ । ଆଫଗାନ୍ରେ ତାଲିବାନ୍ ସରକାର ଦ୍ୱାରା ଏକ ନୂଆ ନିୟମ ଜାରି କରାଯାଇଛି । ଯେଉଁଥିରେ ମାଦ୍ରାସାର ପାଠପଢାକୁ ସର୍ବୋତ୍ତମ ଏବଂ ୨୦ ବର୍ଷର ଡିଗ୍ରୀଧାରୀଙ୍କ ପାଠପଢାକୁ ଅବୈଧ ତଥା ଅଦରକାରୀ ବୋଲି ଘୋଷଣା କରାଯାଇଛି ।
ତାଲିବାନ୍ ଟାର୍ଗେଟ୍ରେ ଗଣମାଧ୍ୟମ । ଆଫଗାନ୍ରେ ସାମ୍ୱାଦିକଙ୍କ ଅବସ୍ଥା ଏବେ ଦିନ ମଜୁରିଆ ପାଲଟି ଯାଇଛନ୍ତି । ସେମାନଙ୍କ ଅବସ୍ଥା ଏତେ ହୀନ ହେଲାଣି ଯେ, ସେମାନଙ୍କୁ କୌଣସି ଚାକିରୀ ମିଳୁନାହିଁ । ବାଧ୍ୟ ହୋଇ ଶେଷରେ ସେମାନେ ଦିନ ମଜୁରୀଆ କାମ କରି ନିଜ ପେଟ ପୋଷୁଛନ୍ତି । ଆଫଗାନିସ୍ତାନର ବରିଷ୍ଠ ସାମ୍ବାଦିକ ହିଜବୁହ୍ଲା ଖାନଙ୍କ ଅନୁଯାୟୀ ଦେଶର ୮୦ ପ୍ରତିଶତ ଲୋକ ଏବେ ଭୋକବିକଳରେ ବଞ୍ଚିଛନ୍ତି । ଦେଶ ଚାଲାଇବା ପାଇଁ ତାଲିବାନ୍ ପାଖରେ ଅର୍ଥ ମଧ୍ୟ ନାହିଁ ।
ତାଲିବାନୀଙ୍କ କବଜାରେ ଥିବା ଆଫଗାନିସ୍ତାନରେ ରହିଛି ଏସବୁ ସ୍ଥାନ। ଯାହାକୁ ଦେଖିବା ପରେ ଆପଣ ସେଠାରୁ ଆସିବାକୁ ମନ କରିବେନି।
ଆଫଗାନିସ୍ତାନରେ ଚାଲିଛି ତାଲିବାନ ଶାସନ। ପୂରା ଦେଶକୁ କବଜା କରିବା ପରେ ତାଲିବାନୀମାନେ ରାଜ କରୁଛନ୍ତି। ଏବେ ଆଫଗାନିସ୍ତାନ ନାଁ ଶୁଣିବା ମାତ୍ରେ ମନକୁ ଆସି ଯାଉଛି ରକ୍ତପାତ ଓ ଯୁଦ୍ଧର ଝଲକ
ମହିଳାମାନେ ପିନ୍ଧି ପାରିବେ ନାହିଁ ଗାଢ ରଙ୍ଗର ପୋଷାକ । ଏପରି ନୂଆ ନିୟମ ବାହାର କରି ପୁଣି ବିକୃତ ମାନସିକତା ଦେଖାଇଲା ତାଲିବାନ୍ । ଆଫଗାନିସ୍ତାନ ଦଖଲ ପରଠାରୁ ହିଁ ତାଲିବାନ ମହିଳାଙ୍କ ପାଇଁ ଗୋଟେ ପରେ ଗୋଟେ ନୂଆ ନିୟମ ବାହାର କରିବାରେ ଲାଗିଛି । ଯାହାପରେ ମହିଳାଙ୍କ ପାଇଁ ତାଲିବାନ୍ ଏବେ ପୁଣି ନୂଆ ନିୟମ ବାହାର କରିଛି ।