• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମୋବାଇଲ୍‌ ପାଇଁ ହେଲା ମହାଭାରତ । ବାପା-ମା’ଙ୍କୁ ହାଣିଲା ଝିଅ । ଖାଇବାବେଳେ ମୋବାଇଲ୍‌ ବ୍ୟବହାର କରିବାକୁ ମନାକରିବାକୁ ଏପରି କାଣ୍ଡ ହୋଇଛି । ଜନ୍ମଦାତା ବାପା-ମା’ଙ୍କୁ ପନିକିରେ ହାଣିଛି ଝିଅ । ଆହୁରି ଜାଣି ଆଶ୍ଚର୍ଯ୍ୟ ହେବେ ଏପରି କାଣ୍ଡ ଭିଆଇଥିବା ଝିଅ ଜଣକ ନାବାଳିକା ନୁହେଁ କି ଅବିବାହିତ ମଧ୍ୟ ନୁହେଁ । ଜଣେ ବିବାହିତ ଝିଅ ଏପରି କାଣ୍ଡ କରିଛି ।

ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ଏହି ଘଟଣା ଘଟିଛି । ବାପା-ମା’ଙ୍କୁ ପନିକିରେ ହାଣି ରକ୍ତାକ୍ତ କରିଛି ଝିଅ । ସୂଚନା ମୁତାବକ ଝିଅ କୁନି ବିବାହ କରିବା ପରେ ମଧ୍ୟ ବାପଘରେ ଆସି ରହୁଥିଲେ । ପ୍ରାୟ ସମୟ ମୋବାଲଇଲ୍‌ରେ କଥା ହେଉଥିଲେ । ହେଲେ ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପା-ମାଆଙ୍କୁ ପନିକିରେ ଝିଅ କୁନି ହାଣିଛି ।

ବାଲେଶ୍ୱର ଜିଲ୍ଲା ସୋର ଥାନା ହାତିଗାଡ଼ିଆରେ ଏହି ଘଟଣା ଘଟିଛି । ଗୁରୁତର ସ୍ୱାମୀ ସ୍ତ୍ରୀ ହେଲେ ରଂଜିତ ସିଂ ଓ ସ୍ତ୍ରୀ ବୁଦୁନି ସିଂ । ଉଭୟଙ୍କୁ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ରଂଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ଖାଇବା ସମୟରେ ଝିଅ କୁନି ମୋବାଇଲରେ କଥା ହେଉଥିବାରୁ ମାଆ ବାରଣ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ସେ ବାପା-ମାଆଙ୍କୁ ପନିକିରେ ଆକ୍ରମଣ କରିଥିଲେ ।

ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବା ସହ ରଂଜିତ ଓ ପତ୍ନୀ ବୁଦୁନିଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିଲେ । ଅନ୍ୟପଟେ ଘଟଣାରେ ଝିଅ କୁନି ସିଂଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । କୁନି ବିବାହିତା ହୋଇଥିବା ବେଳେ ସ୍ୱାମୀଙ୍କଠାରୁ ପଳାଇ ଆସି କିଛି ଦିନ ହେବ ବାପ ଘରେ ରହିଆସୁଥିଲେ ବୋଲି ପୋଲିସ କହିଛି ।

  • Reported by:
  • Niranjan Behera