Advertisment

ଭତ୍ତା ଟଙ୍କା ଦେଲାନି ମାଆ, ନିସ୍ତୁକ ମାଡ଼ ମାରିଲା କୁଳାଙ୍ଗାର ପୁଅ

ଏହି ଘଟଣା ପରେ ଛଳ ଛଳ ଆଖିରେ ନିଜର ଦୁଃଖ ବଖାଣିଛନ୍ତି ୭୦ ବର୍ଷୀୟ ବୃଦ୍ଧା ଜଣଙ୍କ। ସେ କହିଛନ୍ତି, ମୁଁ କିଛି ଭୁଲ କରିନି, ତଥାପି ମୋତେ ସାନ ପୁଅ ପ୍ରମୋଦ ବହୁତ ମାରିଲା

author-image
Santosh Kumar Sahoo
Son Bitten His Mother

Son Bitten His Mother

ଭତ୍ତା ଟଙ୍କା ନ ଦେବାରୁ ୭୦ ବର୍ଷିୟ ବୃଦ୍ଧା ମା’କୁ ମାରିଲା ନିର୍ଦ୍ଦୟ ପୁଅ। ଗଞ୍ଜାମ ଜିଲ୍ଲା ଆସିକା ଥାନା ପଢାଳ ଗ୍ରାମରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ଅଭିଯୋଗ ଅନୁଯାୟୀ ପଢାଳ ଗ୍ରାମର ଦେବକୀ ରାଉତଙ୍କୁ ତାଙ୍କ ସାନ ପୁଅ ପ୍ରମୋଦ ରାଉତ ପ୍ରଥମେ ମିଳିଥିବା ଭତ୍ତା ଟଙ୍କା ମାଗିଥିଲେ l ଭତ୍ତା ଟଙ୍କା ନଦେବାରୁ ତାଙ୍କୁ ନିର୍ଦ୍ଦୟ ଭାବେ ପିଟିଥିଲେ । ଗୁରୁତର ମା’ଙ୍କୁ ମେଡିକାଲରେ ଚିକିତ୍ସା କରାଯାଇଛି। ପୁଅ ମାଡରେ ମାଆ ଦେବକୀଙ୍କ ହାତ ଭାଙ୍ଗି ଯାଇଥିବାବେଳେ ଅଣ୍ଟାରେ ମଧ୍ୟ ଆଘାତ ଲାଗିଛି।

Advertisment

ଏହି ଘଟଣା ପରେ ଛଳ ଛଳ ଆଖିରେ ନିଜର ଦୁଃଖ ବଖାଣିଛନ୍ତି ୭୦ ବର୍ଷୀୟ ବୃଦ୍ଧା ଜଣଙ୍କ। ସେ କହିଛନ୍ତି, ମୁଁ କିଛି ଭୁଲ କରିନି, ତଥାପି ମୋତେ ସାନ ପୁଅ ପ୍ରମୋଦ ବହୁତ ମାରିଲା, ମାରି ମାରି ମୋ ହାତ ଭାଙ୍ଗିଦେଲା, ଅଣ୍ଟା ଦରଜ କରିଦେଲା। ତା’ର ମାଡ଼ରେ ମୋତେ ବହୁତ୍ କଷ୍ଟ ହେଉଛି, ମୁଁ କାନ୍ଦିବା ପରେ ବି ସେ ମୋ କଷ୍ଟ ବୁଝି ପାରିଲାନି। ତେବେ ଏତେ ସବୁ ପରେ ବି ପୁଅକୁ କ୍ଷମା କରିଦେଇଛି ମା’ର ମମତା।

Advertisment

Ganjam Aska Odisha
Advertisment
Advertisment