• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରାକୃତିକ ବିପର୍ଯ୍ୟୟ କବଳରେ ୟୁରୋପ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହିତ ଇଂଲଣ୍ଡରେ ଭୟଙ୍କର ମରୁଡ଼ି । ପୂର୍ବାଞ୍ଚଳ, ଦକ୍ଷିଣାଞ୍ଚଳ ଓ କେନ୍ଦ୍ରୀୟ ଅଞ୍ଚଳକୁ ସରକାରୀ ଭାବେ ମରୁଡ଼ି ପ୍ରଭାବିତ ବୋଲି ଘୋଷଣା କରିଛନ୍ତି ବ୍ରିଟେନ ସରକାର । ୧୯୩୫ ମସିହା ପରେ ଜୁଲାଇ ମାସରେ ଏ ବର୍ଷ ସବୁଠାରୁ କମ୍ ବର୍ଷା ହୋଇଛି ।

ସ୍ୱାଭାବିକ ବର୍ଷାର ମାତ୍ର ୩୫ ପ୍ରତିଶତ ବୃଷ୍ଟିପାତ ହୋଇଛି ଚଳିତ ବର୍ଷ । ଏପରିକି ଶୁଖି ଗଲାଣି ଥେମସ୍ ନଦୀ । ୪ ଦିନ ହେଲାଣି ଇଂଲଣ୍ଡ ଓୱେଲ୍ସରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏଭଳି ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଜଳ ସଂପଦ ମନ୍ତ୍ରୀ ଷ୍ଟିଭ ଡବଲ୍ । ୧୯୭୬ ପରେ ଏଥର ଇଂଲଣ୍ଡରେ ସବୁଠାରୁ ବଡ଼ ମରୁଡ଼ି ହେବ ବୋଲି କୁହାଯାଉଛି ।

ସେପଟେ ମାସେ ହେଲାଣି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଭୟଙ୍କର ଅଗ୍ନିକାଣ୍ଡରେ ସମ୍ମୁଖୀନ ହୋଇଛି ଫ୍ରାନ୍ସ । ଜୁଲାଇରୁ ଦକ୍ଷିଣ-ପଶ୍ଚିମାଞ୍ଚଳରେ ଭୟଙ୍କର ଭାବେ ନିଆଁ ଲାଗିଛି । ଏହାକୁ ଲିଭାଇବାକୁ ନିୟୋଜିତ ହୋଇଛନ୍ତି ୧୧ ଶହ ଦମକଳ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ନିଆଁକୁ ଆୟତ୍ତ କରାଯାଇପାରୁନି । ୪୦ କିଲୋମିଟର ଅଞ୍ଚଳରେ ଲାଗିଛି ନିଆଁ । ସ୍ଥିତି ଏତେ ସଂଗୀନ ଯେ, ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ୧୦ ହଜାର ଲୋକଙ୍କୁ ପରାମର୍ଶ ଦିଆଯାଇଛି । ନିଆଁ ଲିଭାଇବାକୁ ନିୟୋଜିତ ହୋଇଛନ୍ତି ୧୧ ଶହ ଅଗ୍ନିଶମ କର୍ମଚାରୀ । ତା ସହିତ ୩୬୦ ଓ୍ୱାଟର ବମିଂ ପ୍ଲେନ୍ ମଧ୍ୟ ନିୟୋଜିତ କରାଯାଇଛି । ୧୯୬୧ ପରେ ଏ ବର୍ଷ ଫ୍ରାନ୍ସରେ ସବୁଠାରୁ କମ୍ ବର୍ଷା ହୋଇଥିବା କୁହାଯାଉଛି ।