୫ ମାସ ଧରି ଭୁବନେଶ୍ବରିଆଙ୍କ ନିଦ ହଜାଉଥିଲେ। ଆପାର୍ଟମେଣ୍ଟରେ ପଶି ବେଧଡ଼କ ଲୁଟପାଟ୍ କରୁଥିଲେ ପାର୍ବଣ ପରଠୁ। କେଉଁ ଫ୍ଲାଟରୁ ସୁନା ଗହଣା ତ ଆଉ କେଉଁ ଫ୍ଲାଟରୁ ଟଙ୍କା ଲୁଟି ଖସିଯାଉଥିଲେ। ହେଲେ ଆଉ ଚାଲିଲାନି ବେଶୀ ଦିନ। ଶେଷରେ ୫ ମାସର କସରତ କରି କମିଶନରେଟ୍ ପୋଲିସ ଧରିଛି ନଅ ନଅ ଜଣ ଆପାର୍ଟମେଣ୍ଟ ଲୁଟେରାଙ୍କୁ।
ଦୁଇଟି ଯାକ ଲୁଟ୍ରେ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଥିବା ବେଳେ ଏଯାଏଁ କିନ୍ତୁ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।
ସିସିଟିଭି ଉପରେ ସ୍ପ୍ରେ ମାରି ଚକମା ଦେଲେ ଲୁଟେରା । ଲୁଟେରାଙ୍କ ଉତ୍ପାତରେ ନାକେଦମ୍ ରାଜଧାନୀବାସୀ ।
ରାଜଧାନୀରେ ଧରାପଡ଼ିଲେ ଲେଡି ଲୁଟେରା ଗ୍ୟାଙ୍ଗ। ମଲ୍ ଭିତରେ ପଶି ଶାଢ଼ୀ ଭିତରେ ଦାମୀ ସାମଗ୍ରୀ ଭର୍ତ୍ତି କରି ଏମାନେ ଲୁଟ୍ କରିଥାନ୍ତି।
ଭୁବନେଶ୍ୱରର ଗଜପତି ନଗର ଅଞ୍ଚଳରେ ଘଣ୍ଟାଏ ଭିତରେ ଜଣେ ଇଲେକ୍ଟ୍ରିକାଲ୍ କଣ୍ଟ୍ରାକ୍ଟରଙ୍କ ଅଫିସ୍ରେ ପଶି ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ସହ ସୁନା ଓ ରୁପା କଏନ ଲୁଟି ନେଇଛନ୍ତି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ଗଳି ରାସ୍ତାରେ ମହିଳା ଜଣଙ୍କ ଚାଲି ଚାଲି ଯାଉଥିବା ବେଳେ ମୁଖା ପିନ୍ଧା ଜଣେ ଲୁଟେରା ତାଙ୍କୁ ଫଲୋ କରି ବେକରୁ ଚେନ୍ ଛିଣ୍ଡାଇ ନେଇଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ଟାର୍ଗେଟ୍ କରି ଲୁଟ୍ କରୁଛନ୍ତି ଦୁର୍ବୃତ୍ତ। ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ଲଗାତାର ଭାବେ ଏଭଳି ଅପରାଧ ଘଟି ଚାଲିଛି।
ବିଭିନ୍ନ ହଷ୍ଟେଲ, ମେସ୍କୁ ଟାର୍ଗେଟ କରି ତାମିଲନାଡୁର ଏହି ଗ୍ୟାଙ୍ଗ ଭୁବନେଶ୍ୱରରେ ଚୋରି କରିବା ସହ ଆତଙ୍କ ଖେଳାଇଛନ୍ତି। ଆଉ ଧରାପଡ଼ିଗଲେ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଖାଇ ନାଟକ ଆରମ୍ଭ କରି ଦେଉଛନ୍ତି।
ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ଲୁଟ୍ ଲାଗି ସୁନା ଦୋକାନୀଙ୍କୁ ଫାୟାରିଂ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ରାଜଧାନୀରେ ମାତିଛି ଲୁଟେରାଙ୍କ ଆତଙ୍କ । ପୁଣି ଥରେ ବନ୍ଧୁକମୁନରେ ଲୁଟିଛନ୍ତି ସୁନା ଅଳଙ୍କାର । ଶତାବ୍ବୀ ନଗର ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ଗତକାଲି ରାତିରେ ଲୁଟି ନେଇଛନ୍ତି ୬ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ।
ରାଜଧାନୀରେ ଲୁଟେରା ଆତଙ୍କ । ନୟାପଲ୍ଲୀ ଅଞ୍ଚଳରେ ୩ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍ ।
ପୋଲିସ୍ ନକଲି, ହେଲେ ଲୁଟ୍ ଅସଲି। ନିଜକୁ ମିଛରେ ସ୍ପେଶାଲ୍ ସ୍କ୍ୱାଡ୍ ଷ୍ଟାଫ୍ର ପରିଚୟ ଦେଇ ରାଜଧାନୀ ଭୁବନେଶ୍ୱରର ଜଣେ ଯୁବକଙ୍କ ଠାରୁ ୮ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ସ୍ମାର୍ଟ ସିଟିରେ ସ୍ମାର୍ଟ ଲୁଟେରା। କେତେବେଳେ ଦୋକାନୀଙ୍କୁ ଚକ୍ମା ଦେଇ ଲୁଟ୍ ତ ଆଉ କେତେବେଳେ ଲିଫ୍ଟ ଦେଇ ଯାତ୍ରୀଙ୍କୁ ଲୁଟ୍। ଲିଫ୍ଟ ବାହାନାରେ ନିଶା ଦେଇ ଲୁଟେରାମାନେ ଜଣଙ୍କ ପରେ ଜଣଙ୍କୁ ଟାର୍ଗେଟ୍ କରି ଲୁଟ୍ କରି ଚାଲୁଛନ୍ତି।
ଭୁବନେଶ୍ୱରରେ ଏବେ ଅଭିନବ ଉପାୟରେ ଲୁଟ୍ କରୁଛନ୍ତି ଲୁଟେରା। ଦୋକାନୀଙ୍କୁ ଚକ୍ମା ଦେଇ ଲୁଟୁଛନ୍ତି ଲୁଟେରା। ଲୁଟ୍ ବେଳର ଭିଜୁଆଲ ସିସିଟିଭିରେ କଏଦ ହୋଇଛି।
ଲଗାତାର ୫ ଦିନ ଧରି ରାଜଧାନୀର ବିଭିନ୍ନ ଦୋକାନରୁ ଲୁଟି ନେଲେଣି ଲୁଟେରା । କେବେ ମେଡ଼ିସିନ ଦୋକାନ ତ, ଆଉ କେବେ ଗ୍ରୋସେରୀ ଦୋକାନ, ଏଥିପାଇଁ ରାଜଧାନୀର ବ୍ୟବସାୟୀମାନେ ଛାନିଆ ହୋଇପଡିଛନ୍ତି ।
ବ୍ୟାଟେରୀ ଦୋକାନ କ୍ୟାସ ବକ୍ସରୁ ଲୁଟେରା ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଗତ ୧୮ ତାରିଖରେ ଏହି ଲୁଟ୍ ହୋଇଥିବା ବେଳେ ଆଦି ଲୁଟ ବେଳର ସିସିଟିଭି ଫୁଟେଜ ଆସିଛି ।
ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା । ଇନଫୋସିଟି ଥାନା ଅ଼ଞ୍ଚଳର ଶିଖରଚଣ୍ଡୀ ବସ୍ତି ନକଟରେ ଥିବା ଏକ ବ୍ୟାଟେରୀ ଦୋକାନ କ୍ୟାସ ବକ୍ସରୁ ଲୁଟେରା ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ।
ରାଜଧାନୀରେ ମାତିଛନ୍ତି ଲୁଟେରା ।ଲକ୍ଷ୍ମୀସାଗର ଅଞ୍ଚଳ ଏକ ସୁନା ଦୋକାନ ସମ୍ମୁଖରୁ ଅଳଙ୍କାର ଥିବା ବ୍ୟାଗକୁ ଧରି ଚମ୍ପଟ ମାରିଛନ୍ତି ଲୁଟେରା ।
ଭୁବନେଶ୍ୱରରେ ମାତିଛନ୍ତି ହାଇଟେକ୍ ଲୁଟେରା। ହଟ୍କେ ଅନ୍ଦାଜରେ ଫିଲ୍ମ ଷ୍ଟାଇଲରେ କରୁଛନ୍ତି ଲୁଟ୍। ଗ୍ରାହକ ସାଜି ଆସୁଛନ୍ତି, ଆଉ କଳା କନା ବୁଲାଇ ଚାଲି ଯାଉଛନ୍ତି।
ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ପାର୍କିଂ ମାଫିଆ। ମନ ଇଚ୍ଛା ପାର୍କିଂ ଫି ଆଦାୟ କରୁଛନ୍ତି । ଆଉ ବିଏମସିର ଧାର୍ଯ୍ୟ ଫି’ ରୁ ଅଧିକ ଦେବାକୁ ମନାକଲେ, ଦେଖାଉଛନ୍ତି ନାଲି ଆଖି ।