Advertisment

ପୋଲିସ୍‌ ଇନଫର୍ମର ସନ୍ଦେହ, ନିଜର ପୁରୁଣା ସାଥୀକୁ ହତ୍ୟା କଲେ ନକ୍ସଲ

ଆଗରୁ ନେଲସନ ନକ୍ସଲ ସଂଗଠନରେ ସକ୍ରିୟ ଥିଲେ। ପରେ ଏଥିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ।

author-image
Santosh Kumar Sahoo
Naxal

Naxal

ନିଜର ପୁରୁଣା ସାଥୀକୁ ହତ୍ୟା କରିଛନ୍ତି ନକ୍ସଲ। ପୋଲିସକୁ ସୂଚନା ଦେଉଥିବାର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ହେଉଛି ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଥିବା ସରଣ୍ଡା ଜଙ୍ଗଲରେ। ମୃତକ ହେଲେ ସମଥା ଗାଁର ନେଲସନ ଭେଙ୍ଗ୍ରା। ତାଙ୍କ ମୃତଦେହ ନିକଟରେ ଏକ ପୋଷ୍ଟର ମଧ୍ୟ ଛାଡ଼ି ଦେଇଛନ୍ତି ମାଓବାଦୀ । ଗତ ମଙ୍ଗଳବାର ରାତିରେ ସଶସ୍ତ୍ର ନକ୍ସଲମାନେ ସମଥା ଗାଁକୁ ଆସି ନେଲସନଙ୍କୁ ଘେରି ଯାଇଥିଲେ। ତାଙ୍କୁ ଗାଁରୁ ବାହାରକୁ ନେଇ ନିସ୍ତୁକ ମାଡ଼ ମାରିବା ପରେ ଗୁଳି କରି ହତ୍ୟା କରିଥିଲେ। ଏହା ସହିତ ତାଙ୍କର ଫୋନ୍, ଅନ୍ୟ ସାମଗ୍ରୀକୁ ପୋଡ଼ି ଦେଇଛନ୍ତି।

Advertisment

ଆଗରୁ ନେଲସନ ନକ୍ସଲ ସଂଗଠନରେ ସକ୍ରିୟ ଥିଲେ। ପରେ ଏଥିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ। ଗତ ମେ’ରେ ଚାନ୍ଦା ମାଗିବାକୁ ନେଇ ତାଙ୍କୁ ଜେଲ୍ ହୋଇଥିଲା। ଦୁଇ ମାସ ପୂର୍ବେ ସେ ଜେଲରୁ ବାହାରିଥିଲେ ଏବଂ ନକ୍ସଲ ଆନ୍ଦୋଳନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ। କଲଭର୍ଟ ନିର୍ମାଣ କାମରେ ସେ ନାଇଟ୍ ଗାର୍ଡ ଭାବେ କାମ କରୁଥିଲେ। ମଙ୍ଗଳବାର ରାତିରେ ସେ ଡ୍ୟୁଟିରେ ଥିବା ବେଳେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି।

Odisha Naxal
Advertisment
Advertisment