• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅପହରଣ ସନ୍ଦେହରେ ସାଧୁଙ୍କୁ ପ୍ରବଳ ମାଡ଼ । ଆଉ ପରେ ଏହି ଘଟଣାକୁ ନେଇ ୧୨ ଜଣଙ୍କୁ ବାନ୍ଧିଲା ପୋଲିସ । ଗତ ଗୁରୁବାର ଦିନ ଏହି ଘଟଣା ଘଟିଥିବାବେଳେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ସେହି ସମୟର ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଆଉ ଘଟଣାରେ ଜୋରଦାର ତଦନ୍ତ କରୁଛି ପୋଲିସ ।

ଏପରି ଏକ ଅଭିଯୋଗ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରୁ ସାମ୍‌ନାକୁ ଆସିଛି । ଗଙ୍ଗାସାଗର ମେଳା ପାଇଁ ଉତ୍ତରପ୍ରଦେଶରୁ ତିନିଜଣ ସାଧୁ ଯିବା ସମୟରେ ଏହି ଘଟଣା ଘଟିଛି । ଗୁରୁବାର ଦିନ ସାଧୁମାନଙ୍କୁ ମାଡ଼ ମାରିବା ନେଇ ଅଭିଯୋଗ ହେବାପରେ ୧୨ଜଣଙ୍କୁ ପୋଲିସ ଗିରଫ କରିଛି । ସ୍ଥାନୀୟ ଲୋକ ସାଧୁମାନଙ୍କୁ ଅପହରଣକାରୀ ବୋଲି ସନ୍ଦେହ କରୁଥିଲେ । ତେଣୁ ସେମାନଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି । ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୋଲିସ କହିଛି ।

ସୂଚନା ମୁତାବକ ଜଣେ ବ୍ୟକ୍ତି ତାଙ୍କର ଦୁଇ ପୁଅଙ୍କ ସହ ମକର ସଂକ୍ରାନ୍ତି ପର୍ବ ପାଇଁ ଗଙ୍ଗାସାଗରକୁ ଯାଉଥିଲେ । ସଠିକ୍‌ ରାସ୍ତା ନଜାଣିବାରୁ ସାଧୁମାନଙ୍କୁ ପଚାରିଥିଲେ । ହେଲେ ଏହାକୁ ନେଇ କିଛି ସ୍ଥାନୀୟ ଲୋକମାନେ ସାଧୁଙ୍କୁ ସନ୍ଦେହ କରିବା ସହିତ ମାଡ଼ ମାରିଥିଲେ । ସେପଟେ ଏହି ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିଛି ।

ପୋଲିସ କହିଛି ଭାଷା ଅଲଗା କାରଣରୁ ଭୁଲ ବୁଝାମଣା ସୃଷ୍ଟି ହୋଇଛି । ସେପରି କିଛି ନୁହେଁ । ଭୁଲ ବୁଝାମଣା କାରଣରୁ ପିଲାମାନେ ଚିତ୍କାରକରି ଦୈଡ଼ି ଚାଲିଯାଇଥିଲେ । ତେଣୁ ସାଧୁମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ପୁରୂଲିଆ ପୋଲିସ ଅଧୀକ୍ଷକ ଅଭିଜିତ ବାନାର୍ଜୀ କହିଛନ୍ତି, ଏନେଇ ଏକ ମାମଲା ରୁଜୁ ହୋଇଛି । ତଦନ୍ତ ମଧ୍ୟ କରାଯାଉଛି । ଆକ୍ରମଣ କରିଥିବା ଆଉ କିଛି ଲୋକଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି ।

ଏହି ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ରହିଛି । ଭାରତୀୟ ଜନତା ପାର୍ଟି ଟିଏମ୍‌ସି ସରକାରକୁ ଟାର୍ଗେଟ୍‌ କରିଛି । ମମତା ଦିଦିଙ୍କ ସରକାରରକୁ ଏ କିପରି ଆଇନ୍‌ ଶୃଙ୍ଖଳା ବ୍ୟବସ୍ଥା ବୋଲି ପ୍ରଶ୍ନ ପଚାରିଛି । ତାହା ସହ ଅନେକ ପ୍ରଶ୍ନ କରିଛି ବିଜେପି । ସେପଟେ ଟିମ୍‌ସି ବିଜେପିର ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହିଛି ।