ଇଶରାତଙ୍କ ଦେହରେ ଗୁଳି ବାଜିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି। ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତେବେ ଏହି ଘଟଣା ପରଠାରୁ ଉକ୍ତ ପୋଲିସ୍ ଅଫିସର ଫେରାର୍ ଅଛନ୍ତି।
ସିମ୍ କାର୍ଡ ଟାର୍ଗେଟ୍ ପୂରଣ ପାଇଁ ଇଚ୍ଛୁକ ଗ୍ରାହକଙ୍କ ଠାରୁ ଏକାଧିକ ଥର ବାୟୋମେଟ୍ରିକ୍ ନେଇ ବ୍ୟକ୍ତି ଜଣକ ସିମ୍ କାର୍ଡ ଆକ୍ଟିଭେସନ କରି ଏହାକୁ ବିକ୍ରି କରୁଥିଲା ।
୪ ଦିନ ଧରି ଜାରି ରହିଛି ଆୟକର ବିଭାଗର ନନଷ୍ଟପ୍ ରେଡ୍ । ସମ୍ବଲପୁରରୁ ରାଉରକେଲା, ବଲାଙ୍ଗିରରୁ ସୁନ୍ଦରଗଡ଼ ପଶ୍ଚିମ ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ଠିକଣାରେ ଚାଲିଛି ଯାଞ୍ଚ, ଚଢ଼ାଉ ।
ମ୍ୟାନେଜରଙ୍କ ଘରୁ କେତେ ଟଙ୍କା ଜବତ ହୋଇଛି, ତାହା ଗଣତି ପରେ ସ୍ପଷ୍ଟ ହେବ । ଆୟକର ଓ ବ୍ୟାଙ୍କ୍ ଅଧିକାରୀଙ୍କ ପାଇଁ ଟଙ୍କା ଗଣତି ବି କାଠିକର ପାଠ ହୋଇଛି ।
ଦିନକୁ ଦିନ ବୃଦ୍ଧି ପାଉଥିବା ଦୁର୍ନୀତି ସାରା ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏହାକୁ ରୋକିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଉଛି। ତେବେ ଆସନ୍ତୁ ଏହାକୁ ରୋକିବା ନେଇ କେତେକେ ପଦକ୍ଷେପ ବିଷୟରେ ଜାଣିନେବା।
ଯେତେ ଖୋଳିଲେ, ସେତେ ବାହାରୁଛି । ଯେତେ ଗଣିଲେ, ସେତେ ଲମ୍ବୁଛି । ମଦ ବ୍ୟବସାୟୀଙ୍କ ସାମ୍ରାଜ୍ୟ ଉପରେ ଆଇଟି ରେଡ୍ ।
ଚେତାବନୀ ଶୁଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଡ଼ାଗଣ୍ଡା କରି ଆଦାୟ କରାଯିବ ଜନତାଙ୍କଠୁ ଲୁଟ୍ ଟଙ୍କା କହିଲେ ପ୍ରଧାନମନ୍ତ୍ରୀ ।
ବାଲିଯାତ୍ରା ପାଇଁ ହୋଇଥିବା ଅସ୍ଥାୟୀ କେବଳ ବାଉଁଶ ଓ କାଗଜ ବୋର୍ଡରେ ତିଆରି ହୋଇଥିବା ତୋରଣର ମୂଲ୍ୟ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜାଣନ୍ତୁ..
ଜଜ୍ ବିଦେଶକୁ ଯାଇଥିବା ବେଳେ ତାଙ୍କ ଘରକୁ ବି ଛାଡିଲେନି ଅପରାଧୀ ।
ଆଇନ କାନୁନ୍ ତା ବାଟରେ ଲୋକେ ତାଙ୍କ ବାଟରେ । ଯୌତୁକ ଆକାରରେ ବରକୁ କମ୍ ପଡିଲା ୫୦ ଲକ୍ଷ ଟଙ୍କା, କାର୍ ଓ ୪୦ ଭରି ସୁନା । ନିରାଶ ହୋଇ ଜୀବନ ହାରିଦେଲା କନିଆଁ । ସେ ପୁଣି ପିଜି କରୁଥିବା ଡାକ୍ତର ଛାତ୍ରୀ । କେରଳରେ ଏଭଳି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ।
ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ମଦ ବ୍ୟବସାୟୀଙ୍କ ଆୟକର ଫାଙ୍କି ଧରିବାକୁ ଆସିଥିବା ଅଧିକାରୀ ବିପୁଳ ପରିମାଣର ଟଙ୍କାର ସନ୍ଧାନ ପାଇଛନ୍ତି ।
ବର୍ତ୍ତମାନ QR କୋଡ୍ ସ୍କାମ୍ ବୃଦ୍ଧି ପାଇବାରେ ଲାଗିଛି। ସ୍କାମର୍ମାନେ QR କୋଡ୍ ବ୍ୟବହାରର ସହଜରେ ଲାଭ ଉଠାଉଛନ୍ତି। ଏହା କରି ସେମାନେ ବ୍ୟବହାରକାରୀଙ୍କୁ ଫିସିଂ ସାଇଟ୍କୁ ନିର୍ଦ୍ଦେଶ ଦିଅନ୍ତି ଏବଂ ସେମାନଙ୍କ ସମ୍ବେଦନଶୀଳ ତଥ୍ୟ ଚୋରି କରିବାର ଫାଇଦା ଉଠାନ୍ତି।
ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଡିଲେଶ୍ୱରଙ୍କ ମୃତ୍ୟୁ ହୋଇଛି। ପୋଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତ କରୁଛି। ଘଟଣାରେ ୪ ଅଭିଯୁକ୍ତ ସଂପୃକ୍ତ ଥିବା ଜଣାପଡ଼ିଥିବା ବେଳେ ଜଣକୁ ଅଟକ ରଖିଛି ପୋଲିସ ।
ବିଡା ବିଡା ନୋଟ୍ ଥାକ ମାରି ଥୁଆ ହୋଇଛି । ଶହେ, ଦୁଇ ଶହ, ପାଂଚ ଶହ ଟଙ୍କିଆ ନୋଟରେ ଭର୍ତ୍ତି ଆଲମାରି । ଆଲମାରୀ ତ ନୁହେଁ, ଟଙ୍କାର ଭଣ୍ଡାର । ଆଉ ଏହି ଭଣ୍ଡାର ମିଳିଛି ଦେଶୀ ମଦ ଭାଟିରୁ । ବଲାଙ୍ଗୀର ସୁଦପଡା ମଦ ଭାଟିରେ ରେଡ୍ ବେଳେ ଆୟକର ବିଭାଗ ହାତରେ ଲାଗିଛି ଟଙ୍କା ଭର୍ତ୍ତି ସିନ୍ଦୁକ । ଯାହାକୁ ଦେଖି ତାଜୁବ ଆୟକର ଟିମ୍ ।
ଶହେ, ଦୁଇ ଶହ, ପାଂଚ ଶହ ଟଙ୍କିଆ ନୋଟରେ ଭର୍ତ୍ତି ଆଲମାରି । ଆଲମାରୀ ତ ନୁହେଁ, ଟଙ୍କାର ଭଣ୍ଡାର । ଆଉ ଏହି ଭଣ୍ଡାର ମିଳିଛି ଦେଶୀ ମଦ ଭାଟିରୁ ।
ବାହାଘର ଭୋଜି ହୋଇଛି ରକ୍ତରଞ୍ଜିତ । ଅଇଁଠା ପ୍ଲେଟ ନେଉଥିବା ବେଳେ କିଛି ଅତିଥିଙ୍କ ଦେହରେ ବାଜିବାରୁ ଘଟିଛି ଅଘଟଣ ।
ବଲାଙ୍ଗିରରେ ଆୟକର ଫାଙ୍କି ଅଭିଯୋଗରେ ଚଢ଼ାଉ...ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀ ଅଫିସରେ ରେଡ୍...ଆଲମିରା ଭିତରେ ଥାକମାରି ରଖାଯାଇଥିଲା ୨୦୦ କୋଟି... ମଦ ପ୍ରସ୍ତୁତକାରୀ କଂପାନୀ ଉପରେ ବଡ଼ ଧରଣର ରେଡ୍ ...
ରାଜଧାନୀରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍ । ପାର୍ବଣ ବେଳେ ଲୁଟିଲେ, ଏବେ ବିବାହ ଋତୁକୁ ଟାର୍ଗେଟ୍ । ଘରେ କଳା କନା ବୁଲାଉଛନ୍ତି ଏହି ଗ୍ୟାଙ୍ଗର ସଦସ୍ୟ । ସପ୍ତାହକ ଭିତରେ ସାମ୍ନାକୁ ଆସିଲାଣି ୭ଟି ମାମଲା । ଅପରାଧ ସମୀକ୍ଷା ବୈଠକରେ ସମସ୍ତ ଥାନା ଅଧିକାରୀଙ୍କୁ ତାଗିଦ କରିବା ସହ ଗ୍ୟାଙ୍ଗକୁ କିପରି କାବୁ କରିହେବ ଟିପ୍ସ ଦେଇଛନ୍ତି ଡିସିପି ।
ରାଜଧାନୀରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍ । ପାର୍ବଣ ବେଳେ ଲୁଟିଲେ ଏବେ ବିବାହ ଋତୁକୁ ଟାର୍ଗେଟ୍ ।
ରାଜ୍ୟରେ ବଡ଼ଧରଣର ଆଇଟି ରେଡ୍ । କୋଲକାତା ଓ ରାଞ୍ଚିରେ ମଧ୍ୟ ଆୟକର ବିଭାଗ ଚଢ଼ାଉ କରିଥିବା ସୂଚନା ମିଳିଛି ।
ଆଦିତ୍ୟ କୁମାର ଏକ ନକଲି ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍ରେ ଜଣେ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଫଟୋ ଲଗାଇଥିଲେ। ପରେ ପରେ ଏହି ଆକାଉଣ୍ଟ ଜରିଆରେ ସେ ତାଙ୍କ କାରନାମା ଆରମ୍ଭ କରିଥିଲେ।
ଲୁଟ୍ ସମୟର ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି । ଯେଉଁଥିରେ ମହିଳା ଜଣକ ଗେଟ୍ ଭିତରେ ପଶୁଥିବା ଦେଖିବାକୁ ମିଳୁଛି ।
ପ୍ରତିଦିନ ରାଜ୍ୟରେ ୧୬ ଜଣ ଅପହରଣ ହେଉଛନ୍ତି, ଆଉ ନିଖୋଜ ହେଉଛନ୍ତି ୫୧ ଜଣ। ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ- NCRBରୁ ମିଳିଛି ଏଭଳି ଆଖି ତରାଟିଲା ଭଳି ତଥ୍ୟ।
ରାଷ୍ଟ୍ରୀୟ ରାଜପୁତ କରନୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ଆଜି ରାଜସ୍ଥାନ ଜୟପୁରରେ ଗୁଳି କରି ହତ୍ୟା କରାଯାଇଛି । ଏହି ଗୁଳିମାଡ଼ ଘଟଣାରେ ତାଙ୍କର ଦୁଇ ଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି ।
ଆମେ ବି ଯେତେବେଳେ ଏମିତି ଖବରଟିଏ ଶୁଣିଲୁ ଆମକୁ ବି ସହଜରେ ବିଶ୍ୱାସ ହୋଇନଥିଲା । ଆଉ ଖୁବ୍ ହସ ଲାଗିଥିଲା । ଏମିତି ଘଟଣା ଦେଖିବାକୁ ମିଳିଛି ‘ୱାଶିଂଟନ୍ ଡିସି’ରେ ।