Advertisment

AI Catch: ତଥ୍ୟ ଦେଲା AI, ମାଡ଼ି ବସିଲା ବନ ବିଭାଗ, ୩ ଚମ୍ପଟ

ଏଆଇ ତଥ୍ୟ ଆଧାରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଆଜି କପ୍ତିପଦା ଥାନା ନଛିପୁର ଗାଁରେ ଚଢ଼ଉ କରିଥିଲା। ଆଉ ଶିକାର ଅଭିଯୋଗରେ ରାଜକିଶୋର ନାଏକ ଓ କାଳିଚରଣ ଦେହୁରୀଙ୍କୁ ଗିରଫ କରିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Crime

Crime

ଧନୁ, ତୀର ଓ ବନ୍ଧୁକ ଧରି ଶିକାର ପାଇଁ ଯାଇଥିଲେ ଶିକାରୀ। ହେଲେ ସେମାନେ ଜାଣିନଥିଲେ ଶିମିଳିପାଳର ଘଞ୍ଚ ଅରଣ୍ୟ ଭିତରେ ଛପି ରହିଥିଲା AI କ୍ୟାମେରା। ଆଉ ଅତି ନିକଟରୁ ସେମାନଙ୍କ ମୁହଁକୁ କଏଦ କରିନେଇଗଲା। ସେହି ତଥ୍ୟ ଆଧାରରେ ଶିମିଳିପାଳର ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଆଜି ୨ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି।

Advertisment

ଶିକାରରେ ବ୍ରେକ୍‌ ଲଗାଇବା ପାଇଁ ଦକ୍ଷିଣ ଶିମିଳିପାଳ ଅଞ୍ଚଳରେ ଲାଗିଥିଲା ଏଆଇ କ୍ୟାମେରା। ହେଲେ ଏ ସମ୍ପର୍କରେ ଜାଣିନଥିଲେ ଶିକାରୀ। ତେଣୁ ହାତରେ ବନ୍ଧୁକ, ଧନୁ ଓ ତୀର ଧରି ପାଞ୍ଚ ଶିକାରୀ ନିର୍ଭୟରେ ଶିକାର କରିବା ପାଇଁ ଯାଉଥିଲେ। ଯାହାର ଫଟୋ ଏଆଇ କ୍ୟାମେରାରେ କଏଦ ହୋଇଯାଇଥିଲା। ଶିମିଳିପାଳ ସୁରକ୍ଷା ଦାୟିତ୍ୱରେ ଥିବା ସ୍ଵତନ୍ତ୍ର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଏଆଇ କ୍ୟାମେରାରୁ ଏହି ତଥ୍ୟ ପାଇଥିଲେ।

ଅଧିକ ପଢ଼ନ୍ତୁ : କର୍ମଚାରୀଙ୍କ ପାଇଁ ଖୁସି ଖବର: ଏଣିକି ସପ୍ତାହକୁ ୪ ଦିନ କାମ କରିବେ...

Advertisment

ଏଆଇ ତଥ୍ୟ ଆଧାରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଆଜି କପ୍ତିପଦା ଥାନା ନଛିପୁର ଗାଁରେ ଚଢ଼ଉ କରିଥିଲା। ଆଉ ଶିକାର ଅଭିଯୋଗରେ ରାଜକିଶୋର ନାଏକ ଓ କାଳିଚରଣ ଦେହୁରୀଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୫ଟି ଦେଶୀ ବନ୍ଧୁକ, ହରିଣ ଓ ସମ୍ବର ଶିଙ୍ଗ, କିଛି ଧନୁ ତୀର ଜବତ କରିଛି। ଗିରଫ ଶିକାରୀଙ୍କ ନାଁରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍‌ ସହ ବନ୍ଧୁକ ରଖିଥିବା ଅଭିଯୋଗରେ କଡ଼ା ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। କ୍ୟାମେରାରେ କଏଦ ହୋଇଥିବା ଅନ୍ୟ ୩ ଜଣ ଶିକାରୀ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରହିଛି। ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣ ଶିମିଳିପାଳ ଉପ ନିର୍ଦ୍ଦେଶକ ସମ୍ରାଟ ଗୈଡା।

ଏଆଇ କ୍ୟାମେରା ତଥ୍ୟ ଅନୁସାରେ ଗତ ୨୨ ତାରିଖରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ୩ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଉଦଳା ଥାନା ବଡଖମଣ ପଞ୍ଚାୟତ ଅନନ୍ତପୁର ଗାଁର ବୁଧୁରାମ ହାଁସଦା, ମୁନିରାମ ହେମ୍ବ୍ରମ ଓ ମାଧବ ସିଂଙ୍କୁ ଗିରଫ କରିଥିଲା ବନ ବିଭାଗ। ଏଥିସହ ସେମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ ଓ କିଛି ଶିକାର ସାମଗ୍ରୀ ଜବତ କରିଥିଲା।

ଅଧିକ ପଢ଼ନ୍ତୁ : ଆଗେଇ ଆସିଲେ ପୁଞ୍ଜିପତି, ନିବେଶ କରିବେ ଲକ୍ଷାଧିକ କୋଟି

Baripada Similipal National Park
Advertisment
Advertisment