• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ବି ଦୁନିଆରେ ଭଲ ଲୋକ ଅଛନ୍ତି । ଯେଉଁମାନେ ଅନ୍ୟର ଦୁଃଖ ଦେଖିଲେ ସହିପାରନ୍ତି ନାହିଁ । ଅନ୍ୟର ଦୁଃଖ ସମୟରେ ସହଯୋଗର ହାତ ବଢ଼ାନ୍ତି । ତେବେ ଠିକ୍‌ ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି । ଏକ ୨୩ ମାସର ଛୁଆକୁ ବଡ଼ ସହଯୋଗର ହାତ ବଢ଼ାଇଛି ସ୍ୱିଜରଲ୍ୟାଣ୍ଡସ୍ଥିତ ଫାର୍ମା କମ୍ପାନୀ  ନୋଭାର୍ତିସ୍‌ ।

ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ୨୩ ମାସର ଛୁଆ ଚିକିତ୍ସିତ ହେଉଥିଲା । ହେଲେ ତାର ସ୍ୱାସ୍ଥ୍ୟ ଭଲ କରିବା ପାଇଁ ଆବଶ୍ୟକ ପଡ଼ିଥିଲା କୋଟି କୋଟି ଟଙ୍କାର ଔଷଧ । ଆଉ ନିଜ ଛୁଆ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବାର ସାମର୍ଥ୍ୟ ନଥିଲା ପିତାମାତାଙ୍କର । ଭଦ୍ରାଦ୍ରି କୋଥାଗୁଡ଼େମ୍‌ ଜିଲ୍ଲା ରେଗୁବାଲି ଗାଁର ମୂଳ ବାସିନ୍ଦା ହେଉଛନ୍ତି ଏହି କୁନି ଛୁଆ ଏଲେନ୍‌ର ପିତା ରାୟପୁଡ଼ି ପ୍ରବୀଣ ଏବଂ ମାତା ସ୍ଟେଲା । ଛୁଆର ସ୍ୱାସ୍ଥ୍ୟାବସ୍ଥା କଥା ଭାବି ପିତାମାତା ହାତ ଟେକିଦେଇଥିବା ବେଳେ ଦେବ ଦୂତ ଭଳି ସହଯୋଗର ହାତ ବଢ଼ାଇଥିଲା ସ୍ୱିଜରଲ୍ୟାଣ୍ଡସ୍ଥିତି ଏହି ଫାର୍ମା କମ୍ପାନୀ ନୋଭାର୍ତିସ୍ ।

ସ୍ପାଇନାଲ ମସ୍‌କୁଲାର ଆଟ୍ରୋଫି-୧ ନାମକ ରୋଗରେ ଜର୍ଜରିତ ଏହି ନବଜାତ । ଏହା ଏକ ବଂଶାନୁକ୍ରମିକ ରୋଗ ।

ଏହି ରୋଗର ଉପଶମ ପାଇଁ ଯେଉଁ ଔଷଧ ଦରକାର, ତାହା ହେଉଛି ଜଲୋଗେନ୍‌ସ୍ମା ଜେନେ ଥେରାପି । ଏହା ଏକ ଇଞ୍ଜେକ୍ସନ୍ ରୁପରେ ଆସିଥାଏ । ଯାହାର ମୂଲ୍ୟ ୧୬ କୋଟି ଟଙ୍କା । ଆଉ ସବୁଠାରୁ ବଡ଼କଥା ହେଉଛି ଏହି କୁନି ଛୁଆ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଔଷଧ ଉପଲବ୍ଧ କରାଇଛି, ନୋଭାର୍ତିସ୍ । ହାଇଦ୍ରାବାଦର ରେନ୍‌ବୋ ଚିଲ୍‌ଡ୍ରେନ୍‌ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ଏହି କୁନି ଛୁଆ ପାଇଁ ମାଗଣାରେ ୧୬ କୋଟି ଟଙ୍କାର ଇଞ୍ଜେକ୍ସନ୍ ଉପଲବ୍ଧ କରାଇଛି ନୋଭାର୍ତିସ୍ ।

କନ୍‌ସୋଲଟାଣ୍ଟ ପେଡିଆଟ୍ରିକ୍‌ ନ୍ୟୁରୋଲୋଜିଷ୍ଟ ଡାକ୍ତର ରମେଶ କୋନାଙ୍କିଙ୍କ କହିବାନୁଯାୟୀ, ଏଲେନ୍‌ ଏବେ SMA-1 ରୋଗରେ ପିଡ଼ିତ । ଏଥିପାଇଁ ଏଲେନ୍‌, ନିଜ ଇଚ୍ଛା ଅନୁସାରେ ଶରୀରକୁ ବୁଲାଇ ପାରୁନି, ମୁଣ୍ଡ, ବେକ, ହାତ, ଗୋଡ଼ ଆଦି ମଧ୍ୟ ସେ ହଲଚଲ କରିପାରୁନାହିଁ । ଏମିତିକି ଖାଦ୍ୟ ଢ଼ୋକିବା ବା ଗିଳିବାରେ ମଧ୍ୟ ତାକୁ ଅସୁବିଧା ହେଉଛି ।

ନିଶ୍ୱାସ ପ୍ରଶ୍ୱାସରେ ବି ଏଲେନ୍‌କୁ କଷ୍ଟ ହେଉଛି । ଏମିତିକି ମାଂସ ପେଶୀରେ ଦୁର୍ବଳତା ଯୋଗୁଁ ସେ ନିଜ ବସିପାରୁ ନାହିଁ କିମ୍ବା ନିଜ ବେକକୁ ସିଧା କରିପାରୁ ନାହିଁ ।