ପାରିବାରିକ ଝଗଡ଼ାରୁ ରାଗରେ ନିଜକୁ ନିଜେ ଜାଳିଦେଲା । ଭୁବନେଶ୍ୱର ବଡ଼ଗଡ଼ ଥାନା କେଶୁରା ଗାଁରେ ଲୋମହର୍ଷକ ଘଟଣା ଘଟିଛି । ସିସିଟିଭିରେ କଏଦ ହେଲା ଭିଜୁଆଲ ।
ପ୍ରେମିକାର ସନ୍ଦେହ କରି ତାଙ୍କ ତଣ୍ଟି ଚିପି ହତ୍ୟା କରି ମୃତଦେହକୁ ଟ୍ରଲି ବ୍ୟାଗ୍ରେ ପୁରାଇ ମୁମ୍ବାଇରେ ଏଣେତେଣେ ବୁଲିଥିଲା ଅଭିଯୁକ୍ତ ପ୍ରେମିକ ।
କୋର୍ଟ ଅନୁମତି ପରେ ବି ଛାଡ଼ୁନଥିଲେ ଜବତ ଗାଡ଼ି….ବୌଦ୍ଧ ଜିଲ୍ଲା ବାଉଁସୁଣି ଥାନାର SI ବିକ୍ରମ କିଶୋର ଦେହୁରୀ …
ମୁମ୍ବାଇ କୁର୍ଲା ରେଲ୍ୱେ ଷ୍ଟେସନରୁ ଏକ ଟ୍ରଲି ବ୍ୟାଗ୍ରୁ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ପୂର୍ବରୁ ଏହି ମାମଲାରେ ଇଡି ଉଭୟ ରାହୁଲ ଓ ସୋନିଆଙ୍କୁ ପଚରାଉଚରା କରି ସାରିଛନ୍ତି।
କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, ମଧୁସ୍ମିତା ଦାସ ଓ ତାଙ୍କ ସ୍ୱାମୀ ସପନ କରଙ୍କ ଦାଂପତ୍ୟ ଜୀବନରେ ସୁଖ ନଥିଲା । ଦୁହେଁ ୫ ବର୍ଷ ତଳେ ବିବାହ କରିଥିଲେ, କିନ୍ତୁ ପାରିବାରକ କଳହ କାରଣରୁ ୩ ବର୍ଷ ହେଲା ଅଲଗା ଅଲଗା ରହୁଥିଲେ ।
ଡାଲି ବଦଳରେ ଚାରୁ ପାଣି ଦିଆଯାଉଛି । ପ୍ରତିବାଦ କଲେ ହଷ୍ଟେଲରୁ ବାହାର କରିଦେବାକୁ ଧମକ ଦିଆଯାଉଥିବା ପିଲାମାନେ ଅଭିଯୋଗ କରିଛନ୍ତି।
କୌଣସି ବିବାଦରୁ ୨ ବର୍ଷ ହେଲା ମହିଳା ଜଣକ ତାଙ୍କ ଗାଁରେ ରହୁଥିଲେ । ପ୍ରତିପୋଷଣ ପାଇଁ ଗତ ସପ୍ତାହେ ହେଲା ସମ୍ପୃକ୍ତ ମହିଳା ଚାକିରି କରୁଥିଲେ ।
ପ୍ରେମ ଯେତେବେଳେ ତିକ୍ତତାର ନିଆଁରେ ହୁଏ ଦଗ୍ଧ, ପ୍ରେମରୁ ଯେତେବେଳେ ଫୁଟେ ଆକ୍ରୋଶର ଲାର୍ଭା, ସେତେବେଳେ ଛୁରୀ ମାଡ଼ କରିବାକୁ ପଛାଏ ନାହିଁ ମନର ମଣିଷ ।
ପଦ୍ମକେଶରୀପୁର ହିଂସା ପଛର କାରଣ ଖୋଜିବାକୁ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ ପରେ ଏବେ ଏଭଳି ନୂଆ ଥିଓରୀ ସାମ୍ନାକୁ ଆଣିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ନୂଆ ଥିଓରୀ ଆଣି ବିଜେଡିକୁ ଘେରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଲୋକେ ବଖାଣିଲେ ଦୁର୍ଦ୍ଦଶା, କିଛି ଜାଣିନି କହି ଏଡ଼ାଇଗଲେ ବିଧାୟକ ସୁଶାନ୍ତ ।
ଶୁଭଲକ୍ଷ୍ମୀ ସାହୁ ସନ୍ଦେହଜନକ ମୃତ୍ୟୁ ମାମଲାରେ NHRC ନୋଟିସ୍....୮ ସପ୍ତାହ ଭିତରେ ମାମଲାର ତଦନ୍ତ ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ....
ପୂର୍ବରୁ ଏ ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଭଳି ସଂଗୀନ ଦଫା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାରେ ଫସିଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା।
ଆଜି କାଲି ଟେଲିଗ୍ରାମ ପାର୍ଟ ଟାଇମ୍ ଜବ୍ ଫ୍ରଡ୍ ସୀମା ଟପିଲାଣି। ଆଜି ଏ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିବା । ଏହି ଫ୍ରଡ ଆରମ୍ଭ ହୁଏ what's app ଚାଟ୍ରୁ।
କଳାହାଣ୍ଡି କେସିଙ୍ଗା ଉତକେଲା ଜୁନିୟର୍ କଲେଜର ଏହି ୪ ଛାତ୍ରଙ୍କୁ ଜଣେ ପୂର୍ବତନ ଛାତ୍ର ବିଚ୍ ରାସ୍ତାରେ ମାଡ଼ ମାରିଛନ୍ତି। ବିନା କାରଣରେ ରାସ୍ତାରୁ ଡାକି ପିଟିଛନ୍ତି। କେବଳ ମାଡ଼ ନୁହେଁ ଗାଳି ଗୁଲଜ କରିବା ସହ ୪ ଜଣ ଛାତ୍ରଙ୍କୁ ସିଗାରେଟ୍ ମଧ୍ୟ ପିଆଇଛନ୍ତି।
ମୃତଦେହରୁ ତାଡ଼ି ନେଇଗଲେ କିଡନୀ ସହ ଆଖି ! ଏଭଳି ଅଭିଯୋଗ କୌଣସି ଉପାନ୍ତ ଅଞ୍ଚଳରୁ ଆସି ନାହିଁ ବରଂ ରାଜଧାନୀ ଭୁବନେଶ୍ୱରରୁ ଆସିଛି ।
ଜଣେ ଯୁବ ଡାକ୍ତର ବ୍ରାଉନ ସୁଗାର କାରବାରରେ ଗିରଫ ହେବା ଘଟଣା ସାରା ଯାଜପୁରବାସୀଙ୍କୁ ଚକିତ କରିଛି। ତେଣେ ଗିରଫ ଡେଣ୍ଟିଷ୍ଟଙ୍କ କ୍ଲିନିକ୍ ପଂଜୀକୃତ ହୋଇନଥିବା ଜଣାପଡ଼ିବା ପରେ ତାକୁ ବନ୍ଦ କରିଦିଆଯାଇଥିବା କହିଛନ୍ତି ଯାଜପୁର ସିଡିଏମଓ।
ଖୋଳତାଡ଼ବେଳେ ମହାବୀର ନଗରରେ ଡେଣ୍ଟାଲ୍ କ୍ଲିନିକ୍ କରିଥିବା ନିଗମାନନ୍ଦ ଖଟୁଆ ନାମକ ଏ ଦାନ୍ତ ଡାକ୍ତର ହିଁ ମୁଖ୍ୟ କାର୍ପଟଦାର ବୋଲି ଜାଣିବାକୁ ପାଇଥିଲା ପୋଲିସ୍। ସେଠୁ ସିଧା ଦାନ୍ତ ଡାକ୍ତର ନିଗମାନନ୍ଦଙ୍କ ପାଖେ ପହଞ୍ଚି ତାଙ୍କୁ ବାନ୍ଧିଥିଲା।
କଳିଙ୍ଗ ନଗର ଥାନା ନିମପଲ୍ଲୀ ଗାଁର ସୁରିସାହିରେ ଗୁଣିଗାରେଡି ସନ୍ଧ୍ୟାରେ ଦମ୍ପତିଙ୍କୁ ପୋଡି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଆଜି ଯାଜପୁର ରୋଡ କୋର୍ଟ ଜିଲ୍ଲା ଦୌରା ଜର୍ଜ ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ।
ଡ୍ରଗ୍ସ ବେପାର କରୁଥିଲେ ଡେଣ୍ଟିଷ୍ଟ । ବ୍ରାଉନସୁଗର ଜବତ ସହ ପୋଲିସ ଗିରଫ କରିଥିବା ୩ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ଦାନ୍ତ ଡାକ୍ତର ।
ଉଧାର ଟଙ୍କା ଫେରସ୍ତ କରିବାକୁ ଡାକି ପେଟ୍ରୋଲ ଢାଳି ଜାଳିଦେଲା ଦୁର୍ବୃତ୍ତ । ଘଟଣା ପରେ ଦୁର୍ବୃତ୍ତ ଫେରାର ମାରିଥିବା ବେଳେ, ଏଯାଏ ଅଭିଯୁକ୍ତର ପରିଚୟ ମିଳିପାରିନି ।
ଏଭଳି ଏକ ଠକାମୀର ଶିକାର ହେବା ପରେ ସେ ତୁରନ୍ତ ନବଘର ପୋଲିସ ଷ୍ଟେସନ୍ର ଦ୍ୱାରସ୍ଥ ହୋଇଥିଲେ ।
୨୦୨୦ ମସିହା ବାଲିଗୁଡ଼ା ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ମାମଲା ହୋଇଥିଲା । ଯେଉଁଥିରେ ଅଭିଯୁକ୍ତ ଅଶୋକ କୁମାର ନାୟକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହାଜର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ ।
ଅଧୁରା ରହିଗଲା ଦୀପାବଳି । ଘରେ ଦୀପ ଜାଳି ପିଲାଙ୍କ ମୁହଁରେ ହସ ଦେଖିବା ପୂର୍ବରୁ ଲିଭିଗଲା ଜୀବନ ଦୀପ । କିଏ ଜାଣିଥିଲା ପିଲାଙ୍କ ପାଇଁ ବାଣ କିଣି ଫେରୁଥିବା ମଣିଷଟାର ଜୀବନ ଚାଲିଯିବ ଦିୱାଲିର ମଉଜ ଭିତରେ । ଆଉ ସେହି ବିଛେଦର ଯନ୍ତ୍ରଣାକୁ ସହିନପାରି ପତ୍ନୀ ବି ଜୀବନ ହାରିଦେବେ ବୋଲି । ସତେଯେମିତି ଡକା ଡକି ହୋଇ ଚାଲିଗଲେ ।