Advertisment

Niranjan Patnaik: ନିରଞ୍ଜନଙ୍କ ନିଦ ହଜାଇଲେଣି ଚୋର; ୩ ଦିନରେ ୨ଥର ପଶିଲେଣି

ରଞ୍ଜନଙ୍କ ଘରୁ ୫୦ ଲକ୍ଷ ନୁହେଁ, ଏହାଠାରୁ ବହୁ ଅଧିକ ମୂଲ୍ୟର ଗହଣାଗାଣ୍ଠି ଲୁଟ୍ ହୋଇଛି। ତେବେ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଘରେ ପଶି ଚୋର କଳାକନା ବୁଲାଇବା ଘଟଣା ସମସ୍ତଙ୍କୁ ଚକିତ କରୁଥିବାବେଳେ ପୋଲିସ କାହିଁକି ଏହାର ପର୍ଦ୍ଦାଫାସ୍ କରିପାରୁନି?

author-image
Sonali Ojha
ଅଦ୍ୟତନ ହୋଇଛି
undefined

Niranjan Patnaik

ଚୋରଙ୍କ ଦୌରାତ୍ମ୍ୟରେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କର ନିଦ ହଜିଗଲାଣି । ଏଥର ନିରଞ୍ଜନଙ୍କ ଘରେ ନୁହେଁ, ପୁଅ ନବଜ୍ୟୋତିଙ୍କ ନୟାପଲ୍ଲୀ N/25 ସ୍ଥିତ ଅଫିସରେ ଚୋରି ଉଦ୍ୟମ ହୋଇଛି। ସିସିଟିଭି ଫୁଟେଜରୁ ଚୋର ସଂପର୍କରେ ଜଣାପଡ଼ିବା ପରେ ପୋଲିସ ପହଞ୍ଚି ତାକୁ ଧରିଥିଲା। ହେଲେ ୨୫ ରାତିରେ ନିରଞ୍ଜନଙ୍କ ଘରେ ଓ ଗତ ରାତିରେ ପୁଅ ନବଜ୍ୟୋତିଙ୍କ ଅଫିସରେ ଚୋରର ଏଣ୍ଟ୍ରିକୁ ନେଇ ବଢ଼ିଛି ଚର୍ଚ୍ଚା। ଅପରପକ୍ଷେ, ପ୍ରଥମ ଘଟଣାର ଚୋର ଏଯାଏଁ ଧରା ପଡ଼ିନଥିବାରୁ ପୋଲିସର ପାରିବା ପଣିଆକୁ ନେଇ ବି ପ୍ରଶ୍ନ ଉଠୁଛି।

Advertisment

ଭୁବନେଶ୍ବର ନୟାପଲ୍ଲୀ ଅଂଚଳରେ ଚାଲିଛି କ’ଣ? କାହିଁକି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ବାରମ୍ବାର ପଶୁଛନ୍ତି ଚୋର? ପ୍ରଥମେ ୨୫ ବିଳମ୍ବିତ ରାତି, ଆଉ ଏବେ ୨୭ ରାତି। ପ୍ରାୟ ୪୮ ଘଣ୍ଟା ବ୍ୟବଧାନରେ ନିରଞ୍ଜନଙ୍କ ଘରେ ଓ ପୁଅ ନବଜ୍ୟୋତିଙ୍କ ଅଫିସରେ ଚୋର ପଶିଲେଣି। ସୌଭାଗ୍ୟକୁ ଏଥର ପୂର୍ବଥର ଭଳି ଟଙ୍କା କି ଗହଣାଗାଣ୍ଠି ଚୋରି ହୋଇନି। କିନ୍ତୁ ଚୋର ନିରଞ୍ଜନଙ୍କର ନିଦ ହଜାଇ ଦେଇଛନ୍ତି ।

ନୟାପଲ୍ଲୀ, ପ୍ଲଟ୍ ନମ୍ବର N/25। ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ଅଫିସରେ ସୋମବାର ରାତି ପ୍ରାୟ ୧୧ଟା ୩୫ ମିନିଟରେ ଚୋର ପଶିଛି । ସିସିଟିଭିରେ କଏଦ୍ ହୋଇଛି ଚୋରି ବେଳର ଦୃଶ୍ୟ । ମୁଣ୍ଡରେ କ୍ୟାପ୍ ଲଗାଇ ଚୋର ବୁଲୁଛି । N/25 ପ୍ଲଟକୁ ଲାଗି ଥିବା ଘରକୁ ମଧ୍ୟ ପଶିବାକୁ ଚେଷ୍ଟା କରିଛି। ଦୀର୍ଘ ସମୟ ଧରି ରେକି କରୁଥିବାର ଚିତ୍ର ସିସିଟିଭିରେ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ନିଜେ ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚି ଚୋରକୁ କାବୁ କରିଥିଲେ। ବାରମ୍ବାର ଏଭଳି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନିରଞ୍ଜନ।

Advertisment

ଅଧିକ ପଢ଼ନ୍ତୁ: ୫ ଲକ୍ଷର ଟଙ୍କାର ସୁନା ଅଳଙ୍କାର ଚଳୁ କରିଦେଲେ ଦୁର୍ବୃତ୍ତ, ସୁନା ସଫା କରିବାକୁ ଆସି ସୁନା ଲୁଟିନେଲେ..

ଜାନୁୟାରୀ ୨୫, ରାତି ପ୍ରାୟ ୨ଟା ୪୫ ମିନିଟ୍। ଘର ପଛପଟ ସରୁ ବାଟ ଦେଇ ନୟାପଲ୍ଲୀ ସ୍ଥିତ N/29 ପ୍ଲଟରେ ଥିବା ନିରଞ୍ଜନଙ୍କ ଘରୁ ଲୁଟ୍ ହୋଇଥିଲା । ଘର ବାହାରଠୁ, ଭିତର ଯାଏଁ ଲାଗିଥିବା ସିସିଟିଭିରେ ଲୁଟେରାର ଚିତ୍ର କଏଦ୍ ହୋଇଥିଲା । ଆଶ୍ଚର୍ଯ୍ୟର କଥା, ଲୁଟ୍ ପରେ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଥିବା ପୋଲିସ କହିଥିଲା, ଖୁବଶୀଘ୍ର ଚୋର ଧରାପଡ଼ିଯିବ। କିନ୍ତୁ ୨ ଦିନ ବିତିଗଲାଣି। ଆଉ ଏକ ଚୋରି ଉଦ୍ୟମ ବି ହେଲାଣି ନିରଞ୍ଜନଙ୍କ ପୁଅଙ୍କ ଅଫିସରେ। ଅଥଚ ପ୍ରଥମ ଘଟଣାରେ କମିଶନରେଟ୍ ପୋଲିସ ହାତ ଖାଲି। ୨ ଦିନ ବିତିଯାଇଥିଲେ ବି କାହିଁକି ଧରାପଡ଼ିନି ଚୋର ?

କୁହାଯାଉଛି, ନିରଞ୍ଜନଙ୍କ ଘରୁ ୫୦ ଲକ୍ଷ ନୁହେଁ, ଏହାଠାରୁ ବହୁ ଅଧିକ ମୂଲ୍ୟର ଗହଣାଗାଣ୍ଠି ଲୁଟ୍ ହୋଇଛି। ତେବେ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଘରେ ପଶି ଚୋର କଳାକନା ବୁଲାଇବା ଘଟଣା ସମସ୍ତଙ୍କୁ ଚକିତ କରୁଥିବାବେଳେ ପୋଲିସ କାହିଁକି ଏହାର ପର୍ଦ୍ଦାଫାସ୍ କରିପାରୁନି? ଏନେଇ ନାନା ପ୍ରଶ୍ନ ଭିତରେ ପୋଲିସ ବହୁ ପ୍ରଭାବଶାଳୀ ପଦକ୍ଷେପ ନେଇଛି, କିନ୍ତୁ ସବୁ ଚୋର କ’ଣ ଧରାପଡ଼ନ୍ତି କି ବୋଲି ପାଲଟା କହିଛନ୍ତି ନିରଞ୍ଜନ।

ଅଧିକ ପଢ଼ନ୍ତୁ: ବ୍ରହ୍ମପୁରରେ କଣ୍ଟ୍ରୋଲ ବାହାରେ ପୁରୁଣା ଅପରାଧୀ, ମାନୁ ନାହାଁନ୍ତି ଆଇନ କାନୁନ..

Commissionerate Police Niranjan Patnaik
Advertisment
Advertisment