• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଦ ପିଇବାକୁ ପ୍ରୋତ୍ସାହିତ କରୁଛନ୍ତି ସରକାର । କହୁଛନ୍ତି ମଦ ପିଅ ଆଉ ଦେଶର ଅର୍ଥନୀତି ଉପରକୁ ଉଠାଅ । କଥା ଟିକେ ଅଡ଼ୁଆ ଲାଗୁଥିଲେ ବି ସତ । ଆପଣ ଭାବୁଥିବେ ଆମ ଭାରତ କଥା । ଅଜ୍ଞା ନା । ଭାରତରେ ଦିନକୁ ଦିନ ଅଧିକରୁ ଅଧିକ ମଦ ଦୋକାନ ଖୋଲୁଥିଲେ ମଧ୍ୟ ସରକାର କେବେ ବି ସିଧାସଳଖ ଭାବେ କହିନାହାନ୍ତି ଯେ, ମଦ ପିଅ ଆଉ ଦେଶର ଅର୍ଥନୀତିକୁ ସୃଦୃଢ଼ କର । 

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଜାପାନରେ । ଯେଉଁ ଦେଶ ନିଜର ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପାଇଁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି, ସେହି ଦେଶ ନିଜ ଲୋକଙ୍କୁ କହୁଛି ମଦ ପିଅ । ଆଉ ଦେଶର ଅର୍ଥନୀତିକୁ ସୁଦୃଢ଼ କର । ଖାଲି ସେତିକି ନୁହେଁ ଏଥିପାଇଁ ଏକ କ୍ୟାମ୍ପେନ୍‌ ମଧ୍ୟ ଆରମ୍ଭ କରାଯାଇଛି । ଆଉ ଅଧିକରୁ ଅଧିକ ଲୋକଙ୍କୁ କ୍ୟାମ୍ପେନ୍‌ରେ ସାମିଲ ହେବା ପାଇଁ ଆହ୍ୱାନ କୁରାଯାଇଛି । କ୍ୟାମ୍ପେନ୍‌ର ନାଁ ରହିଛି ‘ସେକ୍‌ ଭିଭା’

କୋଭିଡ୍ ସମୟରେ ଦେଶର ଅର୍ଥନୀତିକୁ ଏକ ଶକ୍ତ ଝଟ୍‌କା ଲାଗିଛି । ଏଥିରୁ ବର୍ତ୍ତିବା ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଥିବା କୁହାଯାଉଛି । 

୧୯୯୫ରେ ଜାପାନ ଦିନକୁ ୧୦୦ ଲିଟର ଆଲ୍‌କୋହଲ ବ୍ୟବହାର କରୁଥିଲେ । କିନ୍ତୁ ଏବେ ଏହା ଖସି ଆସି ୭୫ ଲିଟରରେ ପହଞ୍ଚିଲାଣି । ଏହା ଦେଶର ଅର୍ଥନୀତି ଉପରେ ଏକ ବଡ଼ ପ୍ରଭାବ ପକାଇଛି । ଅର୍ଥନୀତି ଗ୍ରାଫ୍‌ ଆଶାଠାରୁ ତଳକୁ ଖସିଛି । ଆଲ୍‌କୋହଲ ବ୍ୟବହାର ହ୍ରାସ ପାଇବାର ମୁଖ୍ୟ କାରଣ ହେଉଛି କୋଭିଡ୍ ୧୯ ବା କରୋନା ଭାଇରସ ।

ଏହି ସବୁ କାରଣରୁ ଏବେ ଜାପାନ ସରକାର ଲୋକଙ୍କୁ ଆଲକୋହଲ ବ୍ୟବହାର ପାଇଁ ପ୍ରୋତ୍ସାହିତ କରିବାକୁ ଯୋଜନା ଆରମ୍ଭ କରିଛନ୍ତି । ଯାହାଫଳରେ ଦେଶର ଅର୍ଥନୀତି ସୁଦୃଢ଼ ହୋଇପାରିବ ବା ପୁଣି ଟ୍ରାକ୍‌କୁ ଫେରି ପାରିବ । ବିଅର, ସ୍କଚ୍‌, ୱାଇନ୍‌, ରମ୍‌, ହ୍ୱିସ୍କି, ଆୱାମୋରି,  ଆଦି ଆଲକୋହଲ ନେବାକୁ ସରକାର ଏକ ପ୍ରକାର ପ୍ରୋତ୍ସାହିତ କରିବା ଆରମ୍ଭ କରିଛନ୍ତି । 

ସରକାରୀ ରେଭେନ୍ୟୁ ଡିପାର୍ଟମେଣ୍ଟ ପକ୍ଷରୁ ଏକ ସ୍ୱତନ୍ତ୍ର ନୋଟିସ୍‌ ଜାରି କରାଯାଇଛି । ଏଥିରେ ୨୦ ରୁ ୩୯ ବର୍ଷ ବୟସ୍କଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା କରାଯାଇଛି । ଏହି ବର୍ଗ ନିଜ ନୂଆ ନୂଆ ବିଚାରଧାରା ବା ଉପାୟ ସରକାରଙ୍କୁ ଜଣାଇବେ ଯେ, ସରକାର କିଭଳି ଆଲ୍‌କୋହଲ ବ୍ୟବହାର ବୃଦ୍ଧି କରାଇପାରିବେ ।  ସେମାନେ ବ୍ରାଣ୍ଡ ଭ୍ୟାଲ୍ୟୁ ବୃଦ୍ଧି କରାଇବା ପାଇଁ ମଧ୍ୟ ନିଜର ମତ ଦେଇପାରିବେ ।