• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସିମୁଳିଆ ବିଡ଼ିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି । ସିମୁଳିଆରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ବିଜେପି ନେତା ପଦ୍ମଲୋଚନ ପଣ୍ଡା କହିଛନ୍ତି କି ବିଶ୍ୱରଞ୍ଜନଙ୍କୁ ଅତ୍ୟଧିକ ରାଜନୈତିକ ଚାପ ରହୁଥିଲା ।

ପରିକ୍ରମା ପ୍ରକଳ୍ପ ପାଇଁ ଗାଁ ଗାଁରେ ରଥ ବୁଲୁଥିବା ବେଳେ ସେହି ଟଙ୍କାକୁ ନେଇ ସନ୍ଦେହ ହୋଇଛି । ତେଣୁ ଦାୟିତ୍ୱରେ ଥିବା ସିମୁଳିଆ ବ୍ଲକ ଜିପିଓ ମୃତ୍ୟୁଞ୍ଜୟ ନାୟକଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ । ଏଥିସହିତ ସିମୁଳିଆ ବ୍ଲକ ଚେୟାରମ୍ୟାନ ବାବାଜୀ ମଲ୍ଲିକଙ୍କ କହିବା କଥା ଗତକାଲି ବିଡ଼ିଓଙ୍କ ବାସଭବନରେ ଚାବି ଖୋଲିବାକୁ ମନା କରିଥିବା ବେଳେ ମୋବାଇଲ ସୁଇଚଅଫ କରି ପଳାଇ ଯାଇଥିଲେ ।

ତେଣୁ ଟଙ୍କା ଉପରେ ଅନେକ ସନ୍ଦେହ ହେଉଛି । ଏଥିପାଇଁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରିଛନ୍ତି । ଅନ୍ୟପଟେ ବାଲେଶ୍ୱର ସିମୁଳିଆ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ଶେଷକୃତ୍ୟରେ ତାଙ୍କର କୌଣସି ସହକର୍ମୀ, ଉପରିସ୍ଥ ଅଧିକାରୀ, ଜିଲ୍ଲା ପ୍ରଶାସନର କୌଣସି ଅଫିସର ଯୋଗ ଦେଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ତାଙ୍କ ପତ୍ନୀ ନିବେଦିତା ।

ସେ କହିଛନ୍ତି, ତଦନ୍ତ ଉପରେ ଭରସା ନାହିଁ । ତଦନ୍ତରୁ କିଛି ମିଳିବ ବୋଲି ଆଶା ନାହିଁ। ସ୍ୱାମୀ ଚାପରେ ଆତ୍ମହତ୍ୟା କରିଥିବା କହିଛନ୍ତି ନିବେଦିତା । କିନ୍ତୁ ଗତକାଲି ସେ ଅଲଗା କଥା କହିଥିଲେ, ଆତ୍ମହତ୍ୟା ଉପରେ ସନ୍ଦେହ ପ୍ରକାଶ କରି ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା କହିଥିଲେ ନିବେଦିତା ।

ସେପଟେ ସିମୁଳିଆ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ବିଡିଓ କାର୍ଯ୍ୟାଳୟ ପରିସରରେ ଥିବା ସିସିଟିଭି ଯାଞ୍ଚ କରିଛି ପୋଲିସ୍ । ଗତକାଲି ସରକାରୀ କ୍ୱାଟର୍ସରୁ ବିଡ଼ିଓ ବିଶ୍ୱରଂଜନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅଳ୍ପ କିଛି ମାସ ତଳେ ସିମୁଳିଆରେ ବିଡିଓ ଭାବେ ନିଯୁକ୍ତ ହୋଇଥିଲେ ବିଶ୍ୱରଂଜନ । 

ଅନ୍ୟପଟେ ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ସିମୁଳିଆ ପୋଲିସର ତନାଘନା ଜାରି ରହିଛି । ତେବେ ଆଜି ବ୍ଲକରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହିତ ସିସିଟିଭି ମଧ୍ୟ ଯାଞ୍ଚ କରିଛି ପୋଲିସ । GPEO ମୃତ୍ୟୁଞ୍ଜୟ ନାୟକଙ୍କ ସହ ବ୍ଲକ କର୍ମଚାରୀଙ୍କୁ  ମଧ୍ୟ ପଚରାଉଚରା କରିଛି ପୋଲିସ ।

ପୋଲିସ ଏହି ଆଧାରରେ ଅଧିକ ତଦନ୍ତ କରୁଛି । ଗତକାଲି GPEO ମୃତ୍ୟୁଞ୍ଜୟ ନାୟକ ତାଙ୍କ ଗ୍ରିଲ ଚାବି ନଭାଙ୍ଗିବାକୁ କହିଥିବା ବେଳେ କିଛି ସମୟ ପରେ ସେ ସେଠାରୁ ଫେରାର ହୋଇ ଯାଇଥିଲେ ଓ ତାଙ୍କ ମୋବାଇଲକୁ ସୁଇଚଅଫ କରିଦେଇଥିଲେ । ଆଜି ସିମୁଳିଆ ପୋଲିସ ଥାନାକୁ ଡାକି ଏବେ ପଚରାଉଚରା ଜାରି ରଖିଛି ।