/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661146287.jpg)
Special story
ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ସମୟରେ ମାଡ଼ି ଆସିଲା ମୃତ୍ୟୁ । ନୀରିହ ଲୋକଙ୍କ ଉପରେ ବସ୍ ମାଡ଼ିଯାଇ ୩୫ରୁ ଅଧିକ ଜୀବନ ଚାଲିଯାଇଛି । ତୁର୍କୀରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ପ୍ରଥମେ ରାସ୍ତାରେ ଏକ ବସ୍ ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଆମ୍ବୁଲାନ୍ସ । ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ପାଇଁ ପ୍ରସ୍ତୁତି ଚାଲିଥିଲା, କିନ୍ତୁ ହଠାତ୍ ଏକ ଅନିୟନ୍ତ୍ରିତ ବସ୍ ଆସି ପ୍ରାୟ ତିନି ଡର୍ଜନ ଲୋକଙ୍କୁ ଦଳି ଦେଇ ଯାଇଥିଲା ।
ଦକ୍ଷିଣ ତୁର୍କୀଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଘଟିଥିବା ଏହି ଦୁର୍ଘଟଣାରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ପ୍ରାୟ ୧୦. ୪୫ ସମୟରେ ସେଠାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅଗ୍ନିଶମ ବାହିନୀ, ଡାକ୍ତରୀ ଦଳ ଏବଂ ଅନ୍ୟ ସହାୟକମାନେ ସାହାଯ୍ୟ କରିବାକୁ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ । ହେଲେ ପଛ ପଟୁ ଏକ ବସ୍ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଲୋକଙ୍କ ଉପରେ ମାଡ଼ି ଯାଇଥିଲା ।
Major car accident in Turkey.
In the province of Mardin, the brakes of a truck broke: the car crashed into a crowd of people, and then into a cafe building.
According to preliminary data, 16 people were killed and 30 injured. pic.twitter.com/VSvPINU4rv
— 301 Military (@301military) August 20, 2022
ବସ୍ ମାଡ଼ିଯିବା ପରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଜରୁରୀକାଳୀନ କର୍ମଚାରୀ ଏବଂ ସାମ୍ବାଦିକଙ୍କ ସମେତ ୧୬ ଜଣଙ୍କର ଜୀବନ ଚାଲିଯାଇଥିଲା । ବସ୍ଟି ଦୁର୍ଘଟଣା ଘଟାଇ ଚାଲିଯିବା ପରେ ୨୦ ଜଣ ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା ।
ତେବେ ତୁର୍କୀ ସ୍ୱାସ୍ଥ୍ୟମନ୍ତ୍ରୀ ଫହାରଟିନ୍ କୋକାଙ୍କ ସୂଚନା ଅନୁସାରେ ଚିକିତ୍ସିତ ଅବସ୍ଥାରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ବର୍ତ୍ତମାନ ୨୯ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ ଆଠ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୩୫ ଜଣ ପ୍ରାଣ ହରାଇଛନ୍ତି ।
ସୋସିଆଲ ମିଡିଆରେ ଏହି ଘଟଣାକୁ ନରସଂହାର ବୋଲି କୁହାଯାଉଛି । ତୁର୍କୀ ଗୃହମନ୍ତ୍ରୀ ସୁଲେମାନ ସୋଏଲୁ ନିଜ ଫେସବୁକ ପେଜରେ ଏକ ପୋଷ୍ଟ ଜାରି କରି ଦୁଃଖ ପ୍ରକାଶ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)