/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660309402.jpg)
Malaysia Man Declared dead
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଜଣେ ବ୍ୟକ୍ତି ଥାନାକୁ ଯାଇଥିଲେ ଏଫ୍ଆଇଆର୍ ଦେବାକୁ । ହେଲେ ସେଠାରେ ଜାଣିଲେ ତାଙ୍କର ମୃତ୍ୟୁ ହୋଇଯାଇଛି । ଦିନେ କି ଦୁଇ ଦିନ ନୁହେଁ, ଗତ ୮ ମାସ ହେଲା ତାଙ୍କର ମୃତ୍ୟୁ ହୋଇଯାଇଛି । କିନ୍ତୁ ବାସ୍ତବରେ ସେ ଜଣେ ଡ୍ରାଇଭର ଭାବେ ଏବେ ବି କାମ କରୁଛନ୍ତି । ଏକ ଶବ ବୁହା ଗାଡ଼ିର ଡ୍ରଇଭର ଭାବେ କାମ କରୁଛନ୍ତି ।
ଉକ୍ତ ବ୍ୟକ୍ତିଙ୍କର ଏକ ଜରୁରୀ ଡକ୍ୟୁମେଣ୍ଟ ହଜିଯାଇଥିଲା । ତାକୁ ପୁଣି ଥରେ ପାଇବା ପାଇଁ ସେ ଥାନାକୁ ଯାଇଥିଲେ, FIR ଦେବାକୁ । କାରଣ ଥାନାରୁ FIR କପି ଆସିଲେ ହିଁ ତାଙ୍କୁ ସେହି ଡକ୍ୟୁମେଣ୍ଟର ନକଲ ମିଳି ପାରିବ । ଆଉ ତାଙ୍କ ଉଦ୍ଦେଶ୍ୟ ପୁରଣ ହେବ ।
ସେ ଦୀର୍ଘ ଦିନ ଧରି ଶବ ବୁହା ଗାଡ଼ିର ଡ୍ରାଇଭର ଭାବେ କାମ କରି ଆସୁଛନ୍ତି । ଏବେ ତାଙ୍କୁ ବୟସ ପାଖାପାଖି ୭୧ ହେଲାଣି । ପରିବାରରେ ଆର୍ଥିକ ସମସ୍ୟା ଦେଖାଦେବାରୁ, ସେ ତାଙ୍କର କିଛି ସମ୍ପତ୍ତି ବିକ୍ରି କରିବାକୁ ଚାହିଁଥିଲେ । ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଉଭୟ ସ୍ୱାମୀ - ସ୍ତ୍ରୀଙ୍କ ନାଁରେ କିଛି ସମ୍ପତ୍ତି କିଣାଯାଇଥିଲା । ଏବେ ସେହି ସମ୍ପତ୍ତିକୁ ବିକି ନିଜ ପରିବାରର ଆର୍ଥିକ ସମସ୍ୟାକୁ ଦୂର କରିବାକୁ ସେ ଚେଷ୍ଟା କରିଥିଲେ ।
ହେଲେ ଦୁଃଖ ଆଉ ବିଡ଼ମ୍ବନାର କଥା ଯେ, ସେହି ସମ୍ପତ୍ତିର ଜରୂରୀ କାଗଜପତ୍ର ତଥା ଦଲିଲ ତାଙ୍କ ପାଖରେ ନଥିଲା । ତାହା କେଉଁଠି ହଜିଯାଇଛି । ଆଉ ସେଥିପାଇଁ ସେ ଥାନାକୁ ଯାଇଥିଲେ । ହେଲେ ଥାନାରେ ଯେତେବେଳେ ପୋଲିସ ତାଙ୍କ କଥା ଶୁଣି ତଦନ୍ତ କରିଥିଲା, ସେତେବେଳେ ରିପୋର୍ଟ ପାଇଥିଲା ଯେ ଅଭିଯୋଗ କରୁଥିବା ବ୍ୟକ୍ତି ୮ ମାସ ପୂର୍ବରୁ ମୃତ୍ୟୁ ବରଣ କରିସାରିଛନ୍ତି । ଆଉ ତାହା ହିଁ ପୋଲିସ ରେକର୍ଡରେ ରହିଛି ।
ତେବେ ସବୁଠାରୁ ବଡ଼ କଥା ହେଲା ସମ୍ମୁଖରେ ଥିବା ବୃଦ୍ଧ ଲୋକ ନିଜେ ଅଭିଯୋଗ କରୁଥିଲେ ବି ତାଙ୍କ କଥା ଶୁଣିନଥିଲା ପୋଲିସ । ଆଉ ବାରମ୍ବାର ଉତ୍ତର ରଖିଥିଲା ଯେ, ରେକର୍ଡ ଅନୁସାରେ ଆପଣ ୮ ମାସ ହେବ ମୃତ୍ୟୁ ବରଣ କରିସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ସମାଧାନ ହୋଇପାରି ନାହିଁ । ଏବେ ବି ସେହି ପାରିବାରିକ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ୭୧ ବର୍ଷିୟ ବୃଦ୍ଧା ଏବଂ ତାଙ୍କ ପତ୍ନୀ ।
ଏହି ଘଟଣା ମାଲେସିଆରେ ଘଟିଥିବା ନେଇ ବିଭିନ୍ନ ଆନ୍ତର୍ଜାତୀ଼ୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଆଉ ସେହି ୭୧ ବଷିୟ ବୃଦ୍ଧ ଜଣଙ୍କ ହେଉଛନ୍ତି Low Choo Choon ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)