• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖ୍ୟାତନାମା ଲେଖକ ସଲମାନ୍ ରୁସଦିଙ୍କୁ ଛୁରାମାଡ଼ । ଆମେରିକା ନ୍ୟୁୟର୍କରେ ଲେକଚର୍ ଦେଉଥିବା ବେଳେ ତାଙ୍କୁ ଜଣେ ଦୁବୃର୍ତ୍ତ ଆକ୍ରମଣ କରିଛି । ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ବେଳେ ହଠାତ୍ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତକୁ ହେପାଜତକୁ ନେଇଛି ପୋଲିସ୍ । ବିଭିନ୍ନ ସମୟରେ ନିଜ ଲେଖାକୁ ନେଇ ରୁସଦି ଆସିଛନ୍ତି ବିବାଦକୁ । The Satanic Verses ପାଇଁ ଚର୍ଚ୍ଚାକୁ ସେ ଆସିଥିଲେ । ଈରାନରେ ଏହି ବହି ଉପରେ ୧୯୮୮ରେ ବ୍ୟାନ୍ ଲାଗିବା ସହ ତାଙ୍କ ନାଁରେ ଫତୱା ବି ଜାରି ହୋଇଛି । ତାଙ୍କୁ ହତ୍ୟା କଲେ ୩ ମିଲିୟନ୍ ଆମେରିକୀୟ ଡଲାର୍ ପୁରସ୍କାର ରାଶୀ ବି ଘୋଷଣା କରିଥିଲେ କିଛି ମୁସଲିମ୍ ସଂଗଠନ । ତେଣୁ ଏହି ଆକ୍ରମଣ ପରେ ଏବେ ତଦନ୍ତ ଆରମ୍ଭ କରିଛି ନ୍ୟୁୟର୍କ ପୋଲିସ୍ । କିଏ ଓ କାହିଁକି ରୁସଦିଙ୍କୁ ଆକ୍ରମଣ କଲା ସେ ନେଇ ଖୋଳତାଡ଼ ହେଉଛି ।