Advertisment

ଚାଇନାରେ ପୁଣି ନୂଆ ଭାଇରସ୍; ବ୍ୟାପିବ କି ବିଶ୍ୱକୁ!

କରୋନା ଭାଇରସ୍‌ର ଭୟ ଯାଇ ନଥିବା ବେଳେ ଚାଇନାରୁ ପୁଣି ଆସିଲାଣି ନୂଆ ଭାଇରସ୍। ଲୋକଙ୍କ ପାଖରେ ମୁଣ୍ଡବିନ୍ଧା, କାଶ, ଭୋକ କମିବା, ଶରୀରରେ ଯନ୍ତ୍ରଣା ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଦେଇଛି। ଏହା ବ୍ୟତୀତ ଶ୍ୱେତ ରକ୍ତ କଣିକା ଓ ପ୍ଲାଲେଟ୍ କମିଯିବା ଭଳି ଦେଖାଯାଉଛି। କେତେକ କ୍ଷେତ୍ରରେ ଲିଭର୍ ଏବଂ କିଡ୍‌ନୀ ସମସ୍ୟା ମଧ୍ୟ ଦେଖାଯାଇଛି।

author-image
Pramod Behera
Deadly langya henipavirus spread in china from rats

Deadly langya henipavirus spread in china from rats

କରୋନା ଭାଇରସର ଦବଦବା ଏବେ ବି ଯାଇନି। ୨୦୧୯ ଶେଷସୁଦ୍ଧା ଚାଇନାରୁ ସାରା ବିଶ୍ୱାକୁ ବ୍ୟାପିଥିବା ଏହି ଭାଇରସର ଭୟ ଏବେ ଲୋକଙ୍କ ଭିତରେ ରହିଛି। ସେତେବେଳେ ଏହି ଭାଇରସ୍ ଏତେ ବିପଜ୍ଜନକ ପ୍ରମାଣିତ ହେବ ବୋଲି କାହାରି ଧାରଣା ନଥିଲା। କିନ୍ତୁ ପରେ ଏହାର ଭୟଙ୍କର ଅବସ୍ଥା ଯୋଗୁଁ ଚାରିଆଡେ ଲକ୍‌ଡାଉନ୍ ପରିସ୍ଥିତି ଦେଖାଦେଇଥିଲା। ଏହି ଭାଇରସ୍ ଚାଇନାରୁ ଆସିଥିବା କୁହାଯାଉଥିବା ବେଳେ ଚୀନ୍ କିନ୍ତୁ ଆଜି ପର୍ଯ୍ୟନ୍ତ ଏହାକୁ ଗ୍ରହଣ କରି ନାହିଁ। କିଛି ଲୋକ ବିଶ୍ୱାସ କରନ୍ତି ଯେ ଲ୍ୟାବ୍‌ରେ ଚୀନ୍ ଏହି ଭାଇରସ୍ ତିଆରି କରିଛି। ଅନେକ ବିଶେଷଜ୍ଞଙ୍କ ଅନୁଯାୟୀ, ଚୀନର ବୁହାନ୍ ମିଟ୍ ମାର୍କେଟରେ ବିକ୍ରି ହେଉଥିବା ବାଦୁଡିରୁ ଏହି ଭାଇରସ ମାନବ ଶରୀରକୁ ଆସିଥିଲା।

Advertisment

ଏହାର ପ୍ରକୃତ ସତ ସାମ୍ନାକୁ ଆସି ନଥିଲ୍, କିନ୍ତୁ ଏହା ଚୀନ୍ ଦୁନିଆରେ ବହୁତ ଅସୁବିଧା ସୃଷ୍ଟି କରିଥିଲା। ଚୀନର ମାଂସ ବଜାର କିଛି ଦିନ ପାଇଁ ବନ୍ଦ ରହିଥିଲା। କିନ୍ତୁ ଏହା ପରେ ପୁନର୍ବାର ଏହି ବ୍ୟବସାୟ ସେଠାରେ ଆରମ୍ଭ ହୋଇଗଲା। ଏବେ ପୁଣି ଥରେ ଚାଇନାରୁ ଏକ ନୂଆ ଭାଇରସ ଆକ୍ରାନ୍ତ ହେବାର ଖବର ଆସୁଛି। ଏହି ଭାଇରସ ଏଥର ମୂଷା ମାଂସରୁ ମଣିଷକୁ ଆସିଥିବା ଘଟଣା ସାମ୍ନାକୁ ଆସୁଛି। ତଥାପି, ଏପର୍ଯ୍ୟନ୍ତ ଏହା ନିଶ୍ଚିତ ହୋଇନାହିଁ ଯେ ଏହି ଭାଇରସ କରୋନା ପରି ବ୍ୟକ୍ତିଠାରୁ ବ୍ୟକ୍ତିକୁ ସଂକ୍ରମିତ ହେବ କି ନାହିଁ।

ଏହି ନୂଆ ଭାଇରସକୁ ନେଇ ଚାଇନାରେ ଚେତାବନୀ ଦିଆଯାଇଛି। ଏହା ମୂଷା ଠାରୁ ମଣିଷକୁ ବ୍ୟାପିଛି ବୋଲି କୁହାଯାଉଛି। ଏହାର ନାମ ହେଉଛି ‘ଲାଙ୍ଗ୍ୟା ହେନିପାଭାଇରସ୍’ କିମ୍ବା ‘ଲାଙ୍ଗ୍ୟା’। ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାରେ ଏହା ସମୁଦାୟ ୩୫ ଜଣ ଲୋକଙ୍କୁ ଆକ୍ରାନ୍ତ କରିସାରିଲାଣି। ସେମାନଙ୍କ ମଧ୍ୟରୁ କେହି ଗୁରୁତର ଅସୁସ୍ଥ ହୋଇ ନଥିବା ଖବର ଆସିଛି। ଏଥିରେ ଏପର୍ଯ୍ୟନ୍ତ କାହାରି ମୃତ୍ୟୁ ମଧ୍ୟ ହୋଇ ନାହିଁ। ଏଥିରେ ଆକ୍ରାନ୍ତ ରୋଗୀଙ୍କ ପାଖରେ ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଯାଉଛି। ଏହାର ରୋଗୀମାନେ ଚାଇନାର ଶାଣ୍ଡୋଙ୍ଗ ଏବଂ ହେନାନ ପ୍ରଦେଶରେ ଦେଖିବାକୁ ମିଳିଛନ୍ତି। ମାନବ-ରୁ-ମାନବ ସଂକ୍ରମଣର ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ।

Advertisment

ଚାଇନାରେ ବ୍ୟାପିଥିବା ଲାଙ୍ଗ୍ୟା ଭାଇରସର ଲକ୍ଷଣ ସାଧାରଣ ଫ୍ଲୁ ସହିତ ସମାନ। ୨୬ଟି ମାମଲାରେ ଲୋକଙ୍କ ପାଖରେ ମୁଣ୍ଡବିନ୍ଧା, କାଶ, ଭୋକ କମିବା, ଶରୀରରେ ଯନ୍ତ୍ରଣା ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଦେଇଛି। ଏହା ବ୍ୟତୀତ ଶ୍ୱେତ ରକ୍ତ କଣିକା ଓ ପ୍ଲାଲେଟ୍ କମିଯିବା ଭଳି ଦେଖାଯାଉଛି। କେତେକ କ୍ଷେତ୍ରରେ ଲିଭର୍ ଏବଂ କିଡ୍‌ନୀ ସମସ୍ୟା ମଧ୍ୟ ଦେଖାଯାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଭାଇରସ୍ ମୂଷାଙ୍କଠାରୁ ମଣିଷକୁ ବ୍ୟାପିଛି। ଏପରି ପରିସ୍ଥିତିରେ, ସୁରକ୍ଷା ପାଇଁ ମୂଷା ଠାରୁ ଦୂରେଇ ରହିବା ନେଇ ସଚେତନ କରାଯାଇଛି।

Coronavirus Trending Ajab Gajab
Advertisment
Advertisment