Advertisment

ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ପଳାଇଛନ୍ତି ଡୋନାଲ୍ଡ ଟ୍ରମ୍ପ ! ଘରେ ରେଡ୍‌ କଲା FBI

ହ୍ୱାଇଟ୍‌ ହାଉସ୍‌ ଛାଡ଼ିବା ପରେ ଟ୍ରମ୍ପ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଫ୍ଲୋରିଡା ପଳାଇଥିବା ଅଭିଯୋଗ ହୋଇଛି। ଏହିସବୁ କାଗଜପତ୍ର ଖୋଜିବା ଲାଗି ରେଡ୍‌ ହୋଇଥିବା ସୂଚନା ମିଳିଛି।

author-image
Rajalaxmi Sahoo
FBI Raids Former US President Donald Trump's Home

FBI Raids Former US President Donald Trump's Home

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍ ହୋଇଛି। ଗୁଇନ୍ଦା ସଂସ୍ଥା FBI ପକ୍ଷରୁ ଟ୍ରମ୍ପଙ୍କ ଫ୍ଲୋରିଡ଼ା ସ୍ଥିତ ଘର, ରିସର୍ଟ ଓ ଫାର୍ମ ହାଉସ୍‌ରେ ଚଢ଼ଉ କରାଯାଇଛି। ଏନେଇ ଟ୍ରମ୍ପ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, Mar-a-Lago ରିସର୍ଟରେ FBI ଅଧିକାରୀ ଚଢ଼ଉ କରି ଏହାକୁ ସିଜ୍‌ କରିଛନ୍ତି। ଏହାସହ ନିଜ କବ୍‌ଜାକୁ ନେଇଛନ୍ତି। 

Advertisment

ହ୍ୱାଇଟ୍‌ ହାଉସ୍‌ ଛାଡ଼ିବା ପରେ ଟ୍ରମ୍ପ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଫ୍ଲୋରିଡା ପଳାଇଥିବା ଅଭିଯୋଗ ହୋଇଛି। ଏହିସବୁ କାଗଜପତ୍ର ଖୋଜିବା ଲାଗି ରେଡ୍‌ ହୋଇଥିବା ସୂଚନା ମିଳିଛି। ଟ୍ରମ୍ପ ଫ୍ଲୋରିଡାରେ ନଥିବା ବେଳେ ଏହି ରେଡ୍‌ ହୋଇଥିବା ଜଣାପଡ଼ିଛି। ଏନେଇ ଟ୍ରମ୍ପ କହିଛନ୍ତି, ‘ଏହା ଆମ ଦେଶ ପାଇଁ ଖରାପ ସମୟ। ଆମେରିକା ରାଷ୍ଟ୍ରପତିଙ୍କ ସହ ପୂର୍ବରୁ ଏମିତି କେବେବି ହୋଇନାହିଁ। ତଦନ୍ତ ଅଧିକାରୀଙ୍କୁ ସହଯୋଗ କରିବା ପରେ ମଧ୍ୟ ଚଢ଼ଉ କରାଯାଇଛି। ଫଳରେ ନ୍ୟାୟ ବ୍ୟବସ୍ଥାର ଅପବ୍ୟହାର କରାଯାଉଛି।’ ୨୦୨୪ ନିର୍ବାଚନରେ ଲଢ଼ିବା ପାଇଁ ମୋତେ ରୋକାଯାଉଛି ବୋଲି ଟ୍ରମ୍ପ କହିଛନ୍ତି। 

ଆମେରିକା ଗଣମାଧ୍ୟମର ସୂଚନା ଅନୁସାରେ, ସୋମବାର ସକାଳେ ଏହି ସର୍ଚ୍ଚ ଆରମ୍ଭ ହୋଇଛି। ଅଧିକାରୀମାନେ ଟ୍ରମ୍ପଙ୍କ ଅଫିସ, ପର୍ସନାଲ୍‌ କ୍ୱାର୍ଟର୍ସରେ ସର୍ଚ୍ଚ କରିଥିଲେ। ଅନ୍ୟପକ୍ଷେ, ଏହି ଘଟଣାରେ ଜଷ୍ଟିସ୍‌ ଡିପାର୍ଟମେଣ୍ଟ ଓ ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ। ଜଷ୍ଟିସ୍‌ ଡିପାର୍ଟମେଣ୍ଟ ଟ୍ରମ୍ପଙ୍କ ବିରୋଧରେ ୨ଟି ମାମଲାର ଯାଞ୍ଚ କରୁଛି। ପ୍ରଥମ ମାମଲା ହେଲା- ୨୦୨୦ ମସିହାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଗଡ଼ବଡ଼ କରିବା ଓ ଦ୍ୱିତୀୟ ମାମଲା ହେଲା- କାଗଜପତ୍ର ସମ୍ଭାଳିବା ସମ୍ପର୍କିତ ଘଟଣା। ଏହି ମାମଲାରେ ଏପ୍ରିଲ ଓ ମେ’ରେ ତଦନ୍ତକାରୀ ସଂସ୍ଥା ଫ୍ଲୋରିଡାରେ ଟ୍ରମ୍ପଙ୍କ ନିକଟ ସମ୍ପର୍କୀୟଙ୍କୁ ପଚରାଉଚରା କରିଥିଲେ। 

Advertisment
Donald Trump Former US President Donald Trump Donald Trump Home Raid
Advertisment
Advertisment