• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆପଣ ସରକାରୀ ଚାକିରି କରିଛନ୍ତି, କିନ୍ତୁ ବାହା ହୋଇନାହାଁନ୍ତି କି ? ତେବେ ହୋଇପାରନ୍ତି ଅପହରଣର ଶିକାର। ଏକଥା ଆମେ କହୁନୁ ବିହାରରେ ଏଭଳି ଘଟଣା ବାରମ୍ବାର ଘଟୁଛି। ଗତ ମାସରେ ଜଣେ ସରକାରୀ ଶିକ୍ଷକଙ୍କୁ ଅପହରଣ ପରେ ବଳପୂର୍ବକ ଜଣେ ଯୁବତୀଙ୍କ ସହ ବାହା କରି ଦିଆଯାଇଥିଲା ।

ଏହି ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ଗତ ଶୁକ୍ରବାର ଦିନ ଏହି ଘଟଣାର ପୁନରାବୃତ୍ତି ଘଟିଛି । ମୁକେଶ କୁମାର ନାମକ ଜଣେ ଶିକ୍ଷକଙ୍କୁ ସମାନ ଢଙ୍ଗରେ ଅପହରଣ କରାଯାଇ ବାହା କରିଦିଆଯାଇଛି। ବିଶେଷ କରି କନ୍ୟାପିତାମାନେ ସରକାରୀ ବରକୁ ଅଧିକ ପସନ୍ଦ କରୁଥିବାରୁ ଏଭଳି ଘଟଣା ଘଟୁଥିବା କୁହଯାଉଛି । 

ତେବେ ଏହି ବିବାହ ପରେ ମୁକେଶ କୁମାର କହିଛନ୍ତି, ମୁଁ ଏହି ବିବାହରେ ଜମା ରାଜି ନାହିଁ । ସୁଯୋଗ ମିଳିଲେ ମୁଁ ଅନ୍ୟତ୍ର ବିବାହ କରିବି । ସୂଚନାଯୋଗ୍ୟଯେ ମୁକେଶ କୁମାର ନିକଟରେ ବିହାର ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷା ଦେଇ ପାସ୍ କରିବା ପରେ ସରକାରୀ ଶିକ୍ଷକ ଚାକିରି ପାଇଛନ୍ତି । 

ନିକଟରେ ମୁକେଶଙ୍କର ଜଣେ ବଂଧୁଙ୍କୁ ମଧ୍ୟ ଏଭଳି ଢଙ୍ଗରେ ବାହା କରିଦିଆଯାଇଥିଲା। ଅନ୍ୟପକ୍ଷରେ ଏହି ବିବାହରେ ମୁକେଶ ଆରାଜି ବୋଲି ଜାଣିବା ପରେ ସଂପୃକ୍ତ କନ୍ୟା ମୁହଁ ଖୋଲିଛନ୍ତି । 

ସେ କହିଛନ୍ତି, ଚାକିରି କରିବା ଆଗରୁ ମୁକେଶ ତାଙ୍କ ସହ ସଂପର୍କ ରଖିଥିଲେ । କିନ୍ତୁ ଏବେ ଚାକିରି କରିବା ପରେ ଆଉ ଧରାଛୁଆଁ ଦେଉନଥିଲେ । ସୁତରାଂ ବାଧ୍ୟ ହୋଇ ତାଙ୍କ ପରିବାର ଲୋକ ଏଭଳି ପନ୍ଥା ଆପଣାଇଥିବା ସେ କହିଛନ୍ତି ।  ତେବେ ଏହା ଗୋଟିଏ ଘଟଣା ନୁହେଁ, ବିହାରରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି ।