Advertisment

Drone Spotted Srimandir: ଶ୍ରୀମନ୍ଦିର ନୀଳଚକ୍ର ଉପରେ ୨୫ ମିନିଟ୍‌ ଧରି ଉଡିଲା ଡ୍ରୋନ୍‌!

ଆଜି ଶ୍ରୀମନ୍ଦିର ଉପରି ଭାଗରେ ଉଡିଥିଲା ଡ୍ରୋନ୍‌। ପୋଲିସ୍‌ ଡ୍ରୋନ୍‌ଟିକୁ ଖସାଇବାକୁ ଚେଷ୍ଟା କରିଥିଲା। ହେଲେ ଡ୍ରୋନ୍‌ଟି ମେଘନାଦ ପାଚେରୀ, ଶ୍ରୀ ସେତୁ ଦେଇ ଦୃତ ଗତିରେ ପଳାଇ ଯାଇଥିଲା।

author-image
Manoranjan Sial
Puri

Puri

ପୁଣି ଶ୍ରୀମନ୍ଦିର ନିସିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍‌। ପ୍ରାୟ ୨୫ ମିନିଟ୍‌ ଧରି ଡ୍ରୋନ୍‌ଟି ଶ୍ରୀମନ୍ଦିର ନୀଳଚକ୍ର ଉପରିଭାଗ ଓ ପରିକ୍ରମା ମାର୍ଗରେ ପଇଁତରା ମାରିଥିଲା। ଡ୍ରୋନଟି କେଉଁଠାରୁ ଅପରେଟ ହେଉଥିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଡ୍ରୋନ୍‌ ଉଡାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସ୍‌ପି କହିଛନ୍ତି।

Advertisment

ଆଜି ଶ୍ରୀମନ୍ଦିର ଉପରି ଭାଗରେ ଉଡିଥିଲା ଡ୍ରୋନ୍‌। ପୋଲିସ୍‌ ଡ୍ରୋନ୍‌ଟିକୁ ଖସାଇବାକୁ ଚେଷ୍ଟା କରିଥିଲା। ହେଲେ ଡ୍ରୋନ୍‌ଟି ମେଘନାଦ ପାଚେରୀ, ଶ୍ରୀ ସେତୁ ଦେଇ ଦୃତ ଗତିରେ ପଳାଇ ଯାଇଥିଲା। ପୋଲିସ୍‌ ଡ୍ରୋନ୍‌ଟିକୁ ଧରିବାରେ ବିଫଳ ହୋଇଥିଲା। ସିସିଟିଭିରେ କଏଦ ହୋଇଥିବା ଭିଡିଓ ଫୁଟେଜ୍‌କୁ ନେଇ ପୋଲିସ୍‌ ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ପୁରୀ ଏସ୍‌ପି ବିନୀତ ଅଗ୍ରୱାଲ୍‌ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଯିଏ ଏପରି କାର୍ଯ୍ୟ କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଧିପ ପଢ଼ନ୍ତୁ: ଓଡ଼ିଶା ହେବ IT ହବ୍; ରେଳ ଓ ଟେଲିକମ ସେକ୍ଟରରେ ହେବ ବଡ଼ ନିବେଶ

ସୂଚନାରୁ ପ୍ରକାଶ ଗତ ୫ ତାରିଖ ଭୋର୍‌ ୪.୧୦ ମିନିଟ୍‌ ସମୟରେ ଏକ ଡ୍ରୋନ୍‌ ଶ୍ରୀମନ୍ଦିର ଉପରେ ଉଡିଥିଲା। ଡ୍ରୋନ୍‌ଟି ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ପତିତପାବନ, ମେଘନାଦ ପାଚେରୀ ଉପରେ ଉଡିଥିଲା। ପରେ ଶ୍ରୀ ସେତୁ ଦେଇ ପଳାଇ ଯାଇଥିଲା। କିଏ ସେହି ଡ୍ରୋନ୍‌ ଉଡାଉଥିଲା, ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଡ୍ରୋନ୍‌ ଉଡାଉଥିବା ବ୍ୟକ୍ତିଙ୍କୁ ଧରିପାରିଲା ନାହିଁ ପୋଲିସ୍‌। ଏଥିସହ ଶ୍ରୀମନ୍ଦିର ଉପରେ ଉଡୁଥିବା ଡ୍ରୋନ୍‌ ସମ୍ପର୍କରେ ପତ୍ତା ପାଇଲାନି ପୋଲିସ୍‌। ବାରମ୍ୱାର ଏମିତି ଡ୍ରୋନ୍‌ ଉଡିବାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ଅଧିପ ପଢ଼ନ୍ତୁ:  ନିରଞ୍ଜନଙ୍କ ନିଦ ହଜାଇଲେଣି ଚୋର; ୩ ଦିନରେ ୨ଥର ପଶିଲେଣି

Puri
Advertisment
Advertisment