• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ବିମାନ ଭିତରେ ଯାତ୍ରୀଙ୍କ ଦୁର୍ବ୍ୟବହାର । ବିମାନ ବିଳମ୍ବ କାରଣରୁ ପାଇଲଟକୁ ପିଟିଲେ ଜଣେ ଯାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଇଣ୍ଡିଗୋ ବିମାନରେ । ବିମାନଟି ବିଳମ୍ୱରେ ଉଡାଣ କରିବା ନେଇ ଘୋଷଣା କରିଥିଲେ ପାଇଲଟ୍ । ହେଲେ ଏଥିରେ ଉତ୍ତକ୍ଷୀପ୍ତ ହୋଇ ଜଣେ ଯାତ୍ରୀ ସିଧା ପାଇଲଟଙ୍କ ନିକଟକୁ ଯାଇ ତାଙ୍କୁ ଚାପୁଡା ମାରିଥିଲେ । ବିମାନ ପରିଚାରିକା ସଂପୃକ୍ତ ଯାତ୍ରୀଙ୍କ ଏଥିରୁ ନିବୃତ୍ତ କରିବା ସହ ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ।

ଦେଖନ୍ତୁ କିଭଳି ହଳଦିଆ ଡ୍ରେସ ପିନ୍ଧିଥିବା ଯୁବକ ଜଣଙ୍କ ନିଜ ସିଟରୁ ଉଠି ପାଇଲଟଙ୍କୁ ନିକଟକୁ ଯାଉଛନ୍ତି । ଆଉ ତାପରେ ନିର୍ଧୂମ ମାଡ ମାରି ଚାଲିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହେଲେ ଏହା କେଉଁ ସ୍ଥାନରେ ଓ କେବେ ତାହା ସ୍ପଷ୍ଟ ହୋଇନି ।

ଇଣ୍ଡିଗୋ ବିମାନ (6E-2175) ଦିଲ୍ଲୀରୁ ଗୋଆ ଅଭିମୁଖେ ଯାତ୍ରା କରିବାରେ ଥିଲା । ହେଲେ ଖରାପ ପାଗ ବା କୁହୁଡ଼ି ଯୋଗୁଁ ଉଡ଼ାଣ ଭରିବାରେ ବିଳମ୍ବ ହୋଇଥିଲା । ଯାହାକୁ ନେଇ ଯାତ୍ରୀ ଜଣକ ଖୁବ୍‌ ରାଗିଯିବା ସହ ପାଇଲଟ୍‌ଙ୍କୁ ମାଡ଼ ମାରିଥିବା ଜଣା ପଡ଼ିଛି । ଯାତ୍ରୀ ଜଣକଙ୍କ ନାଁ ସାହିଲ କାଟାରାୟା ବୋଲି ଜଣାପଡିଛି । ତେବେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ତଦନ୍ତ ମଧ୍ୟ ଜାରି ରହିଛି ।

ତେବେ ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଲାଗି ରହିଛି । ଅନେକ ୟୁଜର୍ସ ଏହି ଘଟଣାକୁ ନାପସନ୍ଦ କରିବା ସହିତ ଏହାକୁ ନିନ୍ଦା କରିଛନ୍ତି । କିଛି ୟୁଜର୍ସ ନିଜର ମତାମତ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି ।