• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅସମ୍ଭବ ! ବିମାନ ବନ୍ଦର ବ୍ୟାଗ୍‌ ଚେକ୍‌ଡ-ଇନ୍‌ରେ ଚୋରି ! ଜଣେ ବ୍ୟବସାୟୀଙ୍କ ବ୍ୟାଗ୍‌ରୁ ଲକ୍ଷେ ଟଙ୍କା ନଗଦ ସହ ଏକ ୫୦୦୦ ଟଙ୍କିଆ ଫାଉଣ୍ଟେନ୍‌ ପେନ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଘଟଣାଳକୁ ଆମେ ଅସମ୍ଭବ ବୋଲି ଏଥିପାଇଁ କହୁଛୁ ଯେ, ସାଧାରଣତଃ ଯେଉଁମାନେ ନିୟମିତ ବିମାନ ଯାତ୍ରା କରନ୍ତି ସେମାନଙ୍କର ଶତପ୍ରତିଶତ ଭରସା ଥାଏ ଯେ ଚେକ୍‌ଡ-ଇନ୍‌ରୁ କେବେ କିଛି ଚୋରି ହୋଇନଥାଏ । ବିମାନ ଯାତ୍ରାରେ ଏହା ହେଉଛି ସବୁଠୁ ସୁରକ୍ଷିତ ।

ତେବେ ମଣିପାଲ ଗ୍ରୁପ୍‌ କମ୍ପାନୀର ଡାଇରେକ୍ଟର ବିନୋଦ କୁମାର ମଣ୍ଡଳ (୪୬) ଏଭଳି ଚୋରି ଅଭିଯୋଗ ଆଣିବା ପରେ ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ କରିଛି । ସେ କହିଛନ୍ତି ଯେଉଁ ଫାଉଣ୍ଟେନ୍‌ ପେନ୍‌ ଚୋରି ହୋଇଛି, ତାହା ୭୮ ବର୍ଷ ପୁରୁଣା । ତାଙ୍କ ଜେଜେ ବାପାଙ୍କଠାରୁ ସେହି ଉପହାର ମିଳିଥିଲା । ତେଣୁ ସେହି ପେନ୍‌ର ମୂଲ୍ୟ ତାଙ୍କ ପାଇଁ ଖୁବ୍‌ ଅଧିକ ।

 ବିନୋଦ କୁମାର କହିଛନ୍ତି, ‘ମାଙ୍ଗଲୋରରୁ ମୁଁ ମୁମ୍ବାଇ ଦୁଇ ଦିନିଆ ଗସ୍ତରେ ଆସିଥିଲି । କାଳେ କେଉଁଠି ଜରୁରୀ ଖର୍ଚ୍ଚ ଆବଶ୍ୟକ ହେବ, ସେଥିପାଇଁ ସାଥିରେ ନଗଦ ଟଙ୍କା ଧରିଥିଲି । ଆଉ ତାକୁ ସୁରକ୍ଷିତ ରଖିବା ଉଦେଶ୍ୟରେ ମୁଁ ବ୍ୟାଗ୍‌ ଭିତରେ ରଖିଥିଲି । କାରଣ ଆମେ ସମସ୍ତେ  ଜାଣିଛନ୍ତି ଯେ, ବାହାର ଯାଗାକୁ ଗଲେ ଅଧିକ ସତର୍କ ହେବାକୁ ପଡ଼େ । ନଚେତ୍‌ ପକେଟ ମାର୍‌ର ଶିକାର ହେବାକୁ ପଡ଼ିଥାଏ । ତେଣୁ ମୁଁ ଟଙ୍କାକୁ ବ୍ୟାଗ୍‌ରେ ସୁରକ୍ଷିତ ରଖିଥିଲି ।’

‘ହେଲେ ଯେତେବେଳେ ମୁଁ ମୁମ୍ବାଇ ବିମାନବନ୍ଦରରେ ଓହ୍ଲାଇଥିଲି ଆଉ ମୋ ଲଗେଜ୍‌ ବ୍ୟାଗ୍‌ ପାଇଁ ଅପେକ୍ଷା କରିଥିଲି । ସେତେବେଳେ ଦେଖିଲି ଯେ ମୋ ବ୍ୟାଗ୍‌ର ସିଲ୍‌ ଯେମିତି ମୁଁ ଦେଖିଥିଲି ସେମିତି ନଥିଲା । ତେଣୁ ମୋର ସନ୍ଦେହ ହେଲା । ଏନେଇ ପୋଲିସକୁ ଅଭିଯୋଗ କରିବାକୁ ମଧ୍ୟ ଚେଷ୍ଟା କରିଥିଲି ।’ ହେଲେ ପୋଲିସ ସହଜରେ ଅଭିଯୋଗ ଗ୍ରହଣ କରିନଥିଲା । ଏଥିପାଇଁ ତାଙ୍କୁ ପ୍ରାୟ ୫ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା ।

ବିନୋଦ ଆହୁରି କହିଛନ୍ତି, ଏହି ଚୋରି ପାଇଁ ସେ ବିମାନବନ୍ଦରର କର୍ମଚାରୀଙ୍କୁ ସନ୍ଦେହ କରୁଛନ୍ତି । କାରଣ ଏଭଳି ସାହସ ଆଉ କାହାର ହୋଇପାରିବ ନାହିଁ । ବ୍ୟାଗ୍‌ରେ ସିଲ୍‌ ଥାଇ ବ୍ୟାଗ୍‌ ଭିତରୁ ଚୋରି ଅସମ୍ଭବ । କିନ୍ତୁ ଏଠାରେ ସିଲ୍‌ର ଅବସ୍ଥା ଭଲ ନଥିବା ସହ ତାଙ୍କ ବ୍ୟାଗ୍‌ ଚେନ୍‌ ବି ଠିକ୍‌ଠାକ୍‌ ନଥିଲା । ଆଉ ସେଥିରୁ ଚୋରି ମଧ୍ୟ ହୋଇଛି ।

‘ବିନୋଦ ଆହୁରି କହିଛନ୍ତି ଯେ, ବ୍ୟାଗ୍‌ରେ ଟଙ୍କା ଥିବା ନେଇ ମଧ୍ୟ ମୁଁ ପ୍ରମାଣ କରିଛି । ବ୍ୟାଙ୍କରୁ ମୁଁ ଟଙ୍କା ଉଠାଇ ଆଣିଥିବାର ପ୍ରମାଣ ମଧ୍ୟ ରହିଛି। ମୁଁ ନିୟମିତ ଭାବେ ବିମାନରେ ଯାତାୟାତ କରେ । କିନ୍ତୁ ଏଭଳି ସ୍ଥିତି କେବେ ଉପୁଜିନଥିଲା ।’