/odishatv-khabar/media/post_attachments/uploadimage/library/16_9/16_9_0/Ganjam_1738081000.jpg)
Ganjam
କାହିଁକି କରିଥିଲେ ଅପହରଣ? କ’ଣ ଥିଲା କିଡନାପ୍ର ମୁଖ୍ୟ ଉଦ୍ଦେଶ୍ୟ? ଗଞ୍ଜାମ ଚିକିଟିରେ ୪ ଜଣଙ୍କୁ ଅପହରଣ ଘଟଣାରେ ଏବେ ମଧ୍ୟ ଲାଗି ରହିଛି ସସପେନ୍ସ। ଏହି କିଡନାପ୍ ହାଇଡ୍ରାମାର ଗୁମର ଖୋଲିବାକୁ ଚେଷ୍ଟା କରୁଛି ପୋଲିସ। ପୂରା ଘଟଣାରେ ସାମିଲ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫ ଜଣଙ୍କୁ ଚିହ୍ନଟ କରିସାରିଛି ବ୍ରହ୍ମପୁର ପୋଲିସ। ତେବେ ଘଟଣାରେ ପୃଥ୍ୱୀରାଜ ସାହୁ ନାମକ ଜଣେ ଅଭିଯୁକ୍ତ ଧରାପଡିଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି।। ସେମାନଙ୍କୁ ଧରିବା ପାଇଁ ୩ଟି ଟିମ ଗଠନ ହୋଇଥିବା ବ୍ରହ୍ମପୁର ଏସ୍ପି ଶର୍ବଣା ବିବେକ ଏମ୍ କହିଛନ୍ତି। ସମସ୍ତଙ୍କୁ ଗିରଫ ପରେ ପୂରା ନାଟକର ସତ ସାମ୍ନାକୁ ଆସିବ।
ଅନ୍ୟପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଘଟଣା ଘଟିଥିବା ସ୍ଥାନରେ ଗଞ୍ଜେଇ ଚାଷ ହେଉଥିବା ଜଣାପଡ଼ିବା ପରେ ବିଜେପି ସରକାରକୁ ଆକ୍ଷେପ କରିଛି ବିଜେଡି। ପୂର୍ବତନ ମନ୍ତ୍ରୀ ଉଷା ଦେବୀଙ୍କ ପୁଅ ତଥା ଗତ ନିର୍ବାଚନରେ ବିଜେଡି ଟିକେଟରେ ବିଧାୟକ ଭାବେ ଲଢିଥିବା ଶ୍ରୀରୁପ ଦେବ ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି। ଜବାବରେ ଚିକିଟି ବିଧାୟକ କହିଛନ୍ତି, ଗିରଫ ଅଭିଯୁକ୍ତ ଜଣକର ବିଜେଡି ସହ ଲିଙ୍କ ରହିଛି। ଏପଟେ ଗିରଫ ପୃଥ୍ୱୀରାଜର ଚିକିଟି ରାଣୀଙ୍କ ସମେତ ଅନ୍ୟ ବିଜେଡି ନେତାଙ୍କ ସହ ଥିବା ଫଟୋ ଭାଇରାଲ ହେଉଛି।
ଅଧିକ ପଢ଼ନ୍ତୁ: ସାପ ଦେଖାଇ ଡରାଉଥିଲେ... ବନ୍ଧୁକ ମୁନରେ ଧମକାଉ ଥିଲେ...
ଫାଇନାନ୍ସ କମ୍ପାନୀର ୪ ଜଣଙ୍କୁ ନାଗ ସାପ ଦେଖାଇ ଅପହର୍ତ୍ତାମାନେ ଅକଥନୀୟ ନିର୍ଯାତନା ଦେଉଥିଲେ। ମୁଣ୍ଡ ଜାମିନ ରଖି ଦୁଇ କୋଟି ଟଙ୍କା ଦାବି କରୁଥିଲେ। ଏହି ଘଟଣାରେ ପୋଲିସ ଆକ୍ସନ ନେବା ଆରମ୍ଭ କରିଛି। ବନ୍ଧକ ରଖାଯାଇଥିବା ସ୍ଥାନରେ ଗଞ୍ଜେଇ ଚାଷକୁ ନେଇ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)