ସଂପୃକ୍ତ ମହିଳା ଜଣକ ଗତ ୩ ତାରିଖରୁ ନିଖୋଜ ଥିବା ଅଭିଯୋଗ ହୋଇଥିଲା । ଏହାର କିଛିଦିନ ପରେ ଅର୍ଥାତ ୨୦ ତାରିଖରେ ମାଲଦା ନଦୀରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଥିଲା ମୃତଦେହ ।
କେନ୍ଦୁଝର ତୁରୁମୁଙ୍ଗା ଥାନା ମୁରୁସୁଆଁ ଗାଁର ଜ୍ଞାନେନ୍ଦ୍ର ସାହୁଙ୍କ ଡାକ୍ତର ପୁଅ ସଚିନଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି ମେଡ଼ିକାଲ କଲେଜ ହଷ୍ଟେଲ ରୁମରେ । ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିବାବେଳେ ପରିବାର ଲୋକଙ୍କ ଆଶଙ୍କା, ପୁଅକୁ ହତ୍ୟା କରାଯାଇଛି ।
ଜାମିନ ପାଇଥିବା ରମେଶଙ୍କ ପରିବାର ଲୋକେ ଅଭିଯୋଗ କରିବାରୁ ଦୁଇଦିନ ପରେ ତ୍ରୁଟି ସୁଧାରି, ପୋଲିସକୁ ଲଗେଇ ଗତକାଲି ସଂଧ୍ୟାରେ ପୁଣି ବଳାତ୍କାର ଅଭିଯୁକ୍ତ ରମେଶଙ୍କୁ ଭିତରକୁ ଆଣିଲେ, ଠକେଇ ଅଭିଯୁକ୍ତ ରମେଶଙ୍କୁ ଛାଡ଼ିଲେ । ଆଉ ଘଟଣା ସାମ୍ନାକୁ ଆସିବା ପରେ ଜେଲ୍ ବିଭାଗରେ ହଇଚଇ ।
କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କ ନାଁରେ ଚାର୍ଜଫ୍ରେମ ।
ବାରିପଦାରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ମାମଲାରେ ସନ୍ଦେହ ବଢ଼ିବାରେ ଲାଗିଛି। ଏହା ହତ୍ୟା ନା ଆତ୍ମହତ୍ୟା ? ତାହା ଏବେ ଯାଏ ସ୍ପଷ୍ଟ ହୋଇନାହିଁ।
ମୋବାଇଲ୍ ପାଇଁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ବିଷ ପିଇ ଦେଇଥିବା ଜଣାପଡ଼ିଛି। ସ୍କୁଲ୍ରୁ ଆସିବା ମାତ୍ରେ ପୁଅ ମୋବାଇଲ ଧରୁଥିବାରୁ ମାଆ ରାଗିକି ଗାଳି କରିଥିଲେ।
ବିଷ ପିଇଦେଲେ ଗଣଦୁଷ୍କର୍ମ ପୀଡ଼ିତା। ସମ୍ପୃକ୍ତ ନାବାଳିକାକୁ ପଞ୍ଚଲିଙ୍ଗେଶ୍ୱର ବୁଲିବା ପାଇଁ କହି ପ୍ରେମିକ ଘରୁ ଡାକି ନେଇଥିଲେ। ହେଲେ ପଞ୍ଚଲିଙ୍ଗେଶ୍ୱର ପରିବର୍ତ୍ତେ ଯୁବକ ଜଣକ ନାବାଳିକାଙ୍କୁ ଚାନ୍ଦିପୁର ନେଇ ଯାଇଥିଲେ।
ଝୁଲନ୍ତା ଅବସ୍ଥାରେ ଡାକ୍ତରଙ୍କ ମୃତଦେହ ଉଦ୍ଧାର। ଡାକ୍ତରୀ ପଢ଼ା ଶେଷ କରିବା ପରେ ସଚିନ ହାଉସ ସର୍ଜନ ଭାବେ ପିଆରଏମ୍ ମେଡ଼ିକାଲ କଲେଜରେ କାର୍ଯ୍ୟ କରୁଥିଲେ।
ମହିଳାମାନଙ୍କୁ ଦୁଷ୍କର୍ମ କରିବା ପରେ ବନ୍ଧୁକ ମୁନରେ ଡରାଇ ତାଙ୍କ ଦେହରୁ ଗହଣା ଖୋଲି ନେଇଥିଲେ । ଯାହାର ଦାମ୍ ୧୩ ହଜାର ଟଙ୍କା ହେବ ବୋଲି ଅଭିଯୋଗ ହୋଇଛି ।
ଏଡିଏମ୍ ଅଫିସରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ..ସେଞ୍ଚୁରୀ ପାର୍କରୁ ମିଳିଲା ସୁସ୍ମିତା ମିଂଜଙ୍କ ମୃତଦେହ
୨୦୨୦ରେ ନିଜ୍ଜାରକୁ ଆତଙ୍କବାଦୀ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଖଲିସ୍ଥାନ ଟାଇଗର ଫୋର୍ସ, ଯାହାକି ଶିଖ୍ସ ଫର ଜଷ୍ଟିସର SFJ ର ଏକ ଅଂଶ ନିଜ୍ଜାର ସଂଗଠନରେ ନିଯୁକ୍ତି ଓ ପ୍ରଶିକ୍ଷଣ ବ୍ୟବସ୍ଥାର ତଦାରଖ କରୁଥିଲା।
ପାରିବାରିକ କଳହକୁ ନେଇ ନିଶାଗ୍ରସ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କଲା । ସ୍ତ୍ରୀ ସୁବୁନି ଗଲା ଆରପାରିକୁ ଆଉ ହତ୍ୟାକାରୀ ସ୍ଵାମୀ ସନା ଗଲା ଜେଲ ।
ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ । ଏଚଆର୍ ହେଡ୍ ବୈଜୟନ୍ତି କରଙ୍କ ବିରୋଧରେ ବି ଅଭିଯୋଗ ହୋଇଛି ।
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ସମ୍ପର୍କରେ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚରାଯିବାରୁ ଭରା ସଭାରେ ଗଣ୍ଡଗୋଳ। ଆଉ ଏହାରି ଭିତରେ ସଭାସ୍ଥଳ ଛାଡ଼ି ଚାଲି ଯାଇଥିଲେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ।
ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନକାଉଣ୍ଟର କରାଯାଇଛି ।
ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ଜୀରା ବ୍ରିଜ୍ ତଳେ ଗତ ୬ ତାରିଖ ଦିନ ସକାଳୁ ନଦୀ ପଠାରେ ପଡ଼ିଥିଲା ଜଣେ ମହିଳାଙ୍କ ମୃତ ଦେହ । ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଲେ ।
ବୁଧବାର ବିଳମ୍ବିତ ରାତିରେ ଉଭୟଙ୍କ ବଚସା ଉଗ୍ରରୂପ ଧାରଣ କରିଥିଲା । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଖୁବ୍ ବଚସା ହେବାପରେ ପତ୍ନୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ନାରାୟଣ ।
ପୂର୍ବରୁ ଯାତ୍ରାରେ ଅଭିନୟ କରୁଥିବା ଇରାନୀ ପରେ ପାଲଟି ଯାଇଥିଲା ହନିଟ୍ରାପ୍ କୁଇନ । ନିଜ ଅଭିନୟ ଜାଲରେ ଫସାଇବା ପାଇଁ ବିଛାଇଥିଲା ମାୟାଜାଲ । ଇରାନୀ ଗ୍ରୁପ୍ ର ଅଧିକ ଗୁମର ଖୋଲିବା ପାଇଁ ସ୍ୱାମୀ ନିଶିକାନ୍ତ ପାତ୍ରଙ୍କୁ ରିମାଣ୍ଡରେ ଆଣିବ ତମାଣ୍ଡୋ ପୋଲିସ ।
ପୂର୍ବରୁ ଯାତ୍ରାରେ ଅଭିନୟ କରୁଥିବା ଇରାନୀ ପରେ ପାଲଟି ଯାଇଥିଲା ହନିଟ୍ରାପ୍ କୁଇନ । ନିଜ ଅଭିନୟ ଜାଲରେ ଫସାଇବା ପାଇଁ ବିଛାଇଥିଲା ମାୟାଜାଲ । ଇରାନୀ ଗ୍ରୁପ୍ ର ଅଧିକ ଗୁମର ଖୋଲିବା ପାଇଁ ସ୍ୱାମୀ ନିଶିକାନ୍ତ ପାତ୍ରଙ୍କୁ ରିମାଣ୍ଡରେ ଆଣିବ ତମାଣ୍ଡୋ ପୋଲିସ ।
ପ୍ରଥମେ ଡାକ୍ତରଙ୍କୁ ହନିଟ୍ରାପ୍ରେ ଫଶାଇ ଅପହରଣ କରି ଲୁଟ୍ କରିଥିବା ଖବର ସାମ୍ନାକୁ ଆସିବା ପରେ ଏବେ ଜଣାପଡ଼ିଛି, ଆଉ ଏକ ହନିଟ୍ରାପ୍ କାହାଣୀ ।
ଭୟଭୀତ ହୋଇ ବିଧାୟକ ଥାନାରେ ଏତଲା ଦେଇଥିଲେ ।
ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଜେରା କରିବ ଓଡ଼ିଶା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ। ୧ ହଜାର କୋଟି ଅନ୍ଲାଇନ୍ ପଞ୍ଜି ସ୍କାମ୍ ମାମଲାରେ ହେବ ଜେରା।
ବିଜେଡି ନେତା ମଧୁସୂଦନ ବିଷୋୟୀଙ୍କ ହତ୍ୟାର ଅଭିଯୁକ୍ତ ସରପଞ୍ଚଙ୍କୁ ଗିରଫ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସରପଞ୍ଚ ଏହି ଘଟଣା ଘଟାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।
ଖାଲି ସ୍ୱାମୀ ନୁହେଁ ଅପହରଣ ପାଇଁ ପ୍ରସ୍ତୁତ କରାଯାଇଥିଲା ଏକ ସ୍ୱତନ୍ତ୍ର କିଡ୍ନାପିଙ୍ଗ୍ ଟିମ୍ । ଯେଉଁଥିରେ ମାଷ୍ଟର ମାଇଣ୍ଡ ପତି ପତ୍ନୀଙ୍କ ବ୍ୟତୀତ ଆଉ ୪ ଜଣ ସହଯୋଗୀ ବି ସାମିଲ ଥିଲେ ।
ବ୍ରିଜ୍ ତଳକୁ ଡେଇଁବା ପୂର୍ବରୁ ସେ କାହା ସହ ଫୋନରେ କଥା ହେଉଥିବା କୁହାଯାଉଛି । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇଁ ବ୍ରିଜ୍ ଉପରେ ପହଞ୍ଚିଥିଲା ଅଗ୍ନିଶମବାହିନୀର ଟିମ୍ ।