Advertisment

ଭିଜିଲାନ୍ସ ଏସପି ପରିଚୟ ଦେଇ ଠକୁଥିଲେ, ଅଭିଯୁକ୍ତକୁ ବାନ୍ଧିଲା କମିଶନରେଟ୍ ପୋଲିସ୍

ରାୟଗଡ଼ାର ଠିକାଦାର ମନୋଜ କୁମାର ଚୌଧୁରୀ ଅଭିଯୋଗ କରିଛନ୍ତି, ଭିଜିଲାନ୍ସ ଅଫିସ୍ କାମର ଠିକା ଦେବାର ଲୋଭ ଦେଖାଇ ତାଙ୍କଠୁ ୭ ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଛି ମନୋଜ କୁମାର ମାଝୀ।

author-image
Santosh Kumar Sahoo
Vigilance SP

Vigilance SP

ଭିଜିଲାନ୍ସ ଏସପି ପରିଚୟ ଦେଇ ଠକିବା ଅଭିଯୋଗରେ ଜଣକୁ ଗିରଫ କରିଛି କମିଶନରେଟ ପୋଲିସ। ଅଭିଯୁକ୍ତ ଜଣକ ହେଲା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ମନୋଜ କୁମାର ମାଝୀ। ତା ପାଖରୁ ୨ ଲକ୍ଷ ୬୦ ହଜାର ଟଙ୍କା ଓ ୬ଟି ବିଭିନ୍ନ ବ୍ୟାକର ଏଟିଏମ୍ କାର୍ଡ ଜବତ ହୋଇଛି।

Advertisment

ରାୟଗଡ଼ାର ଠିକାଦାର ମନୋଜ କୁମାର ଚୌଧୁରୀ ଅଭିଯୋଗ କରିଛନ୍ତି, ଭିଜିଲାନ୍ସ ଅଫିସ୍ କାମର ଠିକା ଦେବାର ଲୋଭ ଦେଖାଇ ତାଙ୍କଠୁ ୭ ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଛି ମନୋଜ କୁମାର ମାଝୀ। ଭିଜିଲାନ୍ସରେ ସେ ଏହି ଅଭିଯୋଗ କରିବା ପରେ ମନୋଜ କୁମାର ମାଝୀଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନା ଅନୁସାରେ ଆଗରୁ ଉଦଳାର ଏକ କଲେଜରେ ସେ ସାଇକୋଲଜି ଅଧ୍ୟାପକ ଥିଲେ ମନୋଜ । ତା ନାଁରେ ଆଗରୁ ୫ଟି ଠକେଇ ମାମଲା ରହିଛି ।

Commissionerate Police Vigilance Department Odisha
Advertisment
Advertisment