• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Russia Ukraine War
୮ ଦିନ ହେଲାଣି, ତଥାପି ଥମିନି ଯୁଦ୍ଧ ! ଖେରସନ୍-ଖାରକିଭ୍ ପରେ ଟାର୍ଗେଟ୍‌ରେ ଓଡେଶା

ଖେରସନ୍, ଖାରକିଭ୍ ସହର ଏକ ପ୍ରକାର ଛାରଖାର ହୋଇଗଲାଣି । ରେଳ ଷ୍ଟେସନ୍, ପ୍ରତିରକ୍ଷା ବିଭାଗ ବିଲ୍ଡିଂକୁ ଧ୍ୱଂସ ମିସାଇଲ ମାଡ଼ କରିଛି ଋଷ । ସାଧାରଣଲୋକଙ୍କ ଘର ଉପରେ ବି ହୋଇଛି ମିଶାଇଲ୍ ମାଡ଼ ।

Ukrainian woman helped an Indian student
ଭାରତୀୟ ଛାତ୍ରୀଙ୍କ ପାଇଁ ଦେବଦୂତ ସାଜିଲେ ୟୁକ୍ରେନ୍ ମହିଳା, ଇଜ୍ଜତ ବଞ୍ଚାଇବାକୁ ଉଠାଇଲେ ବନ୍ଧୁକ

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଖରାପ ହେବାରେ ଲାଗିଛି। ୟୁକ୍ରେନ୍‌କୁ ସମ୍ପୂର୍ଣ୍ଣ ଭାବେ କବ୍‌ଜା କରିବାକୁ ରୁଷ ସେନା ପୂରା ଦମ୍‌ରେ ଲାଗି ପଡ଼ିଛନ୍ତି। କିନ୍ତୁ ଯୁଦ୍ଧ ଭିତରେ ବି ବଞ୍ଚିଛି ମାନବିକତା। ଭାରତୀୟ ଛାତ୍ରୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୟୁକ୍ରେନ୍ ମହିଳା ।

Indians Stranded in Ukraine Return With Their Pets as Govt Relaxes Rules
ମାନବିକତା ଦେଖାଇଲେ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ର; ନିଜ ସହ ବିଲେଇ-କୁକୁରକୁ ମଧ୍ୟ ସ୍ୱଦେଶ ଫେରାଇ ଆଣିଲେ

ଭାରତକୁ ପ୍ରାୟ ୨୦୦ ଭାରତୀୟଙ୍କୁ ଅଣାଯାଇଥିବା ବେଳେ ରୋମାନିଆର ବୁକାରେଷ୍ଟରୁ ବି ୨୦୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯୁଦ୍ଧରେ ସବୁଠାରୁ ପ୍ରଭାବିତ କିଭ୍ ସହରରୁ କେରଳର ଜଣେ ଛାତ୍ର ନିଜ ସାଙ୍ଗଙ୍କ କୁକୁରକୁ ବିମାନରେ ଆଣିବାକୁ ଭୁଲି ନାହାଁନ୍ତି ।

Humanity Of Ukraine Citizens
ମାନବିକତାର ଶ୍ରେଷ୍ଠ ଉଦାହରଣ: ଭୋକିଲା ରୁଷ୍‌ ସୈନ୍ୟଙ୍କୁ ବ୍ରେଡ୍‌ ଦେଲେ ୟୁକ୍ରେନ ବ୍ୟକ୍ତି

ଯୁଦ୍ଧ ଭିତରେ ବି ବଞ୍ଚିଛି ମାନବିକତା। ସେମାନେ ଶତ୍ରୁ ହୋଇ ହତ୍ୟା କରିବାକୁ ଆସିଛନ୍ତି ହେଲେ ସେମାନଙ୍କ ପ୍ରତି ବି ମାନବିକତା ଦେଖାଇଛନ୍ତି ୟୁକ୍ରେନବାସୀ।

Donald Trump
ତାଇୱାନ୍‌ ଆକାଶରେ ଯୁଦ୍ଧ ବାଦଲ : ଚେତାବନୀ ଦେଲେ ଟ୍ରମ୍ପ, ଖୁବ୍‌ ଶୀଘ୍ର ଆକ୍ରମଣ କରିପାରେ ଚୀନ୍

ଆଗାମୀ ଦିନରେ ଯୁଦ୍ଧ ଦେଖିବେ ତାଇଓ୍ୱାନବାସୀ । ଚୀନ ବେଶ ଉତ୍ସାହର ସହ ଚାହିଁଛି ।

Ukraine Crisis
ସ୍ୱଦେଶ ଫେରିଲେ ଆଉ ୧୮୩ ଜଣ ଭାରତୀୟ, ୫.୩୦ରେ ପହଞ୍ଚିଲା ବିମାନ

ସକାଳ ୫ଟା ୩୦ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଥିଲା ।

 Alex Konanykhin
ପୁଟିନ୍‌ଙ୍କୁ ଗିରଫ୍ କଲେ ମିଳିବ ସାଢ଼େ ୭ କୋଟି : ଅଫର୍ ଦେଲେ ଋଷୀୟ ବ୍ୟବସାୟୀ

ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ନିଷ୍ପତ୍ତି ହେତୁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱରେ ଏକପ୍ରକାର ଏକଘରିଆ ହୋଇଯାଇଥିବା ବେଳେ ନିଜ ଦେଶର ଲୋକେ ମଧ୍ୟ ତାଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି ।

Ukraine Crisis
ୟୁକ୍ରେନ୍‌ ଆକ୍ରମଣ କଥା ପୂର୍ବରୁ ଜାଣିଥିଲା ଚୀନ୍ : ୱିଣ୍ଟର୍‌ ଓଲିମ୍ପିକ୍‌ ଶେଷ ହେବା ପରେ ସେନା ପଠାଇବାକୁ ପରାମର୍ଶ ଦେଇଥିଲା ବେଜିଂ

ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ଏକ ଇଣ୍ଟିଲିଜେନ୍ସ ରିପୋର୍ଟ ଆଧାରରେ ଏପରି ଖବର ଛାପିଛି । ଚୀନ୍‌ର ବରିଷ୍ଠ ଅଧିକାରୀମାନେ ଋଷିଆର ଆକ୍ରମଣ ଯୋଜନା ବିଷୟରେ ପୂର୍ବରୁ ଅବଗତ ଥିଲେ । ଋଷିଆ ୟୁକ୍ରେନ ବିରୋଧରେ କିଛି ବଡ ପଦକ୍ଷେପ ନେବାକୁ ଯାଉଥିବା ସେମାନେ ଜାଣିଥିବା ଇଣ୍ଟେଲିଜେନ୍ସ ରିପୋର୍ଟ ସୂଚିତ ରହିଛି

Russia Ukraine War Updates
ଭାରତୀୟ ଛାତ୍ରଙ୍କୁ ଢ଼ାଲ କରୁଛନ୍ତି ୟୁକ୍ରେନ୍‌ ସୈନିକ ?

ଭାରତୀୟ ଛାତ୍ରଙ୍କୁ ଖାରକିଭରୁ ବାହାର କରିବାକୁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ପାଇଁ ୟୁକ୍ରେନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି । ଫଳରେ ସେମାନେ ସହଜରେ ଦେଶର ସୀମାକୁ ତଥା ପଶ୍ଚିମ ଭାଗକୁ ପହଞ୍ଚିପାରିବେ । ଭାରତୀୟ ଛାତ୍ରଙ୍କୁ କୌଣସି ପ୍ରକାର ଯୁଦ୍ଧରେ ସାମିଲ କରାଯାଇ ବୋଲି ମଧ୍ୟ କୁହାଯାଇଛି ।

Russia-Ukraine War
ଋଷିଆର ଘନଘନ ଆକ୍ରମଣରେ ଥରହର ୟୁକ୍ରେନ, ଦେଶ ଛାଡ଼ିଲେଣି ୧୦ ଲକ୍ଷ ଲୋକ

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଭିତରେ ୟୁକ୍ରେନରୁ ପ୍ରାୟ ୧୦ ଲକ୍ଷ ଲୋକ ଦେଶ ଛାଡ଼ି ଅନ୍ୟ ଦେଶକୁ ପଳାଇଲେଣି।  ବିଳମ୍ବିତ ରାତିରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର୍ ଜେଲେନସ୍କି ଦେଶବାସୀଙ୍କୁ ସମ୍ବୋଧନ କରି ଋଷିଆ ବିରୋଧରେ ଶକ୍ତ ହୋଇ ଛିଡ଼ା ହେବାକୁ ଆହ୍ୱାନ ଦେଇଛନ୍ତି।

Russia-Ukraine Crisis । Donald Trump Targets Putin, Biden
“ବାଇଡେନ୍‌ ଏକ ବଡ଼ ଢୋଲ, ଯେମିତି ପାରୁଛନ୍ତି ସେମିତି ବଜାଉଛନ୍ତି ପୁଟିନ୍‌”

ବାଇଡେନ୍‌ ବଡ଼ ଢୋଲ। ତାଙ୍କୁ ଯେମିତି ଚାହୁଁଛନ୍ତି ସେମିତି ବଜାଉଛନ୍ତି ପୁଟିନ୍‌। ଏମିକି କହି ଚର୍ଚ୍ଚାରେ ଟ୍ରମ୍ପ...

Special Story | Ukraine Frees Prisoners To Help Fight Russia
ଋଷିଆକୁ ସବକ୍‌ ଦେବାକୁ ସବୁ ବନ୍ଦୀଙ୍କୁ ମୁକ୍ତ କଲା ୟୁକ୍ରେନ, ପାନେ ପାଇବ ଋଷିଆ...

ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ଜେଲେନସ୍କିଙ୍କ ବଡ଼ ନିଷ୍ପତ୍ତି। ସବୁ ବନ୍ଦୀଙ୍କୁ କଲେ ମୁକ୍ତ। ଋଷିଆ ବିରୋଧରେ ଅସ୍ତ୍ରଶସ୍ତ୍ର ଧରିବାକୁ ଦେଲେ ଆହ୍ୱାନ...ପାଦେ ଆଗକୁ ବଢିବ ତ, ଉଚିତ୍‌ ଜବାବ ପାଇବେ ଋଷ ସୈନ୍ୟ....

Ukraine-Russia Crisis । Putin\'s Family Hidden In Nuclear Bunker!
ପରମାଣୁ ବୋମାକୁ ଡରି ବଙ୍କର ଭିତରେ ପଶିଲେ ପୁଟିନ୍‌ !

ପରମାଣୁ ବୋମା ଭୟ ଘାରୁଛି। ବଙ୍କର ଭିତରେ ପଶିଲେ ପୁଟିନ୍‌ ଓ ତାଙ୍କ ପରିବାର। ମାଟିତଳେ ରହି ୟୁକ୍ରେନ ଯୁଦ୍ଧକୁ କରିବେ ମନିଟର୍‌ ... ପଛକୁ ହଟୁନାହାନ୍ତି ପୁଟିନ୍‌ ସେନା...

Russia Warns France Of Real War
ଫ୍ରାନ୍ସ ଉପରେ ପରମାଣୁ ବୋମା ପକାଇବ ଋଷିଆ? ଆରମ୍ଭ ହେଲା....

ଫ୍ରାନ୍ସ ଉପରେ ପରମାଣୁ ବୋମା ପକାଇବ ଋଷିଆ ! ସିଧାସଳଖ ଯୁଦ୍ଧରେ ସାମିଲ ହେବା ପାଇଁ ଆହ୍ୱାନ କଲେ ଋଷିଆ ନେତା। ନିର୍ଦ୍ଦେଶ ମିଳିବା ମାତ୍ରେ ଆକାଶରୁ ବର୍ଷିବ ବୋମା...

Ukraine Russia War
ଘମାଘୋଟ ଯୁଦ୍ଧ: ରେଲ୍‌ୱେ ଷ୍ଟେସନ ନିକଟରେ ରକେଟ୍‌ ମାଡ଼ କଲା ଋଷିଆ, ଭୟଭୀତ ହୋଇ ଦୌଡ଼ି ପଳାଇଲେ ଯାତ୍ରୀ

ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନର କିଭ୍ ଉପରେ ଋଷିଆ ବଡ଼ ଧରଣର ହମଲା କରିଛି। କିଭ୍‌ ରେଲ୍‌ୱେ ଷ୍ଟେସନ ନିକଟରେ ଋଷୀୟ ସେନା ରକେଟ୍ ମାଡ଼ କରିଥିବା ସୂଚନା ମିଳିଛି।

Ukraine’spresident Zelensky’s strength is his wife
ପତ୍ନୀ ସାଜିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ବଳ

ଋଷ୍‌ର ଆକ୍ରମଣରେ ଥରହର ହେଉଛି ୟୁକ୍ରେନ୍। ସେନାରେ ଦୁର୍ବଳ ଥିବା ୟୁକ୍ରେନ୍ ଏଡେ ବଡ ଶକ୍ତି ଆଗରେ ମୁଣ୍ଡ ନୁଆଁଇ ନାହିଁ। ସାହସର ସହ ଯୁଦ୍ଧ କରିଚାଲିଛି। ଏହାର ରାଷ୍ଟ୍ରପତି ଦେଶ ପାଇଁ ସାହସ ହୋଇଥିବା ବେଳେ ତାଙ୍କ ପତ୍ନୀ ସାଜିଛନ୍ତି ତାଙ୍କର ବଳ।

What is vacuum and cluster bomb attacking by Russia
ୟୁକ୍ରେନ୍‌ରେ ବର୍ଷୁଛି ଭାକ୍ୟୁମ୍ ଓ କ୍ଲଷ୍ଟର୍ ବୋମା: କ’ଣ ଏହି ବୋମା

ୟୁକ୍ରେନ୍‌ ବିରୁଦ୍ଧରେ ହେଉଥିବା ଯୁଦ୍ଧରେ ଋଷ୍‌ର ସେନା ଦୁଇଟି ବିପଜ୍ଜନକ ବୋମା ବ୍ୟବହାର କରୁଛି। ସେଗୁଡିକ ଭାକ୍ୟୁମ୍ ଏବଂ କ୍ଲଷ୍ଟର ବୋମା ଭାବରେ ଜଣାଶୁଣା। ଏହା ଖୁବ ବିପଦପୂର୍ଣ୍ଣ। ତେବେ ଏଗୁଡ଼ିକ କିପରି ହୁଏ ଏବଂ ପ୍ରଭାବ କ’ଣ, ଆସନ୍ତୁ ଜାଣିବା।

Russia destroyed world’s largest plane Mriya
ଦୁନିଆର ସବୁଠୁ ବଡ ବିମାନକୁ ଧ୍ୱଂସ କରିଦେଲା ଋଷ୍; ଏହାର ମୂଲ୍ୟ ଜାଣିଲେ ହୋସ୍ ଉଡିଯିବ

ଋଷ୍‌ ସେନା କ୍ରମାଗତ ଭାବରେ ୟୁକ୍ରେନ୍‌ର ରାଜଧାନୀ କିଭ୍ ସମେତ ଅନେକ ପ୍ରମୁଖ ସହର ଏବଂ ସାମରିକ ବେସ୍‌ ଉପରେ ଆକ୍ରମଣ କରୁଛି। ଏହାରି ଭିତରେ ୟୁକ୍ରେନ୍ ପାଖରେ ଥିବା ଦୁନିଆର ସବୁଠାରୁ ବଡ ବିମାନକୁ ଋଷ୍ ଧ୍ୱଂସ କରିଦେଇଛି।

Russia Ukraine War
ଖାରକିଭ୍ ଛାଡିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ

ଖାରକିଭ୍ ଛାଡିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ । ୟୁକ୍ରେନ୍ ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଯୋକୌଣସି ସ୍ଥିତିରେ ବି ଖାରକିଭ୍ ଛାଡି ପଡୋଶୀ ସୀମାକୁ ଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହାରି ଭିତରେ ୱାର ଜୋନ୍ ୟୁକ୍ରେନରୁ ଜାରି ରହିଛି ଭାରତୀୟ ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ।

Russia Ukraine War
ଏଣେ ତେଣେ ବିଛାଡ଼ି ହୋଇପଡ଼ିଛି ନିରୀହ ଜନତାଙ୍କ ଗଣ୍ଡା ଗଣ୍ଡା ମୃତଦେହ

ଛାରଖାର୍ ଖାର୍କିଭ୍ । ବୋମାବର୍ଷା ପରେ ଭସ୍ମୀଭୂତ କୋଠା, ଖିନ୍‌ଭିନ୍ ଜନବସତି । ଏଣେ ତେଣେ ବିଛାଡ଼ି ହୋଇପଡ଼ିଛି ନିରୀହ ଜନତାଙ୍କ ଗଣ୍ଡା ଗଣ୍ଡା ମୃତଦେହ । ଚାରିଆଡ଼େ ହାହାକାର ସ୍ଥିତି । 

Russia Ukraine War
ଛାରଖାର୍ ଖାର୍କିଭ୍ ! କେଉଁଠି ରକେଟ୍ ଓ ମୋର୍ଟାର୍ ମାଡ଼, ତ ଆଉ କେଉଁଠି ମିସାଇଲ୍‌ରେ ଟାର୍ଗେଟ୍

ବିଛାଡ଼ି ହୋଇପଡ଼ିଛି ନିରୀହ ଜନତାଙ୍କ ଗଣ୍ଡା ଗଣ୍ଡା ମୃତଦେହ । ଚାରିଆଡ଼େ ହାହାକାର ସ୍ଥିତି । କେବଳ ୟୁକ୍ରେନୀୟ ସେନାକୁ ନୁହେଁ, ସାଧାରଣ ଲୋକ ରହୁଥିବା ବିଲ୍ଡିଂ ଓ ଆପାର୍ଟମେଣ୍ଟ ଗୁଡ଼ିକୁ ବି ଟାର୍ଗେଟ୍ କରୁଛି ଋଷ ।

Putin's Secret Child
ଋଷରେ ପୁଟିନ୍‌ଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା, ଗୁପ୍ତ ସନ୍ତାନ ଲୁଇଜ୍‌ର ଫଟୋ ଭାଇରାଲ !

ଲୁଇଜ୍ ରୋସୋଭା ଏବେ ଅଧ୍ୟୟନ କରୁଛନ୍ତି । ସେ ଜଣେ ସାଧାରଣ କ୍ଲିନର୍‌ରୁ ମଲ୍ଟିମିଲିନିୟର ବ୍ୟବସାୟୀ ପାଲିଟିଥିବା ଶ୍ୱେତଲିନା କ୍ରିଭୋନୋଗିଖଙ୍କ ଝିଅ ।

Google map help to Ukraine people
ୟୁକ୍ରେନ୍ ପାଇଁ ଗୁଗୁଲ୍‌ ଏହାର ମ୍ୟାପିଂ ସେବାକୁ ବନ୍ଦ କଲା

ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଗୁଗୁଲ୍ ମ୍ୟାପ୍ ୟୁକ୍ରେନ୍‌ ନାଗରିକଙ୍କ ପାଇଁ ସଂକଟମୋଚକ ଭଳି କାମ କରୁଛି। ୟୁକ୍ରେନ୍‌କୁ ବିନାଶରୁ ରକ୍ଷା କରିବା ପାଇଁ ଗୁଗୁଲ ଏହାର ମ୍ୟାପିଂ ସେବାକୁ ବନ୍ଦ କରିଦେଇଛି।

Ukraine Russia War
ଋଷ ଚାଲ୍‌କୁ ଫ୍ଲପ୍‌ କରୁଛି ୟୁକ୍ରେନ୍‌ ! ଏବେ ବଡ଼ ଅପରାଧୀଙ୍କୁ ବନ୍ଧୁକ ଧରାଇ ଜେଲ୍‌ରୁ ମୁକ୍ତ କରିଛନ୍ତି ଜେଲେନ୍‌ସ୍କି

ୟୁକ୍ରେନରେ ବନ୍ଦୀ ଥିବା ବିଭିନ୍ନ କଏଦୀଙ୍କୁ ମୁକ୍ତ କରିଛନ୍ତି ଜେଲେନସ୍କି ସରକାର । ସବୁ ବନ୍ଦୀ କଏଦୀ ଏବେ ହାତରେ ବନ୍ଧୁକ ଧରି ଋଷିଆ ସୈନ୍ୟଙ୍କୁ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

Ukraine Russia
ଋଷର ବଡ଼ ଚେତାବନୀ ! ତୃତୀୟ ବିଶ୍ୱଯୁଦ୍ଧର ନିର୍ଣ୍ଣାୟକ ହେବ ପରମାଣୁ ବୋମା

ତୁରନ୍ତ ଖାରକିଭ୍ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି । ସଂଧ୍ୟା ୬ଟା (ୟୁକ୍ରେନ୍‌ ସମୟ ୬ଟା, ଭାରତୀୟ ସମୟ ରାତି ୯ଟା) ସୁଦ୍ଧା ଖାରକିଭ୍ ଛାଡ଼ିବାକୁ କୁହାଯାଇଛି ।