• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

troubleshooter-of-sri-lanka
ଶ୍ରୀଲଙ୍କା ପାଇଁ ସଙ୍କଟମୋଚକ ମୋଦି : ଏବେ ସୁଦ୍ଧା ୨୫୦ କୋଟି ଡଲାର ଆର୍ଥିକ ସହାୟତା ଯୋଗାଇ ସାରିଛି ଭାରତ

ଶ୍ରୀଲଙ୍କାକୁ ଚୀନ୍‌ ଦେବାଳିଆ କରିସାରିଥିବା ବେଳେ ଅସମୟରେ ଭାଇ ପରି ଛିଡ଼ା ହୋଇଛି ଭାରତ ।

Sri Lanka blocks social media platforms after imposing emergency, curfew
ଶ୍ରୀଲଙ୍କାରେ ବ୍ୟାନ୍‌ ହେଲା ସୋସିଆଲ୍ ମିଡିଆ

ଶ୍ରୀଲଙ୍କାରେ ସୋସିଆଲ୍ ମିଡିଆ ଉପରେ ଲାଗିଲା ରୋକ୍ । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ୍, ହ୍ୱାଟ୍ସଆପ୍, ଟିକ୍‌ଟକ୍ ଉପରେ ରୋକ୍ । ଆନ୍ଦୋଳନାତ୍ମକ ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ରୋକ୍ ଲଗାଇଛନ୍ତି ।

Imran Khan
ଇମ୍ରାନ୍‌ଙ୍କ ଅଗ୍ନିପରୀକ୍ଷା ! ପଦ ବଞ୍ଚାଇବାକୁ ଖେଳିଲେ ନୂଆ ଚାଲ୍‌, ଲୋକଙ୍କୁ କଲେ ମୋହରା

ପାକିସ୍ତାନ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀ ନିଜର କାର୍ଯ୍ୟକାଳ ସଂପୂର୍ଣ୍ଣ କରିପାରି ନାହାନ୍ତି । ଯାହା ଜଣାପଡୁଛି ଏହି ପରମ୍ପରାକୁ ବଜାୟ ରଖିବ ପାକିସ୍ତାନ ପାର୍ଲାମେଣ୍ଟ ।

Crisis-hit Sri Lanka declares 36-hour nationwide lockdown
ଜଟିଳ ହେଲାଣି ଆର୍ଥିକ ସ୍ଥିତି; ଦେଶରେ ୩୬ ଘଣ୍ଟିଆ ଲକ୍‌ଡାଉନ ଘୋଷଣା କଲେ ସରକାର

ଶ୍ରୀଲଙ୍କାରେ ୩୬ ଘଣ୍ଟିଆ ଲକ୍‌ଡାଉନ ଘୋଷଣା । ଗତକାଲି ସକାଳ ୬ଟାରୁ ଲକ୍‌ଡାଉନ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ୍ ସୋମବାର ସକାଳ ୬ଟା ଯାଏଁ ଏହା ବଳବତ୍ତର ରହିବ ।

Ukraine Russia War
ବଡ଼ ଯୋଜନା କରୁଛି କି ଋଷ୍‌ ? ଗ୍ୟାସ୍ କିଣୁଥିବା ବିଦେଶୀ ରାଷ୍ଟ୍ର ସମୂହଙ୍କୁ ଦେଲା ବଡ଼ ଚେତାବନୀ

ଜାରି ରହିଛି ଆଟାକ୍ ଓ କାଉଣ୍ଟର ଆଟାକ୍। ଋଷ୍‌ର ଯୁଦ୍ଧରେ ୟୁକ୍ରେନ୍ କ୍ଷତିଗ୍ରସ୍ତ ହେଉଥିବାବେଳେ ଏବେ ୟୁକ୍ରେନ୍ ଋଷ୍‌ରେ କରିଛି ପାଲଟା ଆକ୍ରମଣ। ଋଷ୍‌ର ବେଲଗୋରୋଡ ସହରରେ ଥିବା ଏକ ତୈଳ ଡିପୋ ଉପରେ ୟୁକ୍ରେନ ଆକ୍ରମଣ କରିଛି।

Ukrainian Helicopters Strike
ଯୁଦ୍ଧର ୩୭ ଦିନ ପରେ ଋଷ୍‌ ସହର ଭିତରେ ପଶି ଭୟଙ୍କର ବୋମା ବର୍ଷଣ କଲା ୟୁକ୍ରେନ୍‌...

ଯୁଦ୍ଧର ୩୭ ଦିନ ପରେ ଆକ୍ରମଣାତ୍ମକ ମୁଡ୍‌ରେ ୟୁକ୍ରେନ୍‌। ଋଷ୍‌ ଭିତରେ ଜବରଦସ୍ତ ପଶିଲା, ଆକାଶରୁ ବୋମାବର୍ଷଣ କଲା...ଭିଡ଼ିଓ ଜାରି କଲା ମସ୍କୋ। ଦେଖନ୍ତୁ କେତେ ଭୟଙ୍କର ଥିଲା ଆକ୍ରମଣ

Srilanka Crisis
ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା, ଜାରି ହେଲା ଜରୁରୀକାଳୀନ ପରିସ୍ଥିତି

ରାଷ୍ଟ୍ରପତି ଭବନ ଆଗରେ ହିଂସାକାଣ୍ଡ ପରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ଉତ୍କଟ ଆର୍ଥିକ ସଂକଟକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି । ଅନେକ ସ୍ଥାନରେ ଲୋକେ ସରକାର ବିପକ୍ଷରେ ରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିଛନ୍ତି ।

Russia Ukraine War
ମିସ୍‌ଲିଡ୍‌ ହେଉଛନ୍ତି କି ପୁଟିନ ? ଭୟରେ ପରାମର୍ଶଦାତା ଯୁଦ୍ଧ ସମ୍ବନ୍ଧରେ ଭୁଲ୍‌ ଖବର ଦେଉଥିବା ଚର୍ଚ୍ଚା

କୁହାଯାଉଛି, ୟୁକ୍ରେନ୍‌ରେ ଯୁଦ୍ଧ ନେଇ ପୁଟିନ୍‌ଙ୍କୁ ମିସ୍‌ଲିଡ୍‌ କରାଯାଉଛି। ଭୟରେ ତାଙ୍କର ପରାମର୍ଶଦାତା ତାଙ୍କୁ ଯୁଦ୍ଧ ସମ୍ବନ୍ଧରେ ଭୁଲ୍‌ ଖବର ଦେଉଛନ୍ତି। ‌

Ukraine Russia War
ବେଲଗୋରୋଡ ତୈଳ ଡିପୋ ଉପରେ ୟୁକ୍ରେନ୍‌ର ଏୟାର ଷ୍ଟ୍ରାଇକ୍

ରୁଷର ବେଲଗୋରୋଡ ସହରରେ ଥିବା ଏକ ତୈଳ ଡିପୋ ଉପରେ ୟୁକ୍ରେନ୍ ଏୟାର ଷ୍ଟ୍ରାଇକ୍ କରିଛି । ୟୁକ୍ରେନର ଦୁଇଟି ଲଢୁଆ ହେଲିକପ୍ଟର ରୁଷ ବାୟୁସୀମାରେ ପଶି ରକେଟ ସାହାଯ୍ୟରେ ଆକ୍ରମଣ କରିଥିବା ସୂଚନା ମିଳିଛି ।

U.S. pressure on friendship between the two countries will not work; Russian Foreign Minister
ଦୁଇ ଦେଶର ବନ୍ଧୁତ୍ୱ ଉପରେ ଆମେରିକାର ଚାପ କାମ ଦେବନି; ଋଷ୍‌ ବୈଦେଶିକ ମନ୍ତ୍ରୀ

ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭରୋଭ ଭାରତୀୟ ପ୍ରତିପକ୍ଷ ଏସ୍. ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ କହିଛନ୍ତି, ଆମେରିକା ତା’ର ରାଜନୀତିକୁ ଅନୁସରଣ କରିବା ପାଇଁ ଅନ୍ୟମାନଙ୍କୁ ବାଧ୍ୟ କରୁଛି। ହେଲେ ଆମେରିକାର ଚାପ ଭାରତ-ରୁଷ୍‌ ସହଭାଗିତାକୁ ଯେ ପ୍ରଭାବିତ କରିବନି।

Ukraine Russia War
ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ ବିଭୀଷିକା: ରୁଷିଆ ଚାହିଁଲା ଭାରତର ମଧ୍ୟସ୍ଥତା

ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୩୭ ଦିନରେ ପହଞ୍ଚି ଥିବାବେଳେ ସମାଧାନର କୌଣସି ବାଟ ବାହାରି ପାରି ନାହିଁ। ତେବେ ସମାଧାନ ଲାଗି ରୁଷିଆ ଭାରତର ମଧ୍ୟସ୍ଥତା ଚାହିଁଛି। ଋଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଭାରତର ସ୍ୱତନ୍ତ୍ର ବୈଦେଶିକ ନୀତିର ପ୍ରଶଂସା କରିଛନ୍ତି। 

Russian President Vladimir Putin, Ukrainian President Volodymyr Zelensky
ୟୁକ୍ରେନରୁ ସୈନ୍ୟ ପ୍ରତ୍ୟାହାର କରିବେ ପୁଟିନ ? ତୁର୍କୀ ନିଷ୍ପତ୍ତିର ଅନୁପାଳନ କରିବ ତ ଋଷ ?

ତୁର୍କୀରେ ହୋଇଥିବା ଶାନ୍ତି ଆଲୋଚନାରେ ବହୁ ଗୁରୁତ୍ୱପୂର୍ଣ୍ଣ ସହମତି ହୋଇଛି । ୟୁକ୍ରେନ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କଲେ ଋଷ ସୈନ୍ୟ ପ୍ରତ୍ୟାହାର କରିବ ବୋଲି କହିଛି ।

0 Terrorists Planning To Enter Jammu
ଜାମ୍ମୁରେ ନରସଂହାର କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଆତଙ୍କୀ !! ସୀମାରେ ବଢିଲା ହଲଚଲ

ଜାମ୍ମୁରେ ପୁଣି ନରସଂହାର କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଆତଙ୍କବାଦୀ। LOC ପାଖରେ ସୀମା ପାର୍‌ କରିବାକୁ କରୁଛନ୍ତି ଯୋଜନା। ଗୁଇନ୍ଦା ରିପୋର୍ଟ ମିଳିବା ପରେ ହାଇଆଲର୍ଟରେ ସେନା, ସୀମାରେ ବଢିଲା ହଲଚଲ

Russia-Ukraine War
୩୭ ଦିନରେ ରୁଷ-ୟୁକ୍ରେନ୍ ଯୁଦ୍ଧ : ଶାନ୍ତି ଆଲୋଚନା ସତ୍ତ୍ୱେ ଆକ୍ରମଣ ଜାରି, ପୁଟିନଙ୍କ କଥା ଉପରେ ଜେଲେନସ୍କିଙ୍କ ଭରସା ପାଉନି

ପୁଟିନଙ୍କ କଥା ଉପରେ ପାଉନି ଜେଲେନସ୍କିଙ୍କ ଭରସା । ଶାନ୍ତି ଚୁକ୍ତି ସ୍ୱାକ୍ଷର କଲେ ଋଷ ସୈନ୍ୟ ପ୍ରତ୍ୟାହାର କରିବ ବୋଲି ୟୁକ୍ରେନକୁ ପୁତିନଙ୍କ ପ୍ରତିଶ୍ରୁତି ସତ୍ତ୍ୱେ, ଭରସା କରିପାରୁନାହାନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ।

Imran Khan
ସବୁବେଳେ ଟଳମଳ ପାକିସ୍ତାନର ପ୍ରଧାନମନ୍ତ୍ରୀ ଆସନ : ୫ ବର୍ଷ ପୂରଣ କରିପାରିନାହାନ୍ତି ଜଣେ ବି ପ୍ରଧାନମନ୍ତ୍ରୀ, ଜାରି ରହିବ କି ପୁରୁଣା ଧାରା?

ସବୁବେଳେ ଟଳମଳ ହେଉଥାଏ ପାକିସ୍ତାନର ପିଏମ୍ ଆସନ ଆଜିଯାଏଁ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିପାରିନାହାନ୍ତି ଜଣେ ବି ପ୍ରଧାନମନ୍ତ୍ରୀ

Pak PM Imran Khan
ଇସ୍ତଫା ଦେବିନି, ଶେଷ ଯାଏ ଲଢିବି: ଇମ୍ରାନ ଖାନ

ଇସ୍ତଫା ଦେବିନି, ଶେଷ ଯାଏ ଲଢିବି। ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପୂର୍ବରୁ ପାକିସ୍ତାନବାସୀଙ୍କୁ ସମ୍ବୋଧନ କରି ଏଭଳି କିଛି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। 

Russian troops refuse to fight
ଯୁଦ୍ଧ କରିବାକୁ ରାଜି ନାହାନ୍ତି ଋଷିଆ ସୈନ୍ୟ, ନିଜ ଗାଡ଼ିକୁ ପମ୍ପଚର କରୁଛନ୍ତି...ମିଛ କହି ଛୁଟି ନେଉଛନ୍ତି

ୟୁକ୍ରେନ ସହ ଯୁଦ୍ଧ କରିବାକୁ ଇଚ୍ଛା କରୁନାହାନ୍ତି ଋଷ ସୈନ୍ୟ। ଯୁଦ୍ଧକୁ ବନ୍ଦ କରିବାକୁ ନିଜ ଗାଡ଼ିକୁ ଗୁଳିମାରୁଛନ୍ତି ତ ପୁଣି ମିଛ କହି ଛୁଟି ନେଇ ଘରକୁ ପଳାଉଛନ୍ତି। ଚାଂଚଲ୍ୟକର ଖୁଲାସା କଲା ବ୍ରିଟିଶ ଗଣମାଧ୍ୟମ...

Mumbai Terror Attack
କହୁ କହୁ ନିଜ ଦେଶର ଗୁମର ଖୋଲିଦେଲେ ପାକିସ୍ତାନ ମନ୍ତ୍ରୀ : ମାନିଲେ ଆତଙ୍କୀ ଅଜମଲ୍ କସାବର ପାକିସ୍ତାନୀ ଲିଙ୍କ୍

୨୦୦୮ ମୁମ୍ବାଇ ଆକ୍ରମଣର ଦୀର୍ଘ ୧୪ ବର୍ଷ ପରେ ଆତଙ୍କବାଦୀ ଅଜମଲ କସାବର ପାକିସ୍ତାନ ଲିଙ୍କ୍ ପଦାକୁ ଆସିଛି । ପାକିସ୍ତାନ ଗୃହମନ୍ତ୍ରୀ ଶେଖ୍ ରଶିଦ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ୍ ଶରିଫଙ୍କୁ ଟାର୍ଗେଟ୍ କରୁକରୁ କସାବ ଗୁମର ଖୋଲିଦେଇଛନ୍ତି ।

Sri Lanka financial crisis sparks protests
ଆର୍ଥିକ ସଂକଟରେ ଯୁଝି ହେଉଥିବା ଶ୍ରୀଲଙ୍କାରେ ଜୋରଦାର ବିକ୍ଷୋଭ

ଆର୍ଥିକ ସଂକଟରେ ଯୁଝି ହେଉଥିବା ଶ୍ରୀଲଙ୍କାରେ ଜୋରଦାର ବିକ୍ଷୋଭ । ଗତ ରାତିରେ ହଜାର ହାଜର ଲୋକ କଲମ୍ବୋର ରାଜରାସ୍ତାରେ ବିକ୍ଷୋଭ କରିବା ସହ ରାଷ୍ଟ୍ରପତି ଗୋଟବାୟା ରାଜପକ୍ସଙ୍କ ଇସ୍ତଫା ଦାବି କରିଛନ୍ତି । ଏହାଛଡ଼ା କ୍ଷମତା ଛାଡ଼ିବା ଲାଗି ରାଷ୍ଟ୍ରପତିଙ୍କ ପରିବାର ଲୋକଙ୍କୁ ଚେତାବନୀ ଦେଇଛନ୍ତି ।

China
ଶ୍ରାଲଙ୍କାକୁ ଦେବାଳିଆ କଲା ଚୀନ୍‌ !

ଛୋଟ ଛୋଟ ଦେଶକୁ ଆର୍ଥିକ ସହାୟତା ଦେବା ଆଳରେ ସେ ସବୁ ଦେଶରେ ନିଜର ପ୍ରଭାବ ବିସ୍ତାର କରୁଛି, ନିଜର ଉତ୍ପାଦିତ ଦ୍ରବ୍ୟକୁ ଜୋର ଜବରଦସ୍ତ ସେଠି ବିକ୍ରି କରି ନିଜର ଆର୍ଥିକ ସ୍ଥିତିକୁ ବଢ଼ାଉଛି। ଆଉ ଏମିତି କାରସାଦି କରୁଛି ଯେମିତି ସେ ବିଚରା ଛୋଟିଆ ଦେଶର ଅର୍ଥନୀତି ଦୁର୍ବଳ ହୋଇଯିବ।

Ukrainian Missile Hits Military Camp In Russia, Vladimir Putin's Troops Withdrawing From Chernobyl
୩୫ ଦିନ ପରେ ବି ଥମୁନି ଯୁଦ୍ଧ; ରଷିଆ ଉପରେ ୟୁକ୍ରେନ୍‌ର ମିଶାଇଲ୍ ମାଡ଼

ରଷିଆ-ୟୁକ୍ରେନ୍ ଯୁଦ୍ଧକୁ ବିତିଲାଣି ୩୫ ଦିନ । ତଥାପି ଏବେ ଯାଏଁ ବାହାରି ପାରିନି କୌଣସି ନିଷ୍କର୍ସ । ଗୋଟେପଟେ ୟୁକ୍ରେନ୍‌ରୁ ରଷିଆ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ୟୁକ୍ରେନ୍-ରଷିଆ ଉପରେ ମିଶାଇଲ୍‌ରେ ହମଲା କରିଛି ।

Imran Khan Loses Majority
ବିପଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜୀବନ ! ହତ୍ୟା ପାଇଁ ଯୋଜନା !

ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନଙ୍କ ହଟିବା ପ୍ରାୟ ନିଶ୍ଚିତ। ପାକିସ୍ତାନ ସଂସଦରେ ଇମ୍ରାନଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି। ତେଣୁ ଯେକୌଣସି ମୁହୂର୍ତ୍ତରେ ସେ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି।

Special Story | Love During War - Delhi Lawyer To Marry Ukrainian Girl
ମହାଯୁଦ୍ଧ ବେଳେ ଆନ୍ନାଙ୍କୁ ବିବାହ କରିବେ ଅନୁଭବ, ଜାଣନ୍ତୁ ବାହାଘର ହେବ କେଉଁଠି?

ଯୁଦ୍ଧ ଭିତରେ ସାମ୍ନାକୁ ଆସିଲା ପ୍ରେମର ବାର୍ତ୍ତା। ଏବେ ବିବାହ ବନ୍ଧନରେ ବାନ୍ଧି ହେବେ ଅନୁଭବ-ଆନ୍ନା। ଋଷିଆର ଭୟଙ୍କର ଆକ୍ରମଣରେ ବଙ୍କର ଭିତରେ ଲୁଚି ରହିଥିଲେ, ଏବେ ନୂଆଦିଲ୍ଲୀରେ ପରସ୍ପରର ହେବେ ଜୀବନସାଥୀ...ଜାଣନ୍ତୁ ବିବାହର ପୂରା ସ୍କେଡ୍ୟୁଲ ।

Special Story | Ukraine Fears Poisoning Of Its Delegation By Russia - OTV Report
ୟୁକ୍ରେନକୁ ଘାରିଛି ବିଷ ଭୟ : ଋଷ୍‌-ୟୁକ୍ରେନ ବୈଠକରେ କିଛି ଖାଇବେନି ୟୁକ୍ରେନ ପ୍ରତିନିଧି

ୟୁକ୍ରେନକୁ ଘାରିଲାଣି ବିଷ ଭୟ। ଋଷ୍‌-ୟୁକ୍ରେନ ମଧ୍ୟରେ ହେବାକୁ ଥିବା ବୈଠକରେ କୌଣସି ଖାଦ୍ୟ ଗ୍ରହଣ ନକରିବାକୁ ୟୁକ୍ରେନ ପ୍ରତିନିଧିଙ୍କୁ ଜାରି ହେଲା ନିର୍ଦ୍ଦେଶ। ମନ୍ତ୍ରୀ କହିଲେ, ପୂର୍ବ ବୈଠକରେ ଖାଇଥିବାରୁ ବିଗିଡ଼ିଥିଲା ସ୍ୱାସ୍ଥ୍ୟାବସ୍ଥା ।

Ukraine Russia War, America
ପୁଟିନ୍‌ଙ୍କୁ ବାଇଡେନ୍‌ଙ୍କ ଚରମବାଣୀ; କହିଲେ ଆମ ଧୈର୍ଯ୍ୟର ପରୀକ୍ଷା ନ କର, ନଚେତ୍‌..

ବାରମ୍ବାର ଆମେରିକାର ଚେତବନୀ ପରେ ମଧ୍ୟ ପଛକୁ ହଟୁନି ଋଷିଆ। ଆଉ ଏହାରି ମଧ୍ୟରେ ବାଇଡେନ୍‌ କହିଛନ୍ତି, ଯଦି ନାଟୋର ଅଂଚଳକୁ ଋଷ ପ୍ରବେଶ କରେ ତେବେ ପରସ୍ଥିତି ଭୟଙ୍କର ହେବ।