Advertisment

ଭେଣ୍ଟିଲେଟରରେ ସଲମାନ୍ ରୁସ୍‌ଦି : ଅସ୍ତ୍ରୋପଚାର ପରେ ଏକ ଆଖି ହରାଇବା ଆଶଙ୍କା

ସଲମାନ ରୁସ୍‌ଦି ଅସ୍ତ୍ରୋପଚାର ପରେ ଗୋଟିଏ ଆଖି ହରାଇବାର ଆଶଙ୍କା ରହିଛି ।

author-image
Prangyan Parimita
Special story

Special story

ଖ୍ୟାତନାମା ଲେଖକ ସଲମାନ୍ ରୁସ୍‌ଦି(Salman Rushdie)ଙ୍କ ଅବସ୍ଥା ଗୁରୁତର । ଛୁରା ମାଡ଼ ପରେ ସେ ଏବେ ଚିକିତ୍ସିତ ହେଉଛନ୍ତି । ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଅସ୍ତ୍ରୋପଚାର ପରେ ସଲମାନ ରୁସ୍‌ଦି ଗୋଟିଏ ଆଖି ହରାଇ ପାରନ୍ତି । ଆକ୍ରମଣ ପରେ ସେ କଥା କହିପାରୁ ନାହାନ୍ତି । ଏହା ବ୍ୟତୀତ ତାଙ୍କ ହାତର ଏକ ଶିରା ଫାଟିଯାଇଛି । ଛୁରୀରେ ଆକ୍ରମଣରେ ତାଙ୍କ ଲିଭର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

Advertisment

ସେପଟେ ସଲମାନ୍‌ ରୁସ୍‌ଦିଙ୍କୁ ଆକ୍ରମଣ କରିଥିବା ସନ୍ଦିଗ୍ଧ ବ୍ୟକ୍ତିର ପରିଚୟ ମିଳିଛି । ସନ୍ଦିଗ୍ଧ ଜଣକ ନ୍ୟୁ ଜର୍ସିର ୨୪ ବର୍ଷୀୟ ହାଦି ମାତାର ବୋଲି କୁହାଯାଉଛି । ସେ ସଲାମାନ୍‌ଙ୍କ ବେକ ଏବଂ ପେଟରେ ଛୁରୀ ରେ ଆକ୍ରମଣ କରିବା ପରେ ରୁସଦି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ପୋଲିସ ତଥ୍ୟ ଅନୁସାରେ, ଏପରି ଘଟଣା ଆମର ପ୍ରାୟ ୧୫୦ ବର୍ଷର ଇତିହାସରେ କେବେ ହୋଇନାହିଁ । ଆକ୍ରମଣ ପଛର କାରଣ ଜାଣିବା ପାଇଁ FBI ସହିତ କାମ କରୁଥିବା କୁହାଯାଇଛି ।

ଗତକାଲି ନ୍ୟୁ ୟର୍କରେ ଏକ କାର୍ଯ୍ୟକ୍ରମ ସମାରୋହରେ ଖ୍ୟାତନାମା ଲେଖକ ସଲମାନ୍ ରୁସ୍‌ଦିଙ୍କୁ ମଞ୍ଚ ଉପରେ ଛୁରାମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କରଏୟାରଲିଫ୍ଟ କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏସବୁ ଭିତରେ ଆକ୍ରମଣକୁ ନେଇ ପ୍ରତ୍ୟେକ୍ଷଦର୍ଶୀ ରବି ଚାର୍ଲ୍ସଙ୍କ ବୟାନ ସାମ୍ନାକୁ ଆସିଛି । ଯେତେବେଳେ ରୁସ୍‌ଦିଙ୍କ ଉପରେ ଆକ୍ରମଣ ହୋଇଥିଲା ସେହି ସମୟରେ ଚାର୍ଲ୍ସ ହଲ୍‌ରେ ଉପସ୍ଥିତ ଥିଲେ। ଭାଷଣ ଦେବାର କିଛି ସମୟ ପୂର୍ବରୁ ରୁସ୍‌ଦିଙ୍କ ଉପରକୁ ଆକ୍ରମଣ ହୋଇଥିଲା ବୋଲି ସେ କହିଛନ୍ତି ।

Advertisment

ସୂଚନାଯୋଗ୍ୟ ଭାରତୀୟ ବଂଶୋଦ୍ଭବ ଇଂରାଜୀ ଲେଖକ ରୁସ୍‌ଦି ୧୯୮୦ ଦଶକରେ ନିଜ ପୁସ୍ତକ Satanic Versesକୁ ନେଇ ବିବାଦ ଘେରକୁ ଆସିଥିଲେ। ଇରାନରେ ଏହି ପୁସ୍ତକ ଉପରେ ୧୯୮୮ରେ ବ୍ୟାନ୍ ଲାଗିବା ସହ ତାଙ୍କ ନାଁରେ ଫତୱା ବି ଜାରି ହୋଇଥିଲା। ତାଙ୍କୁ ହତ୍ୟା କଲେ ୩ ମିଲିୟନ୍ ଆମେରିକୀୟ ଡଲାର୍ ପୁରସ୍କାର ରାଶି ବି ଘୋଷଣା କରିଥିଲେ କିଛି ମୁସଲିମ୍ ସଂଗଠନ। ତେଣୁ ଏହି ଆକ୍ରମଣ ପରେ ଏବେ ତଦନ୍ତ ଆରମ୍ଭ କରିଛି ନ୍ୟୁୟର୍କ ପୋଲିସ୍। କିଏ ଓ କାହିଁକି ରୁସ୍‌ଦିଙ୍କୁ ଆକ୍ରମଣ କଲା ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

Salman Rushdie
Advertisment
Advertisment