Advertisment

ହୋଟେଲ୍ ବ୍ୟବସାୟୀ ବିଶ୍ୱଜିତ ନାୟକ ମୃତ୍ୟୁ ମାମଲା, ଅଭିଯୁକ୍ତ ମହିଳା କେୟାରଟେକର ଗିରଫ

ସୁଙ୍କିର ଘର ଝାରସୁଗୁଡ଼ାରେ। ୨୦୦୫ରେ ନିଜ ଯା’କୁ ହତ୍ୟା କରି ୧୨ ବର୍ଷ ଜେଲ୍ ଯାଇ ଫେରିଥିଲା ସୁଙ୍କି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Murder case in Balianta

Murder case in Balianta

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ସାଗୁଆ ଗାଁର ହୋଟେଲ ବ୍ୟବସାୟୀ ବିଶ୍ୱଜିତ ନାୟକ ମୃତ୍ୟୁ ମାମଲାର ଖୁଲାସା କରିଛି କମିଶନରେଟ୍ ପୋଲିସ୍। ବିଶ୍ୱଜିତଙ୍କୁ ତାଙ୍କ ମହିଳା କେୟାରଟେକର୍ ସୁଙ୍କି ରଣା ହତ୍ୟା କରିଛନ୍ତି। ଆଜି ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ସୁଙ୍କିର ଘର ଝାରସୁଗୁଡ଼ାରେ। ୨୦୦୫ରେ ନିଜ ଯା’କୁ ହତ୍ୟା କରି ୧୨ ବର୍ଷ ଜେଲ୍ ଯାଇ ଫେରିଥିଲା ସୁଙ୍କି। ସ୍ୱାମୀଙ୍କ ସହ ପରକୀୟା ସଂପର୍କକୁ ନେଇ ଯା’କୁ ମାରି ଦେଇଥିଲା ସୁଙ୍କି। ତେବେ ୧୨ ବର୍ଷ ସଜା କାଟିବା ପରେ ପୁରୀର ଏକ ଆଶ୍ରମରେ ରହିଥିଲା।

Advertisment

ଆଶ୍ରମକୁ ବିଶ୍ୱଜିତର ମା’ ଯାଉଥିଲେ, ସେଠି ବିଶ୍ୱଜିତ ସହ ସାକ୍ଷାତ ହୋଇଥିଲା। ପରେ ବିଶ୍ୱଜିତର କେୟାର ଟେକର ଭାବେ ସୁଙ୍କିଙ୍କୁ ଆଣି ସେ ରଖିଥିଲେ। ତେବେ ଘଟଣା ଦିନ ପୁରୀର ସେହି ଆଶ୍ରମକୁ ଯିବାକୁ ଜିଦ୍ କରି ବିଶ୍ୱଜିତ ସହ ପାଟିତୁଣ୍ଡ କରିଥିଲା। ବଚସା ଉଗ୍ର ହେବାରୁ ସୁଙ୍କି କାଠ ଫାଳିଆରେ ପିଟି ପିଟି ମାରିଦେଇଥିଲା ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ଏପରିକି ଖରାବେଳେ ହତ୍ୟା କରିବା ପରେ ସଂଧ୍ୟା ବେଳେ ଖସି ପୁରୀ ପଳାଇଥିଲା। ପୁରୀରୁ ସୁଙ୍କିକୁ ଧରାଯାଇଛି, ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ କରି ଅଧିକ ତଦନ୍ତ କରୁଛି ପୋଲିସ୍।

Odisha News Murder Commissionerate Police
Advertisment
Advertisment